Videos
|
National

SIR Draft Voter List / ପ୍ରକାଶ ପାଇଲା SIR ଡ୍ରାଫ୍ଟ ତାଲିକା, ଭୋଟର ଲିଷ୍ଟରୁ କଟିଲା ୨.୮୯ କୋଟି ନାମ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ପ୍ରକାଶ ପାଇଲା SIR ଡ୍ରାଫ୍ଟ ତାଲିକା, ଭୋଟର ଲିଷ୍ଟରୁ କଟିଲା ୨.୮୯ କୋଟି ନାମ
SIR

Key Points

ପ୍ରକାଶ ପାଇଲା SIR ଡ୍ରାଫ୍ଟ ତାଲିକା
ଭୋଟରଙ୍କ ପାଇଁ ଜରୁରୀ ଖବର
UP ଡ୍ରାଫ୍ଟ ଲିଷ୍ଟରୁ କଟିଲା ୨.୮୯ କୋଟି ନାମ
ଉତ୍ତରପ୍ରଦେଶରେ SIR ପ୍ରକ୍ରିୟା ପରେ ନିର୍ବାଚନ କମିଶନ ମଙ୍ଗଳବାର ଡ୍ରାଫ୍ଟ ତାଲିକା ପ୍ରକାଶ କରିଛନ୍ତି । ଏହି ଡ୍ରାଫ୍ଟ ତାଲିକା ପ୍ରଥମେ ଡିସେମ୍ବର ୩୧ ତାରିଖରେ ପ୍ରକାଶିତ ହେବାର ଥିଲା । କିନ୍ତୁ ଏହି ତାଲିକା ଜାନୁଆର ୬ରେ ପ୍ରକାଶ ପାଇଛି । ରାଜ୍ୟର ମୁଖ୍ୟ ନିର୍ବାଚନ କମିଶନ ଡ୍ରାଫ୍ଟ ତାଲିକା ପ୍ରକାଶ କରିଛନ୍ତି । ଏହି ପ୍ରକ୍ରିୟାରେ ଉତ୍ତର ପ୍ରଦେଶରୁ ୨.୮୯ କୋଟି ଭୋଟରଙ୍କ ନାମ ବାଦ ଦିଆଯାଇଛି । ଯାହାଫଳରେ ଏବେ ଉତ୍ତରପ୍ରଦେଶ ଭୋଟର ଲିଷ୍ଟରେ ୧­୨.୫୫ କୋଟି ଭୋଟର ରହିଛନ୍ତି ।
ନିର୍ବାଚନ ଅଧିକାରୀଙ୍କ ଅନୁଯାୟୀ ଯଦି କୌଣସି ଭୋଟରଙ୍କ ନାମ ଡ୍ରାଫ୍ଟ ତାଲିକାରୁ ବାଦ ପଡ଼ିଥାଏ ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ପ୍ରଥମେ ଡ୍ରାଫ୍ଟ ତାଲିକାରେ ଆପଣଙ୍କ ନାମ ଯାଞ୍ଚ କରିବା ପାଇଁ କମିଶନର ୱେବସାଇଟ୍ - voters.eci.gov.in/download-eroll?stateCode=S24 ପରିଦର୍ଶନ କରନ୍ତୁ । ଏଠାରେ ଆପଣ ଆପଣଙ୍କର EPIC ନମ୍ବର, ନାମ ଏବଂ ବିଧାନସଭା ଏବଂ ଜିଲ୍ଲା ପ୍ରବେଶ କରିପାରିବେ ।

ଯଦି ଆପଣଙ୍କ ନାମ UP SIR ରୁ କଟିଯାଏ ତେବେ ଏହା କରନ୍ତୁ:

ଯଦି କୌଣସି ଭୋଟରଙ୍କ ନାମ ଡ୍ରାଫ୍ଟ ତାଲିକାରୁ ବାଦ୍ ପଡ଼ିଛି । ତେବେ ସେମାନେ ଫେବୃଆରୀ ୬ ପର୍ଯ୍ୟନ୍ତ ସେମାନଙ୍କର ଦାବି କିମ୍ବା ଆପତ୍ତି ଦାଖଲ କରିପାରିବେ । ନୂତନ ଏବଂ ବାଦ୍‌ ଦିଆଯାଇଥିବା ଭୋଟରମାନଙ୍କୁ ଫର୍ମ ୬ ପୂରଣ କରିବାକୁ ପଡ଼ିବ । ଭୁଲ ନାମ ଥିବା ଭୋଟରମାନଙ୍କୁ ଫର୍ମ ୭ ପୂରଣ କରିବାକୁ ପଡିବ ଏବଂ ସଂଶୋଧନ ପାଇଁ ଫର୍ମ ୮ ପୂରଣ କରିବାକୁ ପଡ଼ିବ । ଏହା ଅନଲାଇନ କିମ୍ବା ଅଫଲାଇନରେ ଦାଖଲ କରାଯାଇପାରିବ । ଏଥିପାଇଁ ଜନ୍ମ ପ୍ରମାଣପତ୍ର, ଠିକଣା ଏବଂ ପରିଚୟ ପ୍ରମାଣ ଆବଶ୍ୟକ । ଆପଣଙ୍କ ଅଞ୍ଚଳର BLO ଙ୍କ ସହିତ ଯୋଗାଯୋଗ କରନ୍ତୁ ।

ଉତ୍ତର ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିନୱାଙ୍କ ଅନୁସାରେ, ଏହା ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଭୋଟର ତାଲିକା ସଂଶୋଧନ ଅଭିଯାନ । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୫.୪୪ କୋଟି ଭୋଟର ପଞ୍ଜୀକୃତ ହୋଇଥିଲେ ଏବଂ SIR ପ୍ରକ୍ରିୟା ପରେ ୨.୮୯ କୋଟି ଭୋଟରଙ୍କ ନାମ କଟାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିର୍ବାଚନ କମିଶନଙ୍କ ଅନୁଯାୟୀ, ଉତ୍ତର ପ୍ରଦେଶର ଚୂଡ଼ାନ୍ତ ଭୋଟର ତାଲିକା ୬ ମାର୍ଚ୍ଚ, ୨୦୨୬ରେ ପ୍ରକାଶିତ ହେବ। କମିଶନ ଭୋଟରମାନଙ୍କୁ ଡ୍ରାଫ୍ଟ ତାଲିକାରେ ସେମାନଙ୍କ ନାମ ଯାଞ୍ଚ କରିବାକୁ ଏବଂ କୌଣସି ତ୍ରୁଟି କିମ୍ବା ବାଦ ପଡ଼ିଲେ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାବି କିମ୍ବା ଆପତ୍ତି ଦାଖଲ କରିବାକୁ ନିବେଦନ କରିଛନ୍ତି ।

Related Topics

Explore more stories

UP SIR Draft Voter List Released: 2.89 Crore Names Removed | Argus News