ୟୁପିଆଇ ଡିଜିଟାଲ ପେମେଣ୍ଟ ସିଷ୍ଟମରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ
·2 years ago

ଅର୍ଗସ ବ୍ୟୁରୋ: ୟୁପିଆଇ ଆରମ୍ଭ ହେବା ପରେ ଦେଶର ଡିଜିଟାଲ ପେମେଣ୍ଟ ସିଷ୍ଟମରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଆଜିର ଦିନରେ ଛୋଟ ବିକ୍ରେତା ଠାରୁ ଆରମ୍ଭ କରି ବଡ ଇ-କମର୍ସ କମ୍ପାନୀଗୁଡିକ ୟୁପିଆଇ ନେଟୱାର୍କ ସହିତ ସଂଯୁକ୍ତ । ପ୍ରତିବର୍ଷ ୟୁପିଆଇ ମାଧ୍ୟମରେ କାରବାର ଏକ ନୂତନ ରେକର୍ଡ ସୃଷ୍ଟି କରୁଛି । ଏବେ ଭାରତର ଏହି ୟୁପିଆଇ ସାରା ବିଶ୍ବରେ ଚହଳ ପକାଇଛି। ସିଙ୍ଗାପୁର, ୟୁଏଇ, ନେପାଳ, ଭୁଟାନ ଓ ଫ୍ରାନ୍ସରେ ମଧ୍ୟ ୟୁପିଆଇ ସେବା ଆରମ୍ଭ ହୋଇସାରିଛି। ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀ ଭିଡିଏ କନଫରେନ୍ସିଂ ମାଧ୍ୟମରେ ଶ୍ରୀଲଙ୍କା ଓ ମରିସସରେ ୟୁପିଆଇ ସେବାର ଶୁଭାରମ୍ଭ କରିବେ। ଏ ଅବସରରେ ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଗେ ଏବଂ ମରିସରରେ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜୁଗନାଥ ଉପସ୍ଥିତ ରହିବେ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: