Videos
|
National

Senior Women Free Travel / ଯୋଗୀ ସରକାରଙ୍କ ବଡ଼ ଘୋଷଣା, ଏହି ମହିଳାଙ୍କ ପାଇଁ ବସ୍ ଯାତ୍ରା ସମ୍ପୂର୍ଣ୍ଣ ମାଗଣା

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ଯୋଗୀ ସରକାରଙ୍କ ବଡ଼ ଘୋଷଣା, ଏହି ମହିଳାଙ୍କ ପାଇଁ ବସ୍ ଯାତ୍ରା ସମ୍ପୂର୍ଣ୍ଣ ମାଗଣା
Senior Women Free Travel

Key Points

ଯୋଗୀ ସରକାରଙ୍କ ବଡ଼ ଘୋଷଣା
ମହିଳାଙ୍କ ପାଇଁ ଖୁସି ଖବର
୬୦ ବର୍ଷରୁ ଅଧିକ ମହିଳାଙ୍କୁ ମାଗଣା ବସ୍
ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଉତ୍ତରପ୍ରଦେଶର ମହିଳାଙ୍କ ପାଇଁ ଖୁସି ଖବର । ଯୋଗୀ ସରକାରଙ୍କ କ୍ୟାବିନେଟ୍ ବୈଠକରେ ମୋଟ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ, ସେଥିମଧ୍ୟରୁ ୬୦ ବର୍ଷରୁ ଅଧିକ ବୟସର ମହିଳାଙ୍କ ପାଇଁ ରହିଛି ବଡ଼ ଘୋଷଣା । ଏଣିକି ଉତ୍ତରପ୍ରଦେଶ ରୋଡୱେଜ୍ ବସ୍‌ରେ ଏହି ବୟସ ବର୍ଗର ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ ।

ସରକାରଙ୍କ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଏହି ଯୋଜନାର ଶୁଭାରମ୍ଭ କରିବେ । ଯୋଜନା ଲାଗୁ ହେବା ପରେ ୬୦ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ରୋଡୱେଜ୍ ବସ୍‌ରେ ଯାତ୍ରା ପାଇଁ ଆଉ ଭଡ଼ା ଦେବାକୁ ପଡ଼ିବ ନାହିଁ । ଏହି ସୁବିଧା ପାଇଁ ମହିଳାମାନଙ୍କୁ ନିଜ ବୟସ ପ୍ରମାଣପତ୍ର ପାଇଁ ଆଧାର କାର୍ଡ କିମ୍ବା ଭୋଟର ଆଇଡି ଦେଖାଇବାକୁ ପଡ଼ିବ ।

ଏହି ଯୋଜନାକୁ ‘ଲୋକମାତା ଅହିଲ୍ୟାବାଇ ମାତୃଶକ୍ତି ଯୋଜନା’ ନାମରେ ମଞ୍ଜୁରୀ ଦିଆଯାଇଛି । ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂହଙ୍କ କହିବା ଅନୁସାରେ, ୬୦ ବର୍ଷରୁ ଅଧିକ ବୟସର ମହିଳାମାନେ ପରିବହନ ନିଗମର ସମସ୍ତ ବସ୍‌ରେ ଆଜୀବନ ନିଃଶୁଳ୍କ ଯାତ୍ରାର ସୁବିଧା ପାଇବେ । ଏହାଦ୍ୱାରା ପ୍ରାୟ ଏକ କୋଟିରୁ ଅଧିକ ମହିଳା ଉପକୃତ ହେବେ ବୋଲି ସରକାର କହିଛି ।

ବିଶେଷ କଥା ହେଉଛି, ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ବିଜେପି ୬୦ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ମାଗଣା ବସ୍ ଯାତ୍ରାର ପ୍ରତିଶ୍ରୁତି ଦେଇଥିଲା । ଏବେ କ୍ୟାବିନେଟ୍ ମଞ୍ଜୁରୀ ପରେ ସେହି ପ୍ରତିଶ୍ରୁତି ଯୋଜନାର ରୂପ ନେଇଛି । ୨୦୧୧ ଜନଗଣନା ଆଧାରରେ ପ୍ରାୟ ୮୧ ଲକ୍ଷ ମହିଳା ଏହି ସୁବିଧା ପାଇପାରନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେବଳ ମହିଳାଙ୍କ ପାଇଁ ମାଗଣା ଯାତ୍ରା ନୁହେଁ, ପରିବହନ ବିଭାଗ ପାଇଁ ମଧ୍ୟ କ୍ୟାବିନେଟ୍ ଏକ ବଡ଼ ନିଷ୍ପତ୍ତି ନେଇଛି । ୨୫୦ଟି ଇଲେକ୍ଟ୍ରିକ୍ ବସ୍ କିଣିବାକୁ ମଞ୍ଜୁରୀ ମିଳିଛି। ଏହି ବସ୍‌ଗୁଡ଼ିକ ୪୨ ଓ ୫୨ ସିଟ୍ ବିଶିଷ୍ଟ ହେବ ।

ସେପଟେ ରକ୍ଷାବନ୍ଧନ ଅବସରରେ ମଧ୍ୟ ଉତ୍ତରପ୍ରଦେଶରେ ମହିଳାଙ୍କୁ ମାଗଣା ବସ୍ ଯାତ୍ରାର ସୁବିଧା ମିଳିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁସାରେ ୨୭ ଅଗଷ୍ଟ ସକାଳ ୬ଟାରୁ ୨୯ ଅଗଷ୍ଟ ରାତି ୧୨ଟା ପର୍ଯ୍ୟନ୍ତ ପରିବହନ ନିଗମର ବସ୍‌ରେ ମହିଳାମାନେ ନିଃଶୁଳ୍କ ଯାତ୍ରା କରିପାରିବେ ।
UP Announces Free Bus Travel for Women Above 60 | Argus News