Videos
|
Education-employment

Job Alert / ବ୍ୟାଙ୍କ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର; ୧୨,୦୦୦ ପଦବୀ ପାଇଁ ଖୁବଶୀଘ୍ର ବିଜ୍ଞପ୍ତି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ବ୍ୟାଙ୍କ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର; ୧୨,୦୦୦ ପଦବୀ ପାଇଁ ଖୁବଶୀଘ୍ର ବିଜ୍ଞପ୍ତି
Job Vacancy Alert

Key Points

ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର
SBIରେ ବାହାରିବ ୧୨,୦୦୦ ପଦବୀ
ଚେୟାରମ୍ୟାନ ଦେଲେ ବଡ଼ ସଙ୍କେତ ଦେଇଛନ୍ତି
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସାର୍ବଜନୀନ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ରେ ଏହି ବର୍ଷ ହଜାର ହଜାର ନୂତନ ପଦବୀ ଖାଲି ପଡ଼ିବାକୁ ଯାଉଛି । କାରଣ ଦେଶରେ କିଛି ନୂତନ ଶାଖା ଖୋଲିବା ପାଇଁ ଯୋଜନା ଚାଲିଛି । ବ୍ୟାଙ୍କିଂ କ୍ଷେତ୍ରରେ ଚାକିରି ଖୋଜୁଥିବା ଯୁବକ ଯୁବତୀମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ପ୍ରାୟ ୧୨,୦୦୦ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଚାହୁଁଛି ।

ତେବେ ବ୍ୟାଙ୍କ ଚେୟାରମ୍ୟାନ୍ ସିଏସ ସେଠି ସୂଚିତ କରିଛନ୍ତି ଯେ କ୍ଲରିକାଲ୍ ଏବଂ ଅଫିସର କ୍ୟାଡରରେ ପ୍ରାୟ ୧୧ ହଜାରରୁ ୧୨ ହଜାର ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇପାରେ । କର୍ମଚାରୀଙ୍କ ଅବସର ଏବଂ ବ୍ୟାଙ୍କର ଆବଶ୍ୟକତା ଉପରେ ନିର୍ଭର କରି ଏହି ସଂଖ୍ୟା ବୃଦ୍ଧି କିମ୍ବା ହ୍ରାସ ମଧ୍ୟ କରାଯାଇପାରେ । ଏହି ନିଯୁକ୍ତି ଚଳିତ ଆର୍ଥିକ ବର୍ଷର ଶେଷ ସୁଦ୍ଧା ଶେଷ ହେବାର ଯୋଜନା ଥବା ନିଜେ ଚେୟାରମ୍ୟାନ୍ ସୂଚନା ଦେଇଛନ୍ତି ।

  • ଗତ ବର୍ଷ ମଧ୍ୟ ନିଯୁକ୍ତି ଦିଆଯାଇଥିଲା
SBI ଦେଶର ସବୁଠାରୁ ବଡ଼ ସାର୍ବଜନୀନ ବ୍ୟାଙ୍କ । ଏହି ବ୍ୟାଙ୍କରେ ଚାକିରି କରିବା ପାଇଁ ଲକ୍ଷ ଲକ୍ଷ ଯୁବକ ଯୁବତୀ ସ୍ଵପ୍ନ ଦେଖିଥାନ୍ତି । ପ୍ରତିବର୍ଷ ନିଯୁକ୍ତି ବାହାରିବା ପାଇଁ ବ୍ୟାଙ୍କ ଚାକିରି ଆଶାୟୀମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି ଏବଂ ଲକ୍ଷ ଲକ୍ଷ ସଂଖ୍ୟାରେ ଆବେଦନ କରିଥାନ୍ତି । ଗତ ବର୍ଷ, SBI ଏକ ବଡ଼ ଧରଣର ନିଯୁକ୍ତି ଅଭିଯାନ କରିଥିଲା, ଯେଉଁଥିରେ ପ୍ରାୟ ୧୫୦୦ IT ବିଶେଷଜ୍ଞ ସାମିଲ ହୋଇଥିଲେ । ଏହି ବର୍ଷ, ବ୍ୟାଙ୍କରେ ମଧ୍ୟ ଏକ ବମ୍ପର ନିଯୁକ୍ତି ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

  • SBIରେ ମୋଟ୍ କେତେ କର୍ମଚାରୀ ?
୨୦୨୬ ସୁଦ୍ଧା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମୋଟ କର୍ମଚାରୀଙ୍କ ସଂଖ୍ୟା ୨.୪୫ ଲକ୍ଷରୁ ଅଧିକ ହୋଇଯାଇଛି । ବ୍ୟାଙ୍କର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୫-୨୬ ମଧ୍ୟରେ SBI ମୋଟ ୨୫,୬୩୩ ଜଣଙ୍କୁ ନିଯୁକ୍ତି ଦେଇଥିଲା । ଏଥିରେ ୪,୬୪୦ ଅଧିକାରୀ, ୧୯,୩୪୦ ସହଯୋଗୀ (କ୍ଲା) ଏବଂ ୧,୬୫୩ ଠିକା କର୍ମଚାରୀ ସାମିଲ ଥିଲେ ।

ପଢନ୍ତୁ ଏହି ଖବର: ଖୁବଶୀଘ୍ର ହେବ SI ପରୀକ୍ଷା; ଆବେଦନକାରୀ ଏବଂ ଆଶାୟୀ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ ରହିବାକୁ OUSSSCର ସୂଚନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ନେଟୱାର୍କ ମଧ୍ୟ ବିସ୍ତାର ହେଉଛି
କର୍ମଚାରୀମାନଙ୍କୁ ନିଯୁକ୍ତି ଦେବା ସହିତ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ସାମଗ୍ରିକ ନେଟୱାର୍କକୁ ମଧ୍ୟ ବିସ୍ତାର କରୁଛି । ବ୍ୟାଙ୍କ ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ପ୍ରାୟ ୨୦୦ରୁ ୨୫୦ ନୂତନ ଶାଖା ଯୋଡିବାକୁ ଲକ୍ଷ୍ୟ ରଖିଛି । ସାରା ଦେଶରେ ବ୍ୟାଙ୍କର ଉପସ୍ଥିତି ଛୋଟ ଏବଂ ବଡ଼ ଅନେକ ସହରରେ ରହିଛି । କିନ୍ତୁ ବର୍ତ୍ତମାନ ନୂତନ ଆବାସିକ କଲୋନୀ ନିର୍ମାଣ ହେଉଥିବାବେଳେ ବାଣିଜ୍ୟିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଞ୍ଚଳଗୁଡ଼ିକରେ ଏହାର ବ୍ୟାପକ ବିସ୍ତାର ହେଉଛି ।