|
logo
Live
Argus News App
GET APP

Argus News - ନୂଆ NAC ଓ ପୌରପାଳିକାରେ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

Odisha

Urban Elections / ନୂଆ NAC ଓ ପୌରପାଳିକାରେ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

Sushanta Sahoo
Browse all articles by Sushanta Sahoo
·1 month ago·2 min read
ନୂଆ NAC ଓ ପୌରପାଳିକାରେ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
Odisha Starts Election Process for 28 New NACs and 7 Municipalities

Key Points

୧୮ଟି ଜିଲ୍ଲାରେ ଗଠନ ହୋଇଛି ୨୮ଟି ନୂଆ NAC ଓ ୭ଟି ପୌରପାଳିକା । ମାର୍ଚ୍ଚ ଶେଷ ସୁଦ୍ଧା ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ରହିଛି ।
ଭୁବନେଶ୍ଵର: ନବଗଠିତ ୨୮ଟି ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଓ ୭ଟି ପୌରପାଳିକାରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ଚିଠି ଲେଖିଛି । ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗ ଚିଠି ଲେଖି ଅବଗତ କରାଇଛି ।

୧୮ଟି ଜିଲ୍ଲାରେ ଗଠନ ହୋଇଛି ୨୮ଟି ନୂଆ NAC ଓ ୭ଟି ପୌରପାଳିକା । ମାର୍ଚ୍ଚ ଶେଷ ସୁଦ୍ଧା ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ରହିଛି । ଫେବ୍ରୁଆରୀ ୧୨ ରୁ ୨୧ ପର୍ଯ୍ୟନ୍ତ ପୌରାଞ୍ଚଳ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବାବଦରେ ପ୍ରସ୍ତାବ ଏବଂ ଅଭିଯୋଗ ମଗାଯିବ ।

ଏଥିସହ ପଢ଼ନ୍ତୁ: ଶେଷରେ ମୁଣ୍ଡ ନଇଁଲା ଆମେରିକା, ଏତିକି ପ୍ରତିଶତ କମାଇଲା ଟାରିଫ୍

ଫେବ୍ରୁଆରୀ ୨୬ରେ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବାବଦରେ ପ୍ରକାଶ ପାଇବ ବିଜ୍ଞପ୍ତି । ଫେବ୍ରୁଆରୀ ୨୬ରୁ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ଅଭିଯୋଗ ଆବେଦନ ଗ୍ରହଣ କରାଯିବ । ମାର୍ଚ୍ଚ ୧୬ରୁ ୨୮ ଯାଏ ଅଭିଯୋଗ ଶୁଣାଣି କରାଯିବ । ମାର୍ଚ୍ଚ ୩୧ରେ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରକାଶ ପାଇବ ଚୂଡ଼ାନ୍ତ ବିଜ୍ଞପ୍ତି ।

ନୂଆ କରି ୨୮ ଏନଏସି ଏବଂ ୭ ପୌରପାଳିକା ଘୋଷଣା ହୋଇଥିବା ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗ ଏହି ଚିଠି କରିଛି । ଘୋଷଣାର ୬ ମାସ ସୁଦ୍ଧା ନିର୍ବାଚନ ସାରିବାକୁ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ କାମ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ ।

୨୦୨୫ ଅଗଷ୍ଟ ମାସରେ ସରକାର ୭ ଜିଲ୍ଲାରେ ୧୨ ନୂଆ NAC ଗଠନ ପାଇଁ ଘୋଷଣା କରିଥିଲେ । ଅନୁଗୁଳର ପାଲଲହଡ଼ା, ସୁବର୍ଣ୍ଣପୁରର ବୀରମହାରାଜପୁର, ବାଲେଶ୍ଵରର ସିମୁଳିଆ ଓ ବସ୍ତା, ମୟୂରଭଞ୍ଜର ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରଡ଼ା, ରାୟଗଡ଼ାର ବିଷମକଟକ, ସମ୍ବଲପୁରର ରେଙ୍ଗାଲି ଓ ବାମରା ଏବଂ ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଧୂଷୁରୀ ନୂଆ NAC ନେଇ ଘୋଷଣା ହୋଇଥିଲା ।

ଏଥିସହ ପଢ଼ନ୍ତୁ: ସଡ଼କ ପଥ ଦେଇ ଯିବାକୁ ସ୍ଥିର କରିଥିଲେ ଅଜିତ ପାୱାର; ରାତିରେ କେମିତି ବଦଳିଲା ପ୍ଲାନ୍ ?

ସେହିଭଳି ସ୍ଵାୟତ୍ତ ଶାସନ ଦିବସରେ ବଡ଼ ଭେଟି ଦେଇ ୭ଟି ନୂଆ ମ୍ୟୁନିସପାଲିଟି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । କରଞ୍ଜିଆ, ବୌଦ୍ଧ, ଭଞ୍ଜନଗର, ଆସିକା, ଛତ୍ରପୁର, କବିସୂର୍ଯ୍ୟନଗର ଓ ପୋଲସରାକୁ ନୂଆ ମ୍ୟୁନିସପାଲିଟି ଘୋଷଣା ହୋଇଥିଲା ।

ଏଥିସହ ୧୬ ନୂଆ NAC ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଲୋଇସିଂହା, ସୋହେଲା, ବଡ଼ମ୍ବା, ନରସିଂହପୁର, ସାଲେପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ଚଣ୍ଡିଖୋଲ, ନର୍ଲା, ଜୟପାଟଣା, ଟାଙ୍ଗୀ, ବୋରିଗୁମା, କପ୍ତିପଦା, ଯଶୀପୁର, ରାସଗୋବିନ୍ଦପୁରକୁ ମୁଖ୍ୟମନ୍ତ୍ରୀ NAC ଘୋଷଣା କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Urban Elections: ନୂଆ NAC ଓ ପୌରପାଳିକାରେ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା | Argus News