UP Congress Clash Lucknow / କଂଗ୍ରେସ କାର୍ଯ୍ୟାଳୟରେ ଗଣ୍ଡଗୋଳ ପରେ ହୋଇଗଲା ମୁହାଁମୁହିଁ; ନାରାଜ ହୋଇ ବାହାରି ଆସିଲେ ଅଜୟ ରାୟ
·1 hour ago·2 min read

Key Points
ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ହୋଇଥିଲା ଜୋରଦାର ହଙ୍ଗାମା। ଖବର ଅନୁସାରେ ପୂର୍ବତନ ରାଜ୍ୟ ସଭାପତି ଅଜୟ ରାୟଙ୍କ ସମର୍ଥକ କୌଣସି କଥାକୁ ନେଇ ତାତି ଉଠିଥିଲେ।
ରବିବାର (୧୧ ଅକ୍ଟୋବର) ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସ୍ଥିତ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ହୋଇଥିଲା ଜୋରଦାର ହଙ୍ଗାମା। ସୂଚନା ଅନୁଯାୟୀ ନବନିଯୁକ୍ତ ରାଜ୍ୟ କଂଗ୍ରେସ ସଭାପତି ଆରାଧନା ମିଶ୍ର ମୋନା ଏବଂ ପୂର୍ବତନ ରାଜ୍ୟ ସଭାପତି ଅଜୟ ରାୟଙ୍କ ସମର୍ଥକ କୌଣସି ପ୍ରସଙ୍ଗକୁ ନେଇ ଦଳୀୟ ମୁଖ୍ୟାଳୟରେ ମୁହାଁମୁହିଁ ହୋଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ଠେଲାପେଲା ସହ ଧସ୍ତାଧସ୍ତି ହୋଇଥିଲା। ପରେ ଏହା ହାତାହାତିର ରୂପ ନେଇଥିଲା।
ଏହି ଘଟଣାର ଭିଡି଼ଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳିଛି ଯେ ଦଳୀୟ କାର୍ଯ୍ୟାଳୟରେ ଜୋରଦାର ହଙ୍ଗାମା ହେଉଛି। ଆରାଧନା ମିଶ୍ର ମୋନାଙ୍କ ପିତା ତଥା ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ତିୱାରୀ, ଅଜୟ ରାୟଙ୍କୁ ମନାଉଥିବାର ଦେଖାଯାଉଛି। କୁହାଯାଉଛି ଯେ ଅଜୟ ରାୟ ଏବଂ ଆରାଧନା ମିଶ୍ରଙ୍କ ସମର୍ଥକଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହି ପରିସ୍ଥିତିରେ ପ୍ରମୋଦ ତିୱାରୀ, ଅଜୟ ରାୟଙ୍କୁ ହାତ ଯୋଡ଼ି ମନାଉଥିଲେ।
ରବିବାର ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ମୋନାଙ୍କ ପଦଭାର ଗ୍ରହଣ ଉତ୍ସବ ସମୟରେ ଉତ୍ତର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟାଳୟରେ ଏକ ହଙ୍ଗାମା ହୋଇଥିଲା। ପୂର୍ବତନ ରାଜ୍ୟ ସଭାପତି ଅଜୟ ରାୟ ଏବଂ କଂଗ୍ରେସ କାଉନସିଲର ମମତା ଚୌଧୁରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ବଢ଼ି ଯାଇଥିଲା ଯେ ପରସ୍ପରର ସମର୍ଥକ ହାତାହାତି ହେବା ସହ ପରସ୍ପରକୁ ଜୋତା ଫିଙ୍ଗିବା ଆରମ୍ଭ କରିଥିଲେ। ଝଗଡ଼ା ପରେ ଅଜୟ ରାୟ କ୍ରୋଧରେ ପାର୍ଟି କାର୍ଯ୍ୟାଳୟରୁ ବାହାରକୁ ବାହାରି ଆସିଥିଲେ। ହେଲେ ତଥାପି ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ତିୱାରୀ ତାଙ୍କୁ ଛାଡ଼ିବାକୁ ବାହାରକୁ ଆସିଥିଲେ। ଦଳର ନିବନିଯୁକ୍ତ କାର୍ଯ୍ୟକାରୀ ସଭାପତି ଇମରାନ ମସୁଦ ଦଳୀୟ କାର୍ଯ୍ୟାଳୟରେ ଉପସ୍ଥିତ ରହିଥିଲେ।
ପଦଭାର ଗ୍ରହଣ କରିଥିଲେ ଆରାଧନା ମିଶ୍ର
କଂଗ୍ରେସ ରାଜ୍ୟ ସଭାପତି ଆରାଧନା ମିଶ୍ର ମୋନା ରବିବାର ରାଜ୍ୟ କଂଗ୍ରସେ ସଭାପତି ପଦଭାର ଗ୍ରହଣ କରିବାକୁ ଯାଉଥିଲେ। ପୂର୍ବତନ ରାଜ୍ୟ ସଭାପତି ଅଜୟ ରାୟ ଦାୟିତ୍ୱ ହସ୍ତାନ୍ତର କରିବାକୁ ଆସିଥିଲେ। ଦଳୀୟ କାର୍ଯ୍ୟାଳୟରେ ତାଙ୍କ ସମର୍ଥକ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ତାଙ୍କର ଦଳୀୟ ସମର୍ଥକ ଏବଂ ଲକ୍ଷ୍ନୌ ନଗର ନିଗମ କଂଗ୍ରେସ କର୍ପୋରେଟର ନେତା ମମତା ଚୌଧୁରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଦେଖୁଦେଖୁ ଏହି ଝଗଡ଼ା ବଢ଼ି ଯାଇଥିଲା। ଏହା ପରେ ଅଜୟ ରାୟଙ୍କ ସମର୍ଥକଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏପରିକି ଜୋତା ଫିଙ୍ଗାଫିଙ୍ଗି ହୋଇଥିଲା। ଯାହାର ଭିଡି଼ଓ ଏବେ ଭାଇରାଲ ହେବାରେ ଲାଗିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମନାଇବାକୁ ଚେଷ୍ଟା କରିଥିଲେ ପ୍ରମୋଦ ତିୱାରୀ
ସମଗ୍ର ଘଟଣାକ୍ରମ ପରେ, ଅଜୟ ରାୟ କ୍ରୋଧରେ ଦଳୀୟ କାର୍ଯ୍ୟାଳୟରୁ ବାହାରକୁ ବାହାରି ଆସିଲେ। କଂଗ୍ରେସ କାର୍ଯ୍ୟକାରୀ ସଭାପତି ଇମରାନ ମାସୁଦ, ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ମୋନା ଏବଂ ରାଜ୍ୟସଭା ସାଂସଦ ପ୍ରମୋଦ ତିୱାରୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ବରିଷ୍ଠ ନେତା ତାଙ୍କ ସହିତ କଥା ହୋଇ ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ।

Related Topics
Explore more stories