Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସ୍ବାମୀର ଦରମା ଅଢେଇ ଲକ୍ଷ...କିନ୍ତୁ ଭଡ଼ାରେ ପୁଅଙ୍କୁ ଡକାଇ ରଖୁଥିଲେ ସମ୍ପର୍କ

National

UP Dowry Case / ସ୍ବାମୀର ଦରମା ଅଢେଇ ଲକ୍ଷ...କିନ୍ତୁ ଭଡ଼ାରେ ପୁଅଙ୍କୁ ଡକାଇ ରଖୁଥିଲେ ସମ୍ପର୍କ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ସ୍ବାମୀର ଦରମା ଅଢେଇ ଲକ୍ଷ...କିନ୍ତୁ ଭଡ଼ାରେ ପୁଅଙ୍କୁ ଡକାଇ ରଖୁଥିଲେ ସମ୍ପର୍କ
UP Dowry Case

Key Points

ସିସିଟିଭି ଖୋଲିଦେଲା ସ୍ବାମୀଙ୍କ ବଡ଼ ପୋଲ୍
କହିଲେ ମୋ ସ୍ବାମୀଙ୍କୁ “ମୁଁ ନୁହେଁ ପୁଅମାନେ ପସନ୍ଦ”
ଘରଲୋକ ୫୦ଲକ୍ଷ ଦେଲେନି ବୋଲି ମୋ ଉପରେ ଅତ୍ୟାଚାର କରୁଥିଲେ
ସ୍ବାମୀ-ସ୍ତ୍ରୀର ସମ୍ପର୍କକୁ ନେଇ ସାମ୍ନାକୁ ଆସିଛି ଏକ ଅଜବ ମାମଲା । ଶ୍ବଶୁର ଘର ଲୋକ ୫୦ ଲକ୍ଷ ଅଧିକ ଯୌତୁକ ନ ଦେବାରୁ ସ୍ତ୍ରୀକୁ ସ୍ବାମୀ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ସୋନାଲି ଗୁପ୍ତା (ଛଦ୍ମନାମ) ନାମ୍ନୀ ଜଣେ ମହିଳା ତାଙ୍କ ସ୍ୱାମୀ ଶିବମ ଗୁପ୍ତା ଏବଂ ତାଙ୍କ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଏକ ଯୌତୁକ
ନିର୍ଯାତନା ମାମଲା ଦାୟର କରିଛନ୍ତି । ଉତ୍ତର ପ୍ରଦେଶର ମୈନପୁରୀ ସଦର କୋତୱାଲି ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି ।

ସୋନାଲି ଫେବୃଆରୀ ୧୯, ୨୦୨୪ରେ ଏଟାର ବାସିନ୍ଦା ଶିବମଙ୍କ ସହିତ ବିବାହ କରିଥିଲେ, ଯିଏ ଏକ ଘରୋଇ କମ୍ପାନୀରେ ମାସିକ ଅଢେଇ ଲକ୍ଷ ଦରମା ପାଆନ୍ତି । ଯଥେଷ୍ଟ ଯୌତୁକ ଦେବା ସତ୍ତ୍ୱେ ମଧ୍ୟ ଶିବମ ଆଉ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ । ଏହି ଦାବି ପୂରଣ କରିବାରେ ସୋନାଲିଙ୍କ ପରିବାର ଲୋକେ ଅସମର୍ଥ ହୋଇଥିଲେ । ଆଉ ତା’ପରେ ଆରମ୍ଭ ହୋଇଗଲା ନୂଆ ଟ୍ବିଷ୍ଟ ।

ପୀଡିତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେବା ଆରମ୍ଭ ହୋଇଗଲା । ଯେତେବେଳେ ପୀଡିତା ତାଙ୍କ ସ୍ୱାମୀଙ୍କ ଆଚରଣ ଉପରେ ସନ୍ଦେହ କରି ଆଗ୍ରାରେ ଥିବା ସେମାନଙ୍କ ଭଡା ଘରେ କ୍ୟାମେରା ଲଗାଇଥିଲେ, ସେତେବେଳେ ସେ ଯାହା ଦେଖିଲେ ତାଙ୍କ ପାଦତଳୁ ମାଟି ଖସିଗଲା । ସେ ତାଙ୍କ ସ୍ବାମୀଙ୍କର ଅପ୍ରାକୃତିକ କାର୍ଯ୍ୟକଳାପ ବିଷୟରେ ଜାଣିବାକୁ ପାଇଲେ । ସେ ସେହି ଭଡ଼ା ଘରକୁ ପୁଅମାନଙ୍କୁ ଡକାଇ ସେମାନଙ୍କ ସହ ଯୌନ ସମ୍ପର୍କ ରଖୁଥିଲେ । ଭିଡିଓ ଦେଖିବା ପରେ ସୋନାଲି ଯେତେବେଳେ ଏହାର ପ୍ରତିବାଦ କଲେ, ସେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଲେ ।

ଶେଷରେ ଆଉ ସହି ନ ପାରି ଶିବମଙ୍କ ପତ୍ନୀ ପୋଲିସ ଷ୍ଟେସନର ଦ୍ବାରସ୍ଥ ହୋଇଥିଲେ । ସୋନାଲି ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ପ୍ରଥମେ ସଦର ପୋଲିସ ଷ୍ଟେସନକୁ ତାଙ୍କ ଅଭିଯୋଗ ନେଇ ଯାଇଥିଲେ, ପୋଲିସ ତାଙ୍କ ରିପୋର୍ଟ ରେଜିଷ୍ଟର କରିନଥିଲା । ତାଙ୍କୁ ନ୍ୟାୟ ମିଳୁ ନଥିବା ଦେଖି ସେ ଜିଲ୍ଲାର ଉଚ୍ଚ ଅଧିକାରୀଙ୍କ ନିକଟରେ ଏକ ଆବେଦନ ଦାଖଲ କରି ତାଙ୍କ ସୁରକ୍ଷା ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରିଥିଲେ । ବର୍ତ୍ତମାନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ମାମଲାର ଗମ୍ଭୀରତାକୁ ବିଚାର କରି ତଦନ୍ତ ଆରମ୍ଭ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dowry Harassment Case: Woman Alleges Abuse, Shocking Revelation in UP | Argus News