Parents Rights Strengthened / ସରକାରଙ୍କ ବଡ଼ ନିଷ୍ପତ୍ତି; ପିତା-ମାତାଙ୍କୁ ନ ପଚାରିଲେ ପୈତୃକ ସମ୍ପତ୍ତିରୁ ହେବେ ବେଦଖଲ
·55 mins ago·2 min read

Key Points
ଭାରି ପଡ଼ିବ ପିତାମାତାଙ୍କୁ ନ ପଚାରିବା । ପରିଣତ ବୟସରେ ବାପାମାଆଙ୍କୁ ପର କଲେ ଏଣିକି ସମ୍ପତ୍ତି ହରାଇବେ ସନ୍ତାନ ସନ୍ତତି ।
ନୂଆଦିଲ୍ଲୀ: କଠୋର ହେଲେ ସରକାର । ବୃଦ୍ଧାବସ୍ଥାରେ ଆଉ ଦୁର୍ବ୍ୟବହାରର ଶିକାର ହେବେନି ପିତା-ମାତା । ଅଧିକାରର ହେବ ସୁରକ୍ଷା, ମିଳିବ ସମ୍ମାନ । ନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସନ୍ତାନ ସନ୍ତତିଙ୍କୁ ସମ୍ପତ୍ତିରୁ ବେଦଖଲ କରାଯିବ ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ନେଇଛି ବଡ଼ ନିଷ୍ପତ୍ତି । ଉତ୍ତର ପ୍ରଦେଶ ମାତା-ପିତା ଓ ବରିଷ୍ଠ ନାଗରିକ ଭରଣ ପୋଷଣ ତଥା କଲ୍ୟାଣ ନିୟମାବଳୀ-୨୦୧୪ରେ ସଂଶୋଧନ ଅଣାଯାଇଛି । ନିୟମାବଳୀର ନିୟମ ୨୨ରେ ୨୨ (କ, ଖ, ଗ) ଯୋଡ଼ାଯିବ ।
ଏଥିସହ ପଢ଼ନ୍ତୁ: ରକ୍ଷାବନ୍ଧନ ପୂର୍ବରୁ ରକ୍ତରଞ୍ଜିତ ଭାଇ-ଭଉଣୀ ସମ୍ପର୍କ…. ୧୦ ମିନିଟରେ ଦୁଇ ଭଉଣୀଙ୍କୁ ଗୁଳି କରି ହତ୍ୟା
ଏହାଦ୍ଵାରା ବୃଦ୍ଧବୃଦ୍ଧାଙ୍କୁ ଦୁର୍ବ୍ୟବହାରରୁ ରକ୍ଷା, ସେମାନଙ୍କ ଅଧିକାରର ସୁରକ୍ଷା ସହ ସମ୍ମାନଜନକ ଜୀବନ ବିତାଇ ପାରିବେ । ଯଦି ସନ୍ତାନ କିମ୍ବା ସମ୍ପର୍କୀୟ ବୃଦ୍ଧାବସ୍ଥାରେ ଭରଣ ପୋଷଣ ନ କରିବେ, ତାହେଲେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରି ସମ୍ପୂର୍ଣ୍ଣ ଭାବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସମ୍ପତ୍ତିର ବେଦଖଲ କରାଯାଇ ପାରିବ ।
ବରିଷ୍ଠ ନାଗରିକଙ୍କୁ ନୂଆ ଅଧିକାର
ନୂଆ ନିୟମ ଅନୁସାରେ, ଯଦି କୌଣସି ସନ୍ତାନ କିମ୍ବା ସମ୍ପର୍କୀୟ ବରିଷ୍ଠ ନାଗରିକଙ୍କ ଦେଖାଶୁଣା ଠିକ୍ ଭାବ ନକରିନ୍ତି କିମ୍ବା ସେମାନଙ୍କ ସହ ଦୁର୍ବ୍ୟବହାର କରନ୍ତି । ସେ କ୍ଷେତ୍ରରେ ବରିଷ୍ଠ ନାଗରିକ ସମ୍ପତ୍ତିରୁ ତାଙ୍କୁ ବେଦଖଲ କରିପାରିବେ ।
୩୦ ଦିନରେ ଶୁଣାଣି
ଏଥିସହ ସରକାର ବରିଷ୍ଠ ନାଗରିକଙ୍କୁ ନ୍ୟାୟ ଦେବା ଲାଗି ଅଭିଯୋଗ ସମାଧାନ ପ୍ରକ୍ରିୟା ପାଇଁ ସମୟ ସୀମା ନିର୍ଦ୍ଧାରଣ କରିଛନ୍ତି । ପୀଡ଼ିତ ବରିଷ୍ଠ ନାଗରିକ ସିଧା ସଳଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିପାରିବେ । ଜିଲ୍ଲାପାଳ ଅଭିଯୋଗର ୩୦ ଦିନ ମଧ୍ୟରେ ଶୁଣାଣି କରିବେ । ଏଥିସହ ଏଭଳି ସମସ୍ତ ମାମଲାରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ତାର ମାସିକ ରିପୋର୍ଟ ସରକାରଙ୍କୁ ଦେବେ ଜିଲ୍ଲାପାଳ ।
ଏଥିସହ ପଢ଼ନ୍ତୁ: "ମୋ ଜୀବନ ପ୍ରତି ବିପଦ ଅଛି" ଖାନ ସାରଙ୍କ ବିରୋଧରେ ମହିଳା ଆଣିଲେ ଅଭିଯୋଗ
ଖୋଲାଯିବ ହେଲ୍ପ ଲାଇନ୍
ଯେଉଁ ବରିଷ୍ଠ ନାଗରିକ ନିଜେ କାର୍ଯ୍ୟାଳୟକୁ ଅଭିଯୋଗ କରିବା ଲାଗି ଯାଇ ପାରିବେ ନାହିଁ । ସେମାନଙ୍କ ଲାଗି ସରକାର ଶୀଘ୍ର ଏକ ଟୋଲ୍-ଫ୍ରୀ ହେଲ୍ପଲାଇନ୍ ନମ୍ବର ଜାରି କରିବେ । ଉକ୍ତ ନମ୍ବରରେ ବରିଷ୍ଠ ଅସମର୍ଥ ନାଗରିକ ଅଭିଯୋଗ କରିବା ପରେ ପ୍ରଶାସନ ସହାୟତା ଯୋଗାଇ ଦେବ । ଆଶା କରାଯାଉଛି, ସମ୍ପତ୍ତି ବେଦଖଲର ଏହି ନିୟମ ଦ୍ଵାରା ବୃଦ୍ଧାବସ୍ଥାରେ ହେଉଥିବା ଅତ୍ୟାଚାର ମାମଲା ହ୍ରାସ ପାଇବା ସହିତ ସେମାନଙ୍କୁ ସୁରକ୍ଷା ମିଳିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories