Videos
|
National

UP Mahanavami Holiday / ୧୯ ଅକ୍ଟୋବରରେ ସ୍କୁଲ୍ ଓ ଅଫିସ୍ ବନ୍ଦ, ମହାନବମୀରେ ଛୁଟି ଘୋଷଣା କଲେ CM ଯୋଗୀ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
୧୯ ଅକ୍ଟୋବରରେ ସ୍କୁଲ୍ ଓ ଅଫିସ୍ ବନ୍ଦ,  ମହାନବମୀରେ ଛୁଟି ଘୋଷଣା କଲେ CM ଯୋଗୀ
UP Mahanavami Holiday

Key Points

ଅକ୍ଟୋବର ୧୯ରେ ୟୁପିରେ ଛୁଟି
ସ୍କୁଲ୍ ଓ ଅଫିସ୍ ବନ୍ଦ ନେଇ ବଡ଼ ଖବର
ମହାନବମୀରେ ଛୁଟି ଘୋଷଣା କଲେ CM ଯୋଗୀ
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାନବମୀ ଅବସରରେ ଅକ୍ଟୋବର ୧୯ ତାରିଖରେ ରାଜ୍ୟରେ ସାଧାରଣ ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି ଯୋଗୁଁ ଲୋକମାନେ ପରିବାର ସହ ମହାନବମୀ ପର୍ବ ପାଳନ କରିବା ସହ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇପାରିବେ ।

ମହାନବମୀ ନବରାତ୍ରିର ନବମ ଦିନରେ ପାଳନ କରାଯାଏ । ଏହି ଅବସରରେ ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା, ଆରତୀ ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଆୟୋଜନ କରାଯାଇଥାଏ । ଭକ୍ତମାନେ ମନ୍ଦିରକୁ ଯାଇ ମା'ଙ୍କ ଦର୍ଶନ କରିବା ସହ ପାରମ୍ପରିକ ରୀତିନୀତି ଅନୁସରଣ କରିଥାନ୍ତି ।

ଏହା ପୂର୍ବରୁ ଶାରଦୀୟ ନବରାତ୍ରିର ପ୍ରଥମ ଦିନରେ ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିରରେ କଳସ ପୂଜା କରିଥିଲେ । ଏହି ସମୟରେ, ସେ ପାରମ୍ପରିକ ଶାରଦୀୟ ନବରାତ୍ରି ରୀତିନୀତି କରିଥିଲେ ଏବଂ ଦେବୀ ଦୁର୍ଗାଙ୍କ ଆରତୀ ମଧ୍ୟ କରିଥିଲେ ।

ବିରୋଧୀଙ୍କୁ ଯୋଗୀଙ୍କ କଡ଼ା ଟାର୍ଗେଟ୍

ଅନ୍ୟପଟେ, ରାଜନୈତିକ ପ୍ରସଙ୍ଗକୁ ନେଇ ଯୋଗୀ ଆଦିତ୍ୟନାଥ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍ କରିଛନ୍ତି। ଗଣତନ୍ତ୍ରରେ କ୍ଷମତା ହାସଲ କରିବାର ରାସ୍ତା ଜନମତ ଦେଇ ଯାଏ, ବିଶୃଙ୍ଖଳା ଦେଇ ନୁହେଁ ବୋଲି ସେ କହିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାଂଲାଦେଶ ଭଳି ଭାରତରେ କ୍ଷମତା ପରିବର୍ତ୍ତନର ସ୍ୱପ୍ନ ଦେଖୁଥିବା ଶକ୍ତିଗୁଡ଼ିକ ଉପରେ ସେ ଆକ୍ରମଣ କରିଛନ୍ତି । ଯୁବପିଢ଼ିଙ୍କ ହାତରେ ରାଷ୍ଟ୍ର ନିର୍ମାଣର ମଶାଲ ଦେବା ପରିବର୍ତ୍ତେ ବିଶୃଙ୍ଖଳା ସୃଷ୍ଟି କରିବାର ଉପକରଣ ଧରାଇବାକୁ ଉଦ୍ୟମ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ନିର୍ବାଚନ ସଂସ୍କାର ଓ ନ୍ୟାୟର ସ୍ଲୋଗାନ ଦେଇ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ ହେଉଥିବା ମଧ୍ୟ ଯୋଗୀ ଅଭିଯୋଗ କରିଛନ୍ତି।

ଷଡ଼ଯନ୍ତ୍ରରେ ଦୋହଲିବନି ଭାରତର ଗଣତନ୍ତ୍ର: ଯୋଗୀ

ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଭାରତର ଗଣତନ୍ତ୍ର ଜନସାଧାରଣଙ୍କ ବିଶ୍ୱାସ ଉପରେ ଠିଆ ହୋଇଥିବା ଏକ ବିଶାଳ ବଟବୃକ୍ଷ । କୌଣସି ଷଡ଼ଯନ୍ତ୍ର ଏହାକୁ ଦୋହଲାଇ ପାରିବ ନାହିଁ। ଦେଶର ଯୁବଶକ୍ତି ଭାରତର ଭବିଷ୍ୟତ ଗଢ଼ିବା ପାଇଁ, କାହାର ବ୍ୟକ୍ତିଗତ କ୍ଷମତା ଲାଳସା ପୂରଣ କରିବା ପାଇଁ ନୁହେଁ ବୋଲି ସେ ମତ ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ ରାଜନୈତିକ ଷଡ଼ଯନ୍ତ୍ର କରୁଥିବା ଶକ୍ତିଗୁଡ଼ିକୁ ଜନସାଧାରଣ ଚିହ୍ନି ସାରିଛନ୍ତି ଏବଂ ସେମାନଙ୍କୁ କ୍ଷମତାଠାରୁ ଦୂରେଇ ରଖିଛନ୍ତି। ଦେଶକୁ ବିଶୃଙ୍ଖଳା ମଧ୍ୟକୁ ଠେଲି ଦେଇ କ୍ଷମତା ହାସଲ କରିବାର ଯେକୌଣସି ଉଦ୍ୟମକୁ ଭାରତର ଜନତା ସଫଳ ହେବାକୁ ଦେବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।