Videos
|
National

Free Bus Service / ୬୦ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କ ପାଇଁ ବସ୍ ଯାତ୍ରା ମାଗଣା; ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
୬୦ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କ ପାଇଁ ବସ୍ ଯାତ୍ରା ମାଗଣା; ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Free Bus Rides for Women Over 60

Key Points

ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ବସ୍‌ରେ ଯାତ୍ରା କଲେ ବୟସ୍କ ମହିଳାଙ୍କୁ ଦେବାକୁ ପଡ଼ିବନି ଭଡ଼ା । ୬୦ ବର୍ଷରୁ ଅଧିକ ବୟସ୍କର ମହିଳା ଏହାର ଫାଇଦା ଉଠାଇ ପାରିବେ ।
ନୂଆଦିଲ୍ଲୀ: ବସ୍ ଯାତ୍ରା ହେବ ମାଗଣା । ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ବସ୍‌ରେ ଯାତ୍ରା କଲେ ବୟସ୍କ ମହିଳାଙ୍କୁ ଦେବାକୁ ପଡ଼ିବନି ଭଡ଼ା । ୬୦ ବର୍ଷରୁ ଅଧିକ ବୟସ୍କର ମହିଳା ଏହାର ଫାଇଦା ଉଠାଇ ପାରିବେ । ଏନେଇ ଉତ୍ତରପ୍ରଦେଶ ସରକାର ଘୋଷଣା କରିଛନ୍ତି ।

ଏହି ଯୋଜନା ପାଇଁ ଉତ୍ତରପ୍ରଦେଶ ସରକାର ପ୍ରଥମ ଅତିରିକ୍ତ ବଜେଟ୍‌ରେ ୧୦୦ କୋଟି ଟଙ୍କା ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆବଣ୍ଟନ କରିଛନ୍ତି । ଏହି ଅର୍ଥ ରାଶି ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC)ରେ ଯୋଗ୍ୟ ମହିଳା ଯାତ୍ରୀଙ୍କ ମାଗଣା ପରିବହନ ପାଇଁ ଖର୍ଚ୍ଚ କରାଯିବ ।

ଏଥିସହ ପଢ଼ନ୍ତୁ: ନିର୍ଦ୍ଧାରିତ ସୀମାଠାରୁ ଅଧିକ ଫି ବୃଦ୍ଧି: ପଡ଼ିଲା ମହଙ୍ଗା, ଏବେ ଗଣିବେ ୧ ଲକ୍ଷ ଲେଖାଏଁ ଜରିମାନା 

ଉତ୍ତରପ୍ରଦେଶ ସରକାରଙ୍କ ଏହି ଘୋଷଣା ଦ୍ଵାରା ବରିଷ୍ଠ ମହିଳା ନାଗରିକ ଉପକୃତ ହେବେ । ୬୦ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କ ପାଇଁ ବସ୍ ଯାତ୍ରା ଦେୟ ମୁକ୍ତ ହେବ । ଏହି ଯୋଜନା ସମଗ୍ର ରାଜ୍ୟରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।


କିଏ ପାଇବେ ଲାଭ ?

ସରକାରଙ୍କ ଘୋଷଣା ଅନୁସାରେ, ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC)ର ବସ୍‌ରେ ଯାତ୍ରା କରୁଥିବା ୬୦ ବର୍ଷରୁ ଅଧିକ ବୟସ୍କ ମହିଳା ଏହାର ଲାଭ ପାଇବେ । ଏନେଇ ସରକାରଙ୍କ ପକ୍ଷର ବିସ୍ତୃତ ଗାଇଡଲାଇନ୍ ଜାରି କରାଯିବ । ଯେଉଁଥିରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହ ଯୋଜନା ଆରମ୍ଭର ତାରିଖ ରହିବ ।

ବଜେଟ୍‌ରେ ବ୍ୟବସ୍ଥା

୬୦ ବର୍ଷରୁ ଅଧିକ ବୟସ୍କ ମହିଳା (UPSRTC)ରେ ମାଗଣା ବସ୍ ଯାତ୍ରା କରିପାରିବେ । ଏଥିପାଇଁ ସରକାର ପ୍ରଥମ ଅତିରିକ୍ତ ବଜେଟ୍‌ରେ ଅର୍ଥରାଶି ଆବଣ୍ଟନ କରିଛନ୍ତି । ୨୦୨୬-୨୭ ଆର୍ଥିକ ବର୍ଷ ଲାଗି ସରକାର ବଜେଟ୍‌ରେ ୧୦୦ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି ।

ଏଥିସହ ପଢ଼ନ୍ତୁ: 'ବୀମା ନାହିଁ ତ, ତେଲ ନାହିଁ'; ଆଉ କେଉଁ ପ୍ରସ୍ତାବ ଦେଲେ ସୁପ୍ରିମକୋର୍ଟ ? 

ଏହାଦ୍ଵାରା ବରିଷ୍ଠ ମହିଳା ନାଗରିକ ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମର ବସ୍‌ରେ ଯାତ୍ରା କଲେ ଟଙ୍କାଟିଏ ଦେବାକୁ ପଡ଼ିବ ନାହିଁ । ବିନ ଦ୍ଵିଧାରେ ବନ୍ଧୁ ପରିଜନ ହେଉକି ମେଡିକାଲ୍ କିମ୍ବା ବୁଲିବାକୁ ସରକାରୀ ବସ୍‌ରେ ମାଗଣାରେ ଯାଇ ପାରିବେ । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: