Videos
|
Odisha

Anti Drug Campaign / ସ୍କୁଲ ଓ କଲେଜର ୫୦୦ ମିଟର ପରିଧି ମଧ୍ୟରେ ଗୁଟ୍‌ଖା ଓ ନିଶା କାରବାର ଉପରେ କଡ଼ା ନଜର

Bikash Mohanty
Browse all articles by Bikash Mohanty
·59 mins ago·1 min read
ସ୍କୁଲ ଓ କଲେଜର ୫୦୦ ମିଟର ପରିଧି ମଧ୍ୟରେ ଗୁଟ୍‌ଖା ଓ ନିଶା କାରବାର ଉପରେ କଡ଼ା ନଜର
Suryabanshi Suraj

Key Points

ନିଶା ଉପରେ କଡ଼ା ଆଭିମୁଖ୍ୟ
ସ୍କୁଲ ଓ କଲେଜର ୫୦୦ ମିଟର ପରିଧିରେ ନିଶାଦ୍ରବ୍ୟ ବନ୍ଦ
ଆଇନ ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି 
ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସୂଚନା 
ଭୁବନେଶ୍ୱର: ଶିକ୍ଷାନୁଷ୍ଠାନ ପରିସରରେ ନିଶାଦ୍ରବ୍ୟ କାରବାରକୁ ନେଇ ଆକ୍ସନ ମୋଡ୍‌କୁ ଆସିଛନ୍ତି ରାଜ୍ୟ ସରକାର। ସ୍କୁଲ ଓ କଲେଜର ୫୦୦ ମିଟର ପରିଧି ମଧ୍ୟରେ ଗୁଟ୍‌ଖା ସମେତ ଅନ୍ୟାନ୍ୟ ନିଶାଦ୍ରବ୍ୟ ବିକ୍ରି ଉପରେ ରୋକ୍ ଲଗାଇବାକୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ବେଆଇନ ବ୍ୟବସାୟୀଙ୍କ ଉପରେ ଏବେ ସରକାରଙ୍କ ନଜର।

ଏହି ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଆଇନ ଅନୁଯାୟୀ ଏଭଳି ବେଆଇନ କାରବାର ବିରୋଧରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି। ଯେଉଁଠାରୁ ନିଶାଦ୍ରବ୍ୟ ବିକ୍ରି ସମ୍ପର୍କରେ ଅଭିଯୋଗ କିମ୍ବା ଆବେଦନ ଆସୁଛି, ସେଠାରେ ନିୟମ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ହେଉଛି।

୫୦୦ ମିଟର ପରିଧିରେ ଚାଲିବନି ବେଆଇନ କାରବାର। ସ୍କୁଲ ଓ କଲେଜ ନିକଟରେ ଗୁଟ୍‌ଖା, ତମାଖୁ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ବିକ୍ରି ଛାତ୍ରଛାତ୍ରୀଙ୍କ ଉପରେ ଖରାପ ପ୍ରଭାବ ପକାଉଛି। କମ୍ ବୟସରୁ ନିଶା ପ୍ରତି ଆକର୍ଷଣ ବଢ଼ିବା ଭବିଷ୍ୟତ ପାଇଁ ଏକ ବଡ଼ ବିପଦ। ଏହାକୁ ରୋକିବା ପାଇଁ ଶିକ୍ଷାନୁଷ୍ଠାନ ନିକଟରେ ନିଶାଦ୍ରବ୍ୟ ବିକ୍ରି ଉପରେ ଆଇନର କଡ଼ାକଡ଼ି ଅନୁପାଳନ କରାଯାଉଛି।

ପଢନ୍ତୁ ଏହି ଖବର: ପାକିସ୍ତାନୀ ISI ଏଜେଣ୍ଟଙ୍କ ପ୍ରେମରେ ପଡ଼ି ଫସିଗଲେ ଏହି ଯୁବତୀ

ଏହି ବେଆଇନ କାରବାରକୁ ନେଇ କେଉଁଠାରୁ ଅଭିଯୋଗ ଆସିଲେ ତାହାକୁ ଗୁରୁତ୍ୱର ସହ ନିଆଯାଉଛି। ଆଇନ ଅନୁସାରେ ଯାଞ୍ଚ କରାଯାଇ ଦୋଷୀଙ୍କ ବିରୋଧରେ ପଦକ୍ଷେପ ନିଆଯାଉଛି। ଶିକ୍ଷାନୁଷ୍ଠାନ ନିକଟରେ ନିଶାଦ୍ରବ୍ୟ ବିକ୍ରି ରୋକିବାକୁ ପ୍ରଶାସନିକ ସ୍ତରରେ ମଧ୍ୟ ତତ୍ପରତା ଦେଖାଦେଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ସରକାରଙ୍କ ଏହି କଠୋର ଆଭିମୁଖ୍ୟ ପରେ ଶିକ୍ଷାନୁଷ୍ଠାନ ନିକଟରେ ନିଶାଦ୍ରବ୍ୟ ବିକ୍ରି କରୁଥିବା ଦୋକାନୀଙ୍କ ମଧ୍ୟରେ ଛନକା ପଶିଛି। ଛାତ୍ରଛାତ୍ରୀଙ୍କୁ ନିଶା କବଳରୁ ଦୂରେଇ ରଖିବା ସହ ଶିକ୍ଷାନୁଷ୍ଠାନ ପରିବେଶକୁ ସୁରକ୍ଷିତ ରଖିବା ଏବେ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ।