Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗରମରେ ଅନ୍ଧାରରେ ରହିଲେ ଲୋକେ; ବଳି ପଡ଼ିଗଲେ ଅଫିସର

National

UP Undeclared Power Cut / ଗରମରେ ଅନ୍ଧାରରେ ରହିଲେ ଲୋକେ; ବଳି ପଡ଼ିଗଲେ ଅଫିସର

Subhramjit Ray
Browse all articles by Subhramjit Ray
·1 hour ago·2 min read
ଗରମରେ ଅନ୍ଧାରରେ ରହିଲେ ଲୋକେ;  ବଳି ପଡ଼ିଗଲେ ଅଫିସର
UP Undeclared Power Cut

Key Points

ଉତ୍ତର ପ୍ରଦେଶ ବିଦ୍ୟୁତ୍ ପରିବହନ ନିଗମରେ ଅବହେଳା ଏବଂ ଅନିୟମିତତା ବିରୋଧରେ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଦ୍ୟୁତ୍ ନିଗମରେ ଉତ୍ତରଦାୟିତ୍ୱ ଏବଂ ଶୃଙ୍ଖଳାକୁ ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ଏହି ବିଭାଗୀୟ କାର୍ଯ୍ୟାନୁଷ୍ଠାନକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବିବେଚନା କରାଯାଉଛି।

CM Yogi cracks down on power cuts: ରାଜ୍ୟ ବିଦ୍ୟୁତ୍ ପରିବହନ ନିଗମର କାର୍ଯ୍ୟରେ ଅବହେଳା ଏବଂ ଅନିୟମିତତା ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶ ସରକାର। ଏନେଇ ବିଭାଗ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଗାଜିଆବାଦ ଛାରେ ନିଯୁକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାହୁଲଙ୍କୁ ତୁରନ୍ତ ପ୍ରଭାବରେ ନିଲମ୍ବିତ କରାଯାଇଛି। ତାଙ୍କୁ ମିରଟ ମୁଖ୍ୟାଳୟକୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି।

ମେରଠରେ ନିଯୁକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଯୋଗେଶ କୁମାରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଉଭୟ ଅଧିକାରୀଙ୍କୁ ବିଭାଗୀୟ କାର୍ଯ୍ୟରେ ଅବହେଳା ଏବଂ ସେମାନଙ୍କ ଦାୟିତ୍ୱ ନିର୍ବାହରେ ଗୁରୁତର ତ୍ରୁଟି ପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବିଦ୍ୟୁତ୍ ନିଗମରେ ଉତ୍ତରଦାୟିତ୍ୱ ଏବଂ ଶୃଙ୍ଖଳାକୁ ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ଏହି ବିଭାଗୀୟ କାର୍ଯ୍ୟାନୁଷ୍ଠାନକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବିବେଚନା କରାଯାଉଛି। ଏନେଇ ଅଧିକାରୀ କହିଛନ୍ତି ଯେ ଭବିଷ୍ୟତରେ ଏପରି ଅବହେଳାକୁ ବରଦାସ୍ତ କରାଯିବ ନାହିଁ। ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାଜ୍ୟର ଅନେକ ସ୍ଥାନରେ ସୃଷ୍ଟି ହୋଇଛି ବିଭ୍ରାଟ
ପ୍ରବଳ ଗରମ ମଧ୍ୟରେ ବିଦ୍ୟୁତ୍ କାଟ୍ ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି। ରାଜଧାନ ଲକ୍ଷ୍ନୌ ସମେତ ମେରଠ, ଗୋଣ୍ଡା, ଗାଜିଆବାଦ ସମେତ ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳ ସମେତ ରାଜ୍ୟର ଅନେକ ସ୍ଥାନରେ ଅନିୟମିତ ବିଦ୍ୟୁତ୍ ଯୋଗାଣକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ସେଲସିୟସ ପହଞ୍ଚିବା ସତ୍ତ୍ୱେ, ଦୀର୍ଘ ସମୟ ଧରି ବିଦ୍ୟୁତ୍ କାଟ ସାଧାରଣ ଜନଜୀବନକୁ ବ୍ୟାହତ କରୁଛି।

ଅନେକ ସ୍ଥାନରୁ ନାରଜ ହୋଇ ଉଠିଥିବା ଲୋକ ପ୍ରତିବାଦ ଏବଂ ପ୍ରଦର୍ଶନ କରିବାକୁ ପଛାଇ ନାହାଁନ୍ତି। ସୋସିଆଲ ମିଡି଼ଆରେ ପ୍ରସାରିତ ହେଉଥିବା ବିଭିନ୍ନ ଭିଡିଓରେ ଦେଖାଯାଇଛି ଯେ ଲୋକେ ବିଦ୍ୟୁତ୍ ବିଭ୍ରାଟକୁ ନେଇ ବିଧାୟକ ଏବଂ ଜନପ୍ରତିନିଧିଙ୍କ ଘର ବାହାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରତିବାଦ କରୁଛନ୍ତି।

ଏହି ବିଦ୍ୟୁତ୍ ସଙ୍କଟ ମଧ୍ୟ ସରକାରଙ୍କ ପାଇଁ ଏକ ରାଜନୈତିକ ଚ୍ୟାଲେଞ୍ଜ ପାଲଟିଛି। ପ୍ରିପେଡ୍ ସ୍ମାର୍ଟ ମିଟର ସ୍ଥାପନକୁ ନେଇ ସାମ୍ପ୍ରତିକ ପ୍ରତିବାଦ ପରେ, ସରକାର ତାହାକୁ ପୋଷ୍ଟପେଡ୍‌ରେ ବଦଲାଇ ସାରିଛନ୍ତି। ହେଲେ ଜନସାଧାରଣଙ୍କ ଅସନ୍ତୋଷ ଦୂର ହୋଇ ପାରିନାହିଁ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UP Power Outages: CM Yogi Suspends Top Engineers Over Power Cuts | Argus News