Fake Paneer Ban / ନକଲି ଡେୟାରୀ ପ୍ରଡକ୍ଟ ବିରୋଧରେ ବଡ଼ ଆକ୍ସନ୍, ପନିରଠାରୁ ଘିଅ ସବୁ ବ୍ୟାନ୍!
·1 hour ago·2 min read

Key Points
ନକଲି ପନିର-ଘିଅ ବିକ୍ରି ବନ୍ଦ !
ଯୋଗୀ ସରକାରଙ୍କ କଡ଼ା ନିଷ୍ପତ୍ତି
ଆଉ ଚଳିବନି ନକଲି ଦୁଧର ବ୍ୟବସାୟ !
ଯୋଗୀ ସରକାରଙ୍କ କଡ଼ା ନିଷ୍ପତ୍ତି
ଆଉ ଚଳିବନି ନକଲି ଦୁଧର ବ୍ୟବସାୟ !
ସ୍ୱାଧୀନତା ଦିବସରେ ଉତ୍ତରପ୍ରଦେଶ ସରକାରଙ୍କ ବଡ଼ ଘୋଷଣା । ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ନକଲି ଓ ମିଶ୍ରିତ ଡେୟାରୀ ପ୍ରଡକ୍ଟ ବିରୋଧରେ ସରକାର ନେଇଛନ୍ତି କଡ଼ା ଆକ୍ସନ । ନକଲି ପନିରଠାରୁ ଆରମ୍ଭ କରି ଘିଅ, କ୍ରିମ୍ ଓ ଛେନା ପର୍ଯ୍ୟନ୍ତ—ଆନାଲଗ୍ ଡେୟାରୀ ପ୍ରଡକ୍ଟର ଉତ୍ପାଦନ, ମହଜୁଦ ଓ ବିକ୍ରି ଉପରେ ଲାଗିଛି ସମ୍ପୂର୍ଣ୍ଣ ବ୍ୟାନ୍ ।
ସ୍ୱାଧୀନତା ଦିବସ ଅବସରରେ ଉତ୍ତରପ୍ରଦେଶର ଯୋଗୀ ସରକାର ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ନକଲି ଓ ମିଶ୍ରିତ ଡେୟାରୀ ପ୍ରଡକ୍ଟର ବ୍ୟବସାୟ ଉପରେ କଡ଼ା ରୋକ୍ ଲଗାଇବାକୁ ସରକାର ଘୋଷଣା କରିଛନ୍ତି । ଆନାଲଗ୍ ଡେୟାରୀ ପ୍ରଡକ୍ଟର ଉତ୍ପାଦନ, ଷ୍ଟୋରେଜ୍ ଓ ବିକ୍ରି ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଯାଇଛି ।
ସରକାରଙ୍କ ଆଦେଶ ଅନୁସାରେ ଆନାଲଗ୍ ପନିର, କ୍ରିମ୍, ଛେନା, ଘିଅ ଓ ଖୁଆ ଭଳି ସାମଗ୍ରୀ ଏବେ ଦୋକାନ କିମ୍ବା କାରଖାନାରେ ତିଆରି କିମ୍ବା ବିକ୍ରି କରାଯାଇପାରିବ ନାହିଁ । ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନକଲି ଡେୟାରୀ ସାମଗ୍ରୀ ଜରିଆରେ ଲୋକଙ୍କ ସ୍ୱାସ୍ଥ୍ୟ ସହ ହେଉଥିବା ଖେଳକୁ ରୋକିବା ।
କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ଦୁଗ୍ଧ ଓ ଦୁଗ୍ଧରୁ ପ୍ରସ୍ତୁତ ସାମଗ୍ରୀର ଗୁଣବତ୍ତା ଯାଞ୍ଚ କରାଯାଇଥିଲା । ଫୁଡ୍ ଡିପାର୍ଟମେଣ୍ଟର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସାମଗ୍ରୀର ନମୁନା ସଂଗ୍ରହ କରିଥିଲା । ଲାବରେଟୋରୀରେ ଯାଞ୍ଚ ପରେ ଅନେକ ନମୁନାରେ ଗୁରୁତର ମିଶ୍ରଣ ଥିବା ଅଭିଯୋଗ ସାମ୍ନାକୁ ଆସିଥିଲା ।
ରିପୋର୍ଟ ଅନୁସାରେ, କିଛି ନକଲି ପନିର ଓ ଅନ୍ୟ ଡେୟାରୀ ପ୍ରଡକ୍ଟରେ ଦୁଗ୍ଧ ବଦଳରେ ରିଫାଇନ୍ଡ ଅଏଲ୍, ବିଭିନ୍ନ ପ୍ରକାରର ଫ୍ୟାଟ୍ ଏବଂ ସୋୟାବିନ୍ କିମ୍ବା ଏହାର ଉତ୍ପାଦ ବ୍ୟବହାର ହେଉଥିବା ଜଣାପଡ଼ିଥିଲା । ଏପରିକି କିଛି ନକଲି ସାମଗ୍ରୀ ତିଆରିରେ ଟାଲକମ୍ ପାଉଡର, ଡିଟର୍ଜେଣ୍ଟ, ଟାଇଟାନିୟମ୍ ଡାଇଅକ୍ସାଇଡ୍ ଓ ଲିକ୍ୱିଡ୍ ଗ୍ଲୁକୋଜ୍ ଭଳି ପଦାର୍ଥ ବ୍ୟବହାର ହେଉଥିବା ମଧ୍ୟ ଯାଞ୍ଚରେ ଜଣାପଡ଼ିଥିଲା ।
ସବୁଠାରୁ ଚିନ୍ତାଜନକ କଥା ହେଉଛି, ନକଲି ଦୁଗ୍ଧକୁ ଅଧିକ ଘନ କିମ୍ବା ଧଳା ଦେଖାଇବା ପାଇଁ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର ହେଉଥିବା ଅଭିଯୋଗ ରହିଛି । ସେଫୋଲାଇଟ୍, ରାନୀପଲ୍, ଟିନୋପଲ୍ ଓ ହାଇଡ୍ରୋଜେନ୍ ପେରକ୍ସାଇଡ୍ ଭଳି ପଦାର୍ଥର ବ୍ୟବହାର ନେଇ ମଧ୍ୟ ଯାଞ୍ଚରେ ତଥ୍ୟ ସାମ୍ନାକୁ ଆସିଛି ।
ଖାଦ୍ୟରେ ଏଭଳି ମିଶ୍ରଣକୁ ନେଇ ଦେଶରେ ଆଇନ ମଧ୍ୟ କଡ଼ା ରହିଛି । ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଆକ୍ଟ, ୨୦୦୬ ଅନୁସାରେ ଖାଦ୍ୟ ଓ ଡେୟାରୀ ପ୍ରଡକ୍ଟର ଉତ୍ପାଦନ ଏବଂ ବିକ୍ରି ସମୟରେ ନିର୍ଦ୍ଧାରିତ ମାନଦଣ୍ଡ ପାଳନ କରିବା ଆବଶ୍ୟକ। ନିୟମ ଉଲ୍ଲଂଘନ କଲେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories