Videos
|
National

Anganwadi Salary Hike / ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ମାସକୁ ୧୨ ହଜାର ପାଇବେ ଅଙ୍ଗନୱାଡ଼ି ଦିଦି, ମିଳିବ ୫ ଲକ୍ଷର ସ୍ଵାସ୍ଥ୍ୟ ବୀମା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ମାସକୁ ୧୨ ହଜାର ପାଇବେ ଅଙ୍ଗନୱାଡ଼ି ଦିଦି, ମିଳିବ ୫ ଲକ୍ଷର ସ୍ଵାସ୍ଥ୍ୟ ବୀମା
Anganwadi Salary Increased to ₹12,000

Key Points

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଅଙ୍ଗନବାଡ଼ି ଦିଦିଙ୍କ ମାସିକ ଦରମା ୧୨ ହଜାରକୁ ବୃଦ୍ଧି କରାଯାଇଛି । ସେହିଭଳି ଅଙ୍ଗନବାଡ଼ି ସହାୟିକା ଏଣିକି ମାସକୁ ୬ ହଜାର ଟଙ୍କା ପାରିଶ୍ରମିକ ପାଇବେ ।
ଲକ୍ଷ୍ନୌ: ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା । ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଅଙ୍ଗନବାଡ଼ି ଦିଦିଙ୍କ ମାସିକ ଦରମା ୧୨ ହଜାରକୁ ବୃଦ୍ଧି କରାଯାଇଛି । ସେହିଭଳି ଅଙ୍ଗନବାଡ଼ି ସହାୟିକା ଏଣିକି ମାସକୁ ୬ ହଜାର ଟଙ୍କା ପାରିଶ୍ରମିକ ପାଇବେ ।

ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ନେଇ କରିଛନ୍ତି ବଡ଼ ଘୋଷଣା । ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି କରିବା ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଵାସ୍ଥ୍ୟବୀମାର ଘୋଷଣା କରିଛନ୍ତି ।

ଏଥିସହ ପଢ଼ନ୍ତୁ: ୨୧ ସେପ୍ଟେମ୍ବର ସୁଦ୍ଧା କରିନିଅନ୍ତୁ ଏହି କାମ... ନନେଲେ ବନ୍ଦ ହୋଇପାରେ ରାସନ କାର୍ଡ 

କେତେ ହେଲା ଦରମା ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବରୁ ଅଙ୍ଗନବାଡ଼ି ଦିଦି ମାସକୁ ଦରମା ବାବଦରେ ୮ ହଜାର ଟଙ୍କା ପାଉଥିଲେ । ଏବେ ଦରମା ବୃଦ୍ଧି ପରେ ଅଙ୍ଗନବାଡ଼ି ଦିଦି ମାସିକ ୧୨ ହଜାର ଟଙ୍କା ପାଇବେ । ସେହିଭଳି ଅଙ୍ଗନବାଡ଼ି କର୍ମଚାରୀ ପୂର୍ବରୁ ମାସିକ ୪ ହଜାର ଟଙ୍କା ପାଉଥିଲେ । ଏବେ ମାସିକ ୬ ହଜାର ଟଙ୍କା ଦରମା ପାଇବେ ।

ଏଥିସହ ଅଙ୍ଗନବାଡ଼ି ସେବିକାଙ୍କ ଲାଗି ଅତିରିକ୍ତ ୫୦୦ ଟଙ୍କା ଘୋଷଣା କରିଛନ୍ତି ସରକାର । ଶାଢ଼ି କିଣିବା ଲାଗି ସରକାର ଅତିରିକ୍ତ ୫୦୦ ଟଙ୍କା ଦେବେ । ଏ ବାବଦରେ ସରକାର ଅତିରିକ୍ତ ଭାବେ ୨୦ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ବହନ କରିବେ ।

ଅଙ୍ଗନବାଡ଼ି କର୍ମଚାରୀଙ୍କ ଦରମା ବୃଦ୍ଧି ସହ ସରକାର ସ୍ଵାସ୍ଥ୍ୟ ବୀମା ଘୋଷଣା କରିଛନ୍ତି । ପ୍ରତ୍ୟେକ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ସ୍ଵାସ୍ଥ୍ୟ ବୀମା ମିଳିବ । ସମସ୍ତଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ମିଳିବ ।

ଏଥିସହ ପଢ଼ନ୍ତୁ: ବ୍ୟାଙ୍କ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର; ୧୨,୦୦୦ ପଦବୀ ପାଇଁ ଖୁବଶୀଘ୍ର ବିଜ୍ଞପ୍ତି 

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏହି ଘୋଷଣା ଦ୍ଵାରା ରାଜ୍ୟର ମୋଟ ୭୧ ହଜାର ୩୧୦ ଜଣ ଅଙ୍ଗନବାଡ଼ି ଦିଦି ଓ ସହାୟିକା ଉପକୃତ ହେବେ । ଉତ୍ତରପ୍ରଦେଶରେ ୨୧ ହଜାର ୮୦୪ ଜଣ ଅଙ୍ଗନବାଡ଼ି ଦିଦି ଓ ୪୯ ହଜାର ୫୦୬ ଜଣ ସହାୟିକା ଅଛନ୍ତି ।

ଏହା ପୂର୍ବରୁ ଫେବ୍ରୁଆରୀରେ ସରକାର ଶିକ୍ଷା ମିତ୍ର ଓ ଇନଷ୍ଟ୍ରକ୍ଟର୍ସ ମାନଙ୍କ ଦରମା ବଢ଼ାଇ ଥିଲେ । ଏବେ ଶିକ୍ଷା ମିତ୍ର ମାସିକ ଦରମ ୧୮ ହଜାର ଟଙ୍କା ହୋଇଛି । ଯାହାକି, ପୂର୍ବରୁ ୧୦ ହଜାର ଟଙ୍କା ଥିଲା । ସେହିଭଳି ଇନଷ୍ଟ୍ରକ୍ଟର୍ସଙ୍କ ଦରମା ୯ ହଜାରରୁ ବୃଦ୍ଧି ପାଇ ୧୭ ହଜାର ହୋଇଛି ।