Marriage Pressure / ବିବାହ ପାଇଁ ଚାପରେ ଏହି କାମ କଲେ ପୋଲିସ୍ ଅଫିସର
·31 mins ago·2 min read

Key Points
ବ୍ଲାକମେଲ୍, ବିବାହ ପାଇଁ ଚାପ
ଜୀବନ ହାରିଦେଲେ ୨୮ ବର୍ଷୀୟ ପୋଲିସ ଅଫିସର୍
ଉତ୍ତରପ୍ରଦେଶ ପୋଲିସ ଅଫିସର ସନ୍ଦୀପ କୁମାର
ଜୀବନ ହାରିଦେଲେ ୨୮ ବର୍ଷୀୟ ପୋଲିସ ଅଫିସର୍
ଉତ୍ତରପ୍ରଦେଶ ପୋଲିସ ଅଫିସର ସନ୍ଦୀପ କୁମାର
ମହିଳାଙ୍କ ବ୍ଲାକମେଲ୍ ସହି ନପାରି ଜୀବନ ହାରିଦେଲେ ଯୁବ ପୋଲିସ ଅଧିକାରୀ । ରେଲୱେ ଟ୍ରାକରୁ ପୋଲିସ ଅଧିକାରୀଙ୍କ ଦେହ ମିଳିଛି । ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରେ ଜଣେ ୨୮ ବର୍ଷୀୟ ପୋଲିସ ସବ୍-ଇନ୍ସପେକ୍ଟରଙ୍କ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଜଣେ ମହିଳାଙ୍କ ବ୍ଲାକମେଲ୍ ଓ ବିବାହ ପାଇଁ ଚାପ ଯୋଗୁଁ ସେ ମାନସିକ ଚାପରେ ଥିବା ପୋଲିସ ପକ୍ଷରୁ କୁହାଯାଇଛି ।
ବଲିଆ ଆରକ୍ଷୀ ଅଧିକ୍ଷକ ଇରାଜ ରାଜାଙ୍କ ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୭ଟାରୁ ୮ଟା ମଧ୍ୟରେ ପୋଲିସକୁ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଖବର ମିଳିଥିଲା । ରେଲୱେ ଟ୍ରାକରେ ଶୋଇ ଜଣେ ବ୍ୟକ୍ତିଙ୍କ ଶରୀର ଥିବା ସୂଚନା ମିଳିଥିଲା । ଲୋକୋ ପାଇଲଟଙ୍କ ଦ୍ୱାରା ଦାଖଲ ଏମଆରଓ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଥିଲା । ମିଳିଥିବା ସୂଚନା ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସେଠାରେ ଏକ ବୁଲେଟ୍ ଗାଡ଼ି ମଧ୍ୟ ମିଳିଥିଲା ।
ପଢନ୍ତୁ ଏହି ଖବର: ସ୍କୁଲ ଓ କଲେଜର ୫୦୦ ମିଟର ପରିଧି ମଧ୍ୟରେ ଗୁଟ୍ଖା ଓ ନିଶା କାରବାର ଉପରେ କଡ଼ା ନଜର
ପୋଲିସ ତଦନ୍ତରେ ବ୍ୟକ୍ତିଙ୍କ ପରିଚୟ ସନ୍ଦୀପ କୁମାର ରୂପେ ଜଣାପଡ଼ିଥିଲା । ସେ ବଲିଆ ଜିଲ୍ଲାର ଚିତବଡ଼ାଗାଓଁ ଥାନାରେ ସବ୍-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ । ଗତ ୧୧ ମାସ ଧରି ସେ ଏହି ଥାନାରେ ନିୟୋଜିତ ଥିଲେ । ସନ୍ଥ କବୀର ନଗର ଜିଲ୍ଲାରେ ତାଙ୍କ ଘର । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପୂର୍ବରୁ ବିବାହିତ ସନ୍ଦୀପ କୁମାରଙ୍କ ସିକନ୍ଦରପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଯୁବତୀ ଜଣକ ତାଙ୍କୁ ବିବାହ ପାଇଁ ଚାପ ପକାଉଥିବା ସହ ବ୍ଲାକମେଲ୍ କରୁଥିବା ଅଭିଯୋଗ ହୋଇଛି ।
ଏସପିଙ୍କ କହିବା ଅନୁସାରେ, ଦୁଇ ବର୍ଷ ପୂର୍ବେ ସମାନ ଯୁବତୀ ଅନ୍ୟ ଜଣେ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିଥିଲେ । ଏସପି କହିଛନ୍ତି ଯେ ତାଙ୍କ ସ୍ତ୍ରୀ ରାଗିଣୀଙ୍କ ଅଭିଯୋଗ ଆଧାରରେ ସଂପୃକ୍ତ ଯୁବତୀଙ୍କ ବିରୁଦ୍ଧରେ ଚିତବରହଗାଁ ପୋଲିସ ଷ୍ଟେସନରେ ବିଏନଏସର ଧାରା ୧୦୮ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ରାଗିଣୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ସ୍ୱାମୀ କିଛି ସମୟ ଧରି ଚାପରେ ଥିଲେ । ସନ୍ଦୀପ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ ଯେ ଯବତୀ ଜଣକ ତାଙ୍କୁ ବହୁତ କଷ୍ଟ ଦେଉଛନ୍ତି, ଟଙ୍କା ଦାବି କରୁଛନ୍ତି ଏବଂ ତାଙ୍କୁ ଦେଖା କରିବାକୁ ଅନୁମତି ଦେଉନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories