Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସମାଜର ସାଧାରଣ ନାଗରିକଙ୍କୁ ସାହା ହୋଇଛି UPI

National

ସମାଜର ସାଧାରଣ ନାଗରିକଙ୍କୁ ସାହା ହୋଇଛି UPI

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ସମାଜର ସାଧାରଣ  ନାଗରିକଙ୍କୁ ସାହା ହୋଇଛି UPI

ଅର୍ଗସ ବ୍ୟୁରୋ :  ଦେଶକୁ ରାହା ଦେଉଛି UPI । ସମାଜର ସାଧାରଣ  ନାଗରିକଙ୍କୁ ସାହା ହୋଇଛି UPI । ଏବେ ୟୁପିଆଇ ରୁ ଛୋଟ ବ୍ୟବସାୟୀ ଙ୍କୁ ମିଳିଛି ସହଜ ରୁଣ । UPI ର ମାର୍ଜିନାଲ୍ ଋଣକୁ ଉତ୍ସାହ ଓ ଋଣ ସୁବିଧା ବୃଦ୍ଧି କରିବା ନେଇ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି । ଇଉନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ଭାରତର ଆର୍ଥିକ ସ୍ଥିତିକୁ ସୁଧାରିବାରେ ବଡ ଭୂମିକା ଗ୍ରହଣ କରିଥିବାର ଏଥିରେ ପ୍ରକାଶ ପାଇଛି। ଏହା ମାର୍ଜିନାଲ୍ ଏବଂ ଆର୍ଥିକ ଦୃଷ୍ଟିରୁ ପଛପଡ଼ିଥିବା ବ୍ୟକ୍ତିମାନଙ୍କୁ ଋଣ ସୁବିଧାର ଲାଭ ପ୍ରଦାନ କରିଛି।ଏହି ଷ୍ଟଡି ଅନୁସାରେ,UPI ର ସହଜ ବ୍ୟବହାର ଏବଂ ବ୍ୟାପକ ଗ୍ରହଣକ୍ଷମତା ଦ୍ୱାରା ଗ୍ରାମ ଏବଂ ଛୋଟ ଶହର ଅଞ୍ଚଳରେ ସୀମିତ ଋୁଣ ଆବଶ୍ୟକ କରୁଥିବା ବ୍ୟକ୍ତି ମାନଙ୍କୁ ସହଜରେ ରୁଣ ମିଳିପାରିଛି ।

UPI ର ଇଜି ଟ୍ରାଞ୍ଜାକ୍ସନ୍ ମେଥଡ୍ ରେ  ଆୟ ଏବଂ ଖର୍ଚ୍ଚର ଏକ ଡିଜିଟାଲ୍ ଡାଟା ରୁଣଗ୍ରାହୀମାନଙ୍କ  ପାଖରେ ରହି ପାରୁଛି । ଏହା ସହିତ ଅନେକ ଫିନଟେକ୍ କମ୍ପାନୀ UPI ର ଡାଟାକୁ ବ୍ୟବହାର କରି ମାଇକ୍ରୋଲୋନ୍ଏବଂ ମାର୍ଜିନାଲ୍ ରୁଣଗ୍ରାହୀମାନଙ୍କ ପାଇଁ ବିଶେଷ ଆର୍ଥିକ ଉତ୍ପାଦନ ପ୍ରସ୍ତୁତ କରୁଛନ୍ତି।ଛୋଟ ବ୍ୟବସାୟୀ ମାନେ UPI  ମାଧ୍ୟମରେ ଶୀଘ୍ର ଏବଂ ସରଳ ଭାବରେ ଲେଣ ଦେଣ କରିବା ସହିତ ରୁଣ ସୁଝିବା ପାଇଁ ସମର୍ଥ ହେଉଛନ୍ତି । ୨୦୧୬ ରେ ଦେଶରେ UPI ଡିଜିଟାଲ ମାଧ୍ୟମର ଆରମ୍ଭ ହେବା ପରେ ଦେଶର ୩୦ କୋଟି ଲୋକ ଏବଂ ୫୦ କୋଟି ବ୍ୟବସାୟୀ ଙ୍କ ପାଇଁ ଆର୍ଥିକ ଲେଣ ଦେଣ ସହଜ ହୋଇପାରିଛି ଏବଂ ଏହା ଦେଶର ଅର୍ଥନୀତି କୁ ଏକ ନୂଆ ଦିଶା ଦେଇଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
UPI has helped the common citizens of the society | Argus News