Russia Oil Tariff / ରୁଷିଆ ତେଲ କ୍ରୟ ଉପରେ ହଟିଲା ଟାରିଫ, ଭାରତ -ଆମେରିକା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାରି
·7 months ago·2 min read

Key Points
ଭାରତ -ଆମେରିକା ବାଣିଜ୍ୟିକ ଆଲୋଚନାର ବଡ ସଫଳତା
ଭାରତ ଉପରେ ଲାଗୁ କରାଯାଇଥିବା ଅତିରିକ୍ତ ୨୫% ଟାରିଫକୁ ଆମେରିକା ପକ୍ଷରୁ ପ୍ରତ୍ୟାହାର କରାଯାଇଛି

ଭାରତ -ଆମେରିକା ବାଣିଜ୍ୟିକ ଆଲୋଚନାର ବଡ ସଫଳତା । ଉଭୟ ଦେଶ ମଧ୍ୟବର୍ତ୍ତୀକାଳୀନ ବ୍ୟବସାୟିକ ପଦ୍ଧତି ପାଇଁ ରାଜି ହୋଇଛନ୍ତି । ଭାରତ-ଆମେରିକା ଟ୍ରେଡ୍ ଡିଲ୍କୁ କାର୍ଯକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଭାରତ ଉପରେ ଲାଗୁ କରାଯାଇଥିବା ଅତିରିକ୍ତ ୨୫% ଟାରିଫକୁ ଆମେରିକା ପକ୍ଷରୁ ପ୍ରତ୍ୟାହାର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ବ ବଳରେ ଭାରତ -ଆମେରିକା ମଧ୍ୟବର୍ତ୍ତୀକାଳୀନ ବ୍ୟବସାୟିକ ପଦ୍ଧିତି ପାଇଁ ରାଜି ହୋଇଥିବା କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।
ଟ୍ରମ୍ପଙ୍କ ଟାରିଫ୍ ହ୍ରାସ ପରେ ଭାରତର ପ୍ରାୟ ୩୦ ଟ୍ରିଲିୟନ ମୂଲ୍ୟର ସାମଗ୍ରୀ ରପ୍ତାନୀ ପାଇଁ ସୁଯୋଗ ରହିବ । ଏମଏସଏମଇ, କୃଷକ ଓ ମତ୍ସ୍ୟଜୀବୀ ମାନେ ବିଶେଷ ଭାବେ ଉପକୃତ ହେବେ । ରପ୍ତାନୀ ବୃଦ୍ଧି ଯୋଗୁଁ ମହିଳା ଓ ଯୁବପିଢି ପାଇଁ ନିଯୁକ୍ତି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ । ଟାରିଫ ହ୍ରାସ ପରେ ପୋଷାକ, ଚମଡା ଓ ଯୋତା, ପ୍ଲାଷ୍ଟିକ୍ ଓ ରବର ସାମଗ୍ରୀ, ଅର୍ଗାନିକ୍ କେମିକାଲ, ଘରକରଣା ସାମଗ୍ରୀ ଓ କିଛି ନିର୍ଦ୍ଦିଷ୍ଟ ଯନ୍ତ୍ରାଂଶର ରତ୍ପାନୀ ପାଇଁ ବଡ ସୁଯୋଗ ସୃଷ୍ଟି ହେବ ।
ଏଥିସହ ଫାର୍ମା, ରତ୍ନ ଓ ହୀରା ଏବଂ ବିମାନ ଯନ୍ତ୍ରାଂଶ ଉପରେ କୌଣସି ଟାରିଫ୍ ଲାଗୁ ହେବ ନାହିଁ । ଟାରିଫ୍ ହ୍ରାସ ପରେ ଭାରତର ଡିଜିଟାଲ ଭିତ୍ତିଭୂମିକୁ ମଜବୁତ ହେବ । ଏଥିସହ ଟ୍ରେଡ ଡିଲରେ ଭାରତକୁ କୃଷି, ଦୁଗ୍ଧଜାତ ସାମଗ୍ରୀ ଓ ପନିପରିବା ଆମଦାନୀ ଉପରେ ରୋକ ଲାଗିବ । ଏହାଦ୍ବାରା କୃଷକମାନଙ୍କ ସ୍ବାର୍ଥକୁ ମିଳିବ ସୁରକ୍ଷା । , ପୂର୍ବରୁ ଗତ ସପ୍ତାହରେ ଉଭୟ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ବାଣିଜ୍ୟିକ ଆଲୋଚନା ହୋଇଥିଲା । ଏହାପରେ ଆମେରିକା ରାଷ୍ଟ୍ରପତି ଟାରିଫ୍ ହ୍ରାସ କରିବାକୁ ଘୋଷଣା କରିଥିଲେ।
ଏହାସହ ପଢ଼ନ୍ତୁ: ପାକିସ୍ତାନୀ ୟୁଟ୍ୟବରଙ୍କ ଧମକ, ICC ଅଫିସ୍ ଭାରତରେ ଥିଲେ ଉଡ଼ାଇ ଦେଇଥାନ୍ତୁ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମିଳିତ ବିବୃତ୍ତିରେ କୁହାଯାଇଛି ଯେ ଭାରତ ଏବଂ ଆମେରିକା ଖୁବ ଶୀଘ୍ର ଏହି ଢାଞ୍ଚା କାର୍ଯ୍ୟକାରୀ କରିବେ ଏବଂ ମଧ୍ୟବର୍ତ୍ତୀକାଳୀନ ଚୁକ୍ତିନାମାକୁ ଚୂଡ଼ାନ୍ତ କରିବା ପାଇଁ ଏକାଠି କାମ କରିବେ। ଲକ୍ଷ୍ୟ ହେଉଛି ଏକ ବାଣିଜ୍ୟ ଚୁକ୍ତିନାମା ସୃଷ୍ଟି କରିବା ଯାହା ଉଭୟ ଦେଶକୁ ସମାନ ଭାବରେ ଲାଭ ପହଞ୍ଚାଇବ। ଏହି ଚୁକ୍ତିନାମାକୁ ଭାରତ-ଆମେରିକା ସହଭାଗୀତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ବର୍ଣ୍ଣନା କରାଯାଇଛି।
କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏକ X-ପୋଷ୍ଟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଣ୍ଣାୟକ ନେତୃତ୍ୱରେ ଭାରତ ଆମେରିକା ସହିତ ଏକ ମଧ୍ୟବର୍ତ୍ତୀକାଳୀନ ଚୁକ୍ତି ପାଇଁ ଢାଞ୍ଚା ପ୍ରସ୍ତୁତ କରିଛି। ଏହା ଭାରତୀୟ ରପ୍ତାନିକାରୀ, ବିଶେଷକରି କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME), ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ପାଇଁ ୩୦ ଟ୍ରିଲିୟନ ଡଲାରର ବଜାର ଖୋଲିବ। ରପ୍ତାନି ବୃଦ୍ଧି ଆମର ମହିଳା ଏବଂ ଯୁବକମାନଙ୍କ ପାଇଁ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

Related Topics
Explore more stories