UP Assembly Election 2027 / ଯୋଗୀ ଆଦିତ୍ୟନାଥ ନା ଅଖିଳେଶ ଯାଦବ? ବିଧାନସଭା ନିର୍ବାଚନ ପୂର୍ବରୁ ଆସିଲା ଆଶ୍ଚର୍ଯ୍ୟଜନକ ସର୍ଭେ
·2 hours ago·2 min read

Key Points
୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟବାସୀଙ୍କ ମନୋଭାବ କ’ଣ? ସେମାନେ ବିଜେପି ସହିତ ଅଛନ୍ତି ନା ସମାଜବାଦୀ ପାର୍ଟି ଏଥର ସରକାର ଗଠନ କରିବ?
୨୦୨୭ ବିଧାନସଭା ନିର୍ବାଚନକୁ ନେଇ ଏବେ ଠାରୁ ସରଗରମ ହୋଇ ଉଠିଲାଣି ଉତ୍ତର ପ୍ରଦେଶ ରାଜନୀତି। ଏହି ନିର୍ବାଚନରେ ବିଜେପି ଏବଂ ସମାଜବାଦୀ ପାର୍ଟି (ସପା) ମଧ୍ୟରେ ଏକ ସିଧାସଳଖ ମୁକାବିଲା ହେବାକୁ ଯାଉଛି। ସପା ଏହାର ପିଡି଼ଏ (PDA) ଫର୍ମୁଲା ବଳରେ କ୍ଷମତାକୁ ଫେରିବା ଦାବି କରୁଥିବା ବେଳେ, ବିଜେପି ଲଗାତାର ତୃତୀୟ ବିଜୟ ସହିତ ହ୍ୟାଟ୍ରିକ୍ ସ୍କୋର କରିବାକୁ ପ୍ରସ୍ତୁତ ହେଉଛି। ଏହି ସମୟରେ ଆଗାମୀ ୨୦୨୭ ନିର୍ବାଚନ ସମ୍ପର୍କରେ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ବିଜେପି ନା ସପା ଜନସାଧାରଣଙ୍କ ପ୍ରଥମ ପସନ୍ଦ କିଏ, ତାହା ଏଥିରେ ଦର୍ଶାଯାଇଛି।
ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମ୍ପର୍କରେ ନ୍ୟୁଜ ୧୮ ପକ୍ଷରୁ ୟୁପି ମେଗା ସର୍ଭେ (News 18 UP Mega Survey) ନାମରେ ଏକ ସର୍ଭେ କରାଯାଇଥିଲା। ଯାହାର ରିପୋର୍ଟ ପ୍ରକାଶ ପାଇସାରିଛି। ଏହି ସର୍ଭେ ରାଜ୍ୟର ସମସ୍ତ ୭୫ ଜିଲ୍ଲାରେ ପ୍ରାୟ ୩୦,୯୨୫ ଜଣ ଲୋକଙ୍କୁ ନେଇ ହୋଇଥିଲା। ଏହି ସର୍ଭେ ତଥ୍ୟ ଅନୁଯାୟୀ ରାଜ୍ୟରେ ବିଜେପି ଲହର ଏବେ ମଧ୍ୟ ଜାରି ରହିଛି। ପ୍ରାୟ ୬୬.୬% ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି ଯେ ସେମାନେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟକୁ ସମର୍ଥନ କରନ୍ତି। ଏହି ସମୟରେ ୨୬.୪% ଲୋକ ସପା-କଂଗ୍ରେସ ମେଣ୍ଟକୁ ସମର୍ଥନ କରିଥିଲେ। ସେହିପରି ମାତ୍ର ୫.୪% ଲୋକ ବିଏସପି ସମର୍ଥନରେ ଆସିଥିଲା।
ମୁଖ୍ୟମନ୍ତ୍ରୀ ପାଇଁ ପ୍ରଥମ ପସନ୍ଦ କିଏ?
ସର୍ଭେ ସମୟରେ ଯେତେବେଳେ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ସରକାରଙ୍କ କାର୍ଯ୍ୟଦକ୍ଷତା ବିଷୟରେ ପଚରା ଯାଇଥିଲା, ସେତେବେଳେ ୭୭.୧% ଲୋକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟରେ ଖୁସି ଥିଲେ। ସେହିପରି ୧୩.୫ ପ୍ରତିଶତ ଲୋକ ସରକାରଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ମୁଖ୍ୟମନ୍ତ୍ରୀ ଭାବରେ ଲୋକଙ୍କ ପ୍ରଥମ ପସନ୍ଦ ହୋଇ ରହିଛନ୍ତି। ସର୍ଭେରେ ପ୍ରାୟ ୬୬.୫ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ସମର୍ଥନ କରିଥିଲେ, ଯେତେବେଳେ ୨୪.୪ ପ୍ରତିଶତ ଲୋକ ଅଖିଳେଶ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ।
ସର୍ଭେ ସମୟରେ ୬୬.୬% ଲୋକ କହିଛନ୍ତି ଯେ ୨୦୨୭ ନିର୍ବାଚନରେ ପୁଣି ଥରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ଗଠନ କରିବ। ଏହି ସମୟରେ ୨୬.୫% ସରକାର ବଦଳାଇବାକୁ ଚାହୁଁଥିବା କହିଁଛନ୍ତି। ସେମାନେ ସପା-କଂଗ୍ରେସ ମେଣ୍ଟ ସରକାର ଗଠନ ହେବା ସମ୍ଭାବନା ବିଷୟରେ କହିଥିଲେ। ଯେତେବେଳେ ୬୫.୨% ଲୋକ ବିଶ୍ୱାସ କରନ୍ତି ଯେ ରାଜ୍ୟରେ ବିଜେପି ନେତୃତ୍ୱାଧିନ ସରକାରକୁ ତୃତୀୟ କାର୍ଯ୍ୟକାଳ ଦିଆଯିବା ଆବଶ୍ୟକ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଜେପି ନାଁ ସପା, କିଏ ଗଢିବ ସରକାର?
ସର୍ଭେ ସମୟରେ ରାଜ୍ୟରେ ଆଇନ ଶୃଙ୍ଖଳା, ସରକାରୀ ଯୋଜନାରୁ ଲାଭ, ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା, ନିଯୁକ୍ତି, ଦୁର୍ନୀତି ସମେତ ସାତଟି ପ୍ରସଙ୍ଗରେ ଲୋକଙ୍କ ମତାମତ ଲୋଡାଯାଇଥିଲା। ଯୋଗୀ ସରକାରଙ୍କ ଅଧିନରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ୭୪% ଲୋକ ସନ୍ତୁଷ୍ଟ ଥିଲେ। ସେହିପରି ୬୮.୬% ଭିତ୍ତିଭୂମି ବିକାଶକୁ ସମର୍ଥନ କରିଥିଲେ। ୬୬.୩ ପ୍ରତିଶତ ସହମତ ଥିଲେ ଯେ ସେମାନେ ସରକାରୀ ଯୋଜନାରୁ ଉପକୃତ ହୋଇଛନ୍ତି।

Related Topics
Explore more stories