Videos
|
National

New rules for govt jobs in UP / ଏଣିକି ପ୍ରଦର୍ଶନକାରୀଙ୍କୁ ମିଳିବ ନାହିଁ ସରକାରୀ ଚାକିରି; ସରକାର ନେଲେ ବଡ଼ ନିଷ୍ପତ୍ତି

Subhramjit Ray
Browse all articles by Subhramjit Ray
·1 hour ago·2 min read
ଏଣିକି ପ୍ରଦର୍ଶନକାରୀଙ୍କୁ ମିଳିବ ନାହିଁ ସରକାରୀ ଚାକିରି; ସରକାର ନେଲେ ବଡ଼ ନିଷ୍ପତ୍ତି
New rules for govt jobs in UP

Key Points

ଉତ୍ତର ପ୍ରଦେଶରେ ସରକାରୀ ଚାକିରି ନିଯୁକ୍ତି ପାଇଁ ଯାଞ୍ଚ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଏହା ଅନୁଯାୟୀ, ହିଂସାତ୍ମକ ପ୍ରତିବାଦରେ ଅଂଶଗ୍ରହଣ କରୁଥିବା ଯୁବକ ଆଉ ସରକାରୀ ଚାକିରି ପାଇଁ ଯୋଗ୍ୟ ହେବେ ନାହିଁ।
ଉତ୍ତର ପ୍ରଦେଶରେ ସରକାରୀ ଚାକିରି ପାଇଁ ଆବେଦନକାରୀଙ୍କ ଚରିତ୍ର ଯାଞ୍ଚ ସମ୍ପର୍କିତ ନୀତିକୁ ଆହୁରି କଠୋର କରାଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ ହିଂସାତ୍ମକ ପ୍ରତିବାଦରେ ଅଂଶଗ୍ରହଣ କରୁଥିବା ଲୋକ ଏଣିକି ଆଉ ସରକାରୀ ଚାକିରି କରିପାରିବେ ନାହିଁ। ଆପଣ କହିରଖୁଛୁ ଯେ ସରକାରୀ ଚାକିର ପାଇଁ ହେଉଥିବା ନିଯୁକ୍ତି ପ୍ରକ୍ରିୟା ସମୟରେ ଚରିତ୍ର ପ୍ରମାଣପତ୍ର (Character Certificate) ଆବଶ୍ୟକ ହୋଇଥାଏ। ଏବେ ଏହି ପ୍ରମାଣପତ୍ର ପାଇବା ପାଇଁ ନିୟମ କଠୋର କରାଯାଇଛି। ନୂତନ ନିୟମ ଅନୁଯାୟୀ ଉତ୍ତର ପ୍ରଦେଶରେ ହିଂସାତ୍ମକ ପ୍ରତିବାଦରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତି ସରକାରୀ ଚାକିରି ପାଇପାରିବେ ନାହିଁ।

କାହା ଉପରେ ଲାଗୁ ହେବ ଏହି ନିୟମ?
ଉତ୍ତର ପ୍ରଦେଶ ସରକାରଙ୍କ ବିଭିନ୍ନ ବିଭାଗ, ନିଗମ ଏବଂ ସ୍ଥାନୀୟ ସଂସ୍ଥାରେ ନିଯୁକ୍ତି ପାଇଁ କଠୋର ଚରିତ୍ର ଯାଞ୍ଚ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ନିଯୁକ୍ତି ବିଭାଗ ପ୍ରମୁଖ ସଚିବ ଏମ୍. ଦେବରାଜ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ କେବଳ ଏକ ଏଫଆଇଆର ପଞ୍ଜିକୃତ ହେବା କିମ୍ବା ତଦନ୍ତ ବିଚାରାଧିନ ରହିବା ଦ୍ୱାରା ପ୍ରାର୍ଥୀ ସ୍ୱୟଂଚାଳିତ ଭାବରେ ଅଯୋଗ୍ୟ ହୋଇଯିବେ ନାହିଁ। ବରଂ ଏହାର ଏକ ଏକ ତଦନ୍ତ କରାଯିବ। ପୋଲିସ ବିଭାଗକୁ ୩୦ ଦିନ ମଧ୍ୟରେ ଏକ ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ ପଡିବ। ହେଲେ ତଥାପି ପୂର୍ବରୁ ସରକାରୀ ଚାକିରିରେ ଯୋଗ ଦେଇଥିବା କର୍ମଚାରୀଙ୍କ ଯାଞ୍ଚ କରାଯିବ ନାହିଁ।

ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ ବ୍ୟବସ୍ଥାକୁ ହିଂସାତ୍ମକ ଭାବରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ସଙ୍ଗଠନ ସହିତ ଜଡି଼ତ ବ୍ୟକ୍ତି ଏହି ନିୟମର ଅଧିନରେ ରହିବେ। ଏପରି ବ୍ୟକ୍ତିଙ୍କୁ ସରକାରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ କରାଯିବ ନାହିଁ। ୨୧ ବର୍ଷ ବୟସ ପରେ ଏବଂ ତଦନ୍ତ ତାରିଖରୁ ୩ ବର୍ଷ ମଧ୍ୟରେ ଏପରି କୌଣସି କାର୍ଯ୍ୟକଳାପରେ ଅଂଶଗ୍ରହଣକୁ ପ୍ରମାଣ ଭାବରେ ବିବେଚନା କରାଯିବ ଯେ, ସେହି ବ୍ୟକ୍ତି ଜଣଙ୍କ ଏପରି କାର୍ଯ୍ୟକଳାପରେ ସକ୍ରିୟ ଭାବରେ ନିୟୋଜିତ ଅଛନ୍ତି। ଯଦି ଏହି ସମୟ ମଧ୍ୟରେ ସେମାନଙ୍କ ଆଚରଣରେ ପରିବର୍ତ୍ତନର କୌଣସି ସକରାତ୍ମକ ଠୋସ୍ ପ୍ରମାଣ ନଥାଏ।

ପୋଲିସ ହାତରେ ରହିବ ନିଷ୍ପତ୍ତି ନେବାର କ୍ଷମତା
ଯଦି ଉତ୍ତର ପ୍ରଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆବେଦନକାରୀ କୌଣସି ପ୍ରକାରର ହିଂସାତ୍ମକ ପ୍ରତିବାଦରେ ଅଂଶଗ୍ରହଣ କରନ୍ତି, ତାହେଲେ ସମ୍ପୂର୍ଣ୍ଣ ମାମଲା ପୋଲିସ ହାତରେ ରହିବ। ଯଦି ପୋଲିସ ଚାହିଁବ, ତାହେଲେ ସେମାନେ ସେହି ବ୍ୟକ୍ତି ଯିଏ ସରକାରୀ ଚାକିରି ଲାଗି ଆବେଦନ କରିଛନ୍ତି ଏବଂ ଅନ୍ୟପଟେ ହିଂସାତ୍ମକ ପ୍ରତିବାଦରେ ସାମିଲ ଅଛନ୍ତି, ତାହେଲେ ପୋଲିସ ସେମାନଙ୍କର ଚରିତ୍ର ପ୍ରମାଣପତ୍ର ପ୍ରଦାନ କରିବାକୁ ସ୍ଥଗିତ ରଖିପାରିବ। ସରକାରୀ ଚାକିରିରେ ସେମାନଙ୍କର ଯୋଗଦାନକୁ ନିଷେଧ କରାଯାଇ ପାରିବ। ସାମଗ୍ରିକ ଭାବରେ ଯୁବପିଢିଙ୍କୁ ଏପରି ପ୍ରତିବାଦରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି। ଯଦି ସେମାନେ କୌଣସି ପ୍ରକାରର ହିଂସାତ୍ମକ ପ୍ରତିବାଦ, ଆନ୍ଦୋଳନ, ଧର୍ମଘଟରେ ସାମିଲ ହୁଅନ୍ତି ତାହେଲେ ସେମାନଙ୍କର ସରକାରୀ ଚାକିରି ପାଇବାର ସ୍ୱପ୍ନ ସବୁଦିନ ପାଇଁ ଶେଷ ହୋଇଯିବ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: