Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅଢେଇ ଲକ୍ଷ କ୍ରେତାଙ୍କୁ ନୋଏଡାରେ ମିଳିବ ଫ୍ଲାଟ୍

Jitendra Dash
Browse all articles by Jitendra Dash
·2 years ago·1 min read
ଅଢେଇ ଲକ୍ଷ କ୍ରେତାଙ୍କୁ ନୋଏଡାରେ ମିଳିବ ଫ୍ଲାଟ୍

ଅର୍ଗସ ବ୍ୟୁରୋ : ଉତ୍ତରପ୍ରଦେଶ କ୍ୟାବିନେଟର ବଡ ନିଷ୍ପତ୍ତି । ପାଖାପାଖି ଅଢେଇ ଲକ୍ଷ କ୍ରେତାଙ୍କୁ ନୋଏଡାରେ ମିଳିବ ଫ୍ଲାଟ୍ । ଏଥିପାଇଁ ଯୋଗୀ କ୍ୟାବିନେଟରେ ବଡ ନିଷ୍ପତ୍ତି। ନୋଏଡାରେ ଫ୍ଲାଟ୍ ପାଇଁ ଆଶାୟୀ ଥିବା ଲୋକଙ୍କ ପାଇଁ ଖୁସି ଖବର । ଏବେ ସେମାନଙ୍କୁ ମିଳିଯିବ ସେମାନଙ୍କ ସ୍ବପ୍ନର ଘର । ଉତ୍ତରପ୍ରଦେଶ କ୍ୟାବିନେଟରେ ଔଦ୍ୟଗିକ ବିକାଶ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । 

ଅଧିକ ପଢନ୍ତୁ ଭାରତ ଖବର

ଏହାଦ୍ବାରା ଶିଳ୍ପ ବିକାଶକୁ ସୁଯୋଗ ମିଳିବ । ଏହାସହ ଏନସିଆରରେ ୫୭ ସାଇବର୍ ଥାନା କରାଯିବାକୁ ୟୁପି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏହାଛଡା ଗାଁ ଗାଁରେ ୪ଜି ମୋବାଇଲ୍ ସେବାର ସଂପ୍ରସାରଣ କରାଯିବ । ଏଥିପାଇଁ ଗାଁ ଗାଁରେ ଅଫଟିକାଲ୍ ଫାଇବର୍ ପଡିବ । ଏହାସହ ଲକ୍ଷ୍ନୌର ପିଜିଆଇରେ ବାଲ ଚିକିତ୍ସା କେନ୍ଦ୍ର ସ୍ଥାପନ କରାଯିବ । ଏହା ସମେତ ୧୯ ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UP Cabinet Meeting | Argus News