Videos
|
National

Diwali LPG Subsidy / ଦୀପାବଳିରେ ମହିଳାଙ୍କୁ ମାଗଣା ଗ୍ୟାସ୍ ସିଲିଣ୍ଡର, ଖାତାକୁ ଆସିବ ସବ୍‌ସିଡି ଟଙ୍କା

Santosh Kumar Sahoo
Browse all articles by Santosh Kumar Sahoo
·34 mins ago·2 min read
ଦୀପାବଳିରେ ମହିଳାଙ୍କୁ ମାଗଣା ଗ୍ୟାସ୍ ସିଲିଣ୍ଡର, ଖାତାକୁ ଆସିବ ସବ୍‌ସିଡି ଟଙ୍କା
Diwali LPG Subsidy

Key Points

ଦୀପାବଳିରେ ଯୋଗୀ ସରକାରଙ୍କ ବଡ଼ ଉପହାର
ମହିଳାଙ୍କୁ ମିଳିବ ମାଗଣା LPG ସିଲିଣ୍ଡର
ଗ୍ୟାସ୍ ସିଲିଣ୍ଡର ଟଙ୍କା ସିଧା ଖାତାକୁ

ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର କୋଟି କୋଟି ମହିଳାଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ରୋଷେଇ ଗ୍ୟାସ୍‌ର ବଢ଼ୁଥିବା ଦାମ୍‌ ଭିତରେ ଏବେ ମିଳିପାରେ ଆଶ୍ୱସ୍ତି । ଦୀପାବଳିରେ ଯୋଗୀ ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (PMUY) ଅଧୀନରେ ପଞ୍ଜୀକୃତ ମହିଳା ହିତାଧିକାରୀଙ୍କୁ ମିଳିବ ମାଗଣା ଏଲ୍‌ପିଜି ସିଲିଣ୍ଡର ରିଫିଲ୍‌ର ସୁବିଧା ।

ଏହି ଯୋଜନା ଅଧୀନରେ, ଉତ୍ତର ପ୍ରଦେଶର ପ୍ରାୟ 18.6 ନିୟୁତ ମହିଳା ବର୍ଷକୁ ଦୁଇଥର ସବସିଡି ପାଆନ୍ତି: ପ୍ରଥମେ ଦୀପାବଳିରେ ଏବଂ ଦ୍ୱିତୀୟ ଥର ହୋଲିରେ।
ମାଗଣା ଗ୍ୟାସ ସିଲିଣ୍ଡର ରିଫିଲ୍ ପାଇଁ ସମ୍ପୂର୍ଣ୍ଣ ସବସିଡି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। ଏହି ଦୀପାବଳି ଉପହାରର ଲାଭ ଆପଣ କିପରି ନେଇପାରିବେ ତାହା ଜାଣନ୍ତୁ ।

ଏହି ଯୋଜନା ଅଧୀନରେ ଉତ୍ତରପ୍ରଦେଶର ପ୍ରାୟ ୧.୮୬ କୋଟି ମହିଳା ହିତାଧିକାରୀ ଉପକୃତ ହୋଇପାରିବେ। ବର୍ଷକୁ ଦୁଇଥର, ଦୀପାବଳି ଓ ହୋଲି ଅବସରରେ ଏହି ସହାୟତା ଦିଆଯିବାର ବ୍ୟବସ୍ଥା ରହିଛି । ମାଗଣା ଗ୍ୟାସ ସିଲିଣ୍ଡର ରିଫିଲ୍ ପାଇଁ ସମ୍ପୂର୍ଣ୍ଣ ସବସିଡି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। ଏହି ଦୀପାବଳି ଉପହାରର ଲାଭ ଆପଣ କିପରି ନେଇପାରିବେ ଜାଣନ୍ତୁ...

କେବେ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡର ?

ଉପଲବ୍ଧ ସୂଚନା ଅନୁଯାୟୀ, ଏହି ସୁବିଧା ଦୁଇଟି ପର୍ଯ୍ୟାୟରେ ମିଳିବାର ସମ୍ଭାବନା ରହିଛି।
- ପ୍ରଥମ ପର୍ଯ୍ୟାୟ: ଅକ୍ଟୋବରରୁ ଡିସେମ୍ବର ୨୦୨୬ ମଧ୍ୟରେ ଦୀପାବଳି ଅବସରରେ
- ଦ୍ୱିତୀୟ ପର୍ଯ୍ୟାୟ: ଜାନୁଆରୀରୁ ମାର୍ଚ୍ଚ ୨୦୨୭ ମଧ୍ୟରେ ହୋଲି ଅବସରରେ
ଏହି ସହାୟତାର ରାଶି ହିତାଧିକାରୀଙ୍କ ଆଧାର ସହ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ପଠାଯିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିପରି ପାଇବେ ମାଗଣା ସିଲିଣ୍ଡରର ଲାଭ ?

ଏହି ସୁବିଧା ପାଇବା ପାଇଁ ହିତାଧିକାରୀଙ୍କୁ ପ୍ରଥମେ ନିଜ ଗ୍ୟାସ୍ ଏଜେନ୍ସିରୁ ସାଧାରଣ ନିୟମ ଅନୁଯାୟୀ ସିଲିଣ୍ଡର ବୁକ୍ କରିବାକୁ ପଡ଼ିବ । ସିଲିଣ୍ଡର ଡେଲିଭରି ସମୟରେ ନିର୍ଦ୍ଧାରିତ ମୂଲ୍ୟ ଦେବାକୁ ହେବ । ଏହାପରେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ସରକାରଙ୍କ ନିର୍ଦ୍ଧାରିତ ସବ୍‌ସିଡି ରାଶି ପଠାଯିବ ।

କେଉଁମାନେ ପାଇବେ ଏହି ସୁବିଧା ?

ଏହି ଯୋଜନାର ଲାଭ କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ପଞ୍ଜୀକୃତ ଗ୍ୟାସ୍ ସଂଯୋଗଧାରୀଙ୍କୁ ମିଳିବ। ସାଧାରଣ ଘରୋଇ ଗ୍ୟାସ୍ ସଂଯୋଗଧାରୀ ଏହି ସୁବିଧା ପରିସରରେ ଆସିବେ ନାହିଁ । ଏଥିସହ ହିତାଧିକାରୀଙ୍କ ଗ୍ୟାସ୍ ଏଜେନ୍ସିରେ ଇ-କେୱାଇସି (eKYC) ସମ୍ପୂର୍ଣ୍ଣ ହୋଇଥିବା ଆବଶ୍ୟକ। ବ୍ୟାଙ୍କ ଖାତା ଆଧାର ସହ ଲିଙ୍କ୍ ହେବା ସହ DBT ସକ୍ରିୟ ରହିବା ମଧ୍ୟ ଜରୁରୀ ।

ଏବେଠାରୁ କରିନିଅନ୍ତୁ ଏହି କାମ

ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି, ସେମାନେ ନିଜ ନିକଟସ୍ଥ ଇଣ୍ଡେନ୍, ଭାରତ ଗ୍ୟାସ୍ କିମ୍ବା ଏଚ୍‌ପି ଗ୍ୟାସ୍ ଏଜେନ୍ସିକୁ ଯାଇ ବାୟୋମେଟ୍ରିକ୍ ଯାଞ୍ଚ ସମ୍ପୂର୍ଣ୍ଣ କରିପାରିବେ । ସମ୍ପୃକ୍ତ ଗ୍ୟାସ୍ କମ୍ପାନୀର ଅଫିସିଆଲ୍ ଆପ୍‌ରେ ମଧ୍ୟ eKYC ସୁବିଧା ଉପଲବ୍ଧ ଥିଲେ ତାହା ବ୍ୟବହାର କରିପାରିବେ ।