Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - PM ମୋଦିଙ୍କୁ ଭେଟିଲେ ଆମେରିକା ବିଦେଶ ସଚିବ, ହ୍ବାଇଟ୍‌ ହାଉସ୍‌ ଗସ୍ତ ପାଇଁ କଲେ ନିମନ୍ତ୍ରଣ

National

US Secretary Marco Rubio / PM ମୋଦିଙ୍କୁ ଭେଟିଲେ ଆମେରିକା ବିଦେଶ ସଚିବ, ହ୍ବାଇଟ୍‌ ହାଉସ୍‌ ଗସ୍ତ ପାଇଁ କଲେ ନିମନ୍ତ୍ରଣ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
PM ମୋଦିଙ୍କୁ ଭେଟିଲେ ଆମେରିକା ବିଦେଶ ସଚିବ, ହ୍ବାଇଟ୍‌ ହାଉସ୍‌ ଗସ୍ତ ପାଇଁ କଲେ ନିମନ୍ତ୍ରଣ
Narendra Modi

Key Points

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମାର୍କୋ ରୁବିଓ
ଉଭୟଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ ଧରି ଗୁରୁତ୍ୱପୂର୍ଣ୍ଣ ଆଲୋଚନା
୨ ଦେଶ ମଧ୍ୟରେ ଶକ୍ତି, ବାଣିଜ୍ୟ ଓ ନିବେଶକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
୪ ଦିନିଆ ଭାରତ ଗସ୍ତରେ ଆମେରିକା ବିଦେଶ ସଚିବ ମାର୍କୋ ରୁବିଓ । ଗସ୍ତର ପ୍ରଥମ ଦିନରେ ମାର୍କୋ ରୁବିଓ ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଏହି ହାଇ-ପ୍ରୋଫାଇଲ୍ ବୈଠକରେ ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ରଣନୈତିକ ସହଭାଗିତାର ସମ୍ପୂର୍ଣ୍ଣ ସମୀକ୍ଷା କରାଯାଇଛି । ସେହିପରି ବିଦେଶ ସଚିବ ମାର୍କୋ ରୁବିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକା ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି । ରୁବିଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହ୍ୱାଇଟ୍ ହାଉସ୍ ଗସ୍ତ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି ।

ଆମେରିକା ବିଦେଶ ସଚିବ ମାର୍କୋ ରୁବିଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିରକ୍ଷା ସହଯୋଗ, ଗୁରୁତ୍ୱପୂର୍ଣ୍ଣ ଓ ରଣନୈତିକ ପ୍ରଯୁକ୍ତିବିଦ୍ୟା (Strategic Technologies), ବାଣିଜ୍ୟ, ନିବେଶ, ଶକ୍ତି ସୁରକ୍ଷା ଏବଂ କନେକ୍ଟିଭିଟି କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ, ବୈଠକରେ ଆମେରିକା ପକ୍ଷରୁ ମଧ୍ୟ-ପ୍ରାଚ୍ୟରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତି ଉପରେ ୱାଶିଂଟନ୍‌ର ଦୃଷ୍ଟିକୋଣ ରଖିଛନ୍ତି ରୁବିଓ । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଛନ୍ତି— ଭାରତ ସର୍ବଦା ଶାନ୍ତି ପକ୍ଷରେ ଅଛି ଏବଂ କୌଣସି ବି ବିବାଦର ସମାଧାନ କେବଳ 'ଆଲୋଚନା ଓ କୂଟନୀତି' ମାଧ୍ୟମରେ ହିଁ ସମ୍ଭବ ।



ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ନିଜର ଶୁଭେଚ୍ଛା ବାର୍ତ୍ତା ରୁବିଓଙ୍କ ହାତରେ ପଠାଇଛନ୍ତି । ଆଗାମୀ ଦିନରେ ଦୁଇ ଦେଶର ବନ୍ଧୁତାକୁ ସୁଦୃଢ଼ କରିବାକୁ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ନିରନ୍ତର ଆଲୋଚନା ପାଇଁ ଆଶାୟୀ ଥିବା କହିଛନ୍ତି । ଏହି ବୈଠକରେ ଭାରତର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ ।

ମାର୍କୋ ରୁବିଓଙ୍କ ଭାରତ ଗସ୍ତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟରେ ହେଉଛି । ଟ୍ରମ୍ପ ପ୍ରଶାସନ ଇରାନ ଏବଂ ଚୀନ୍ ଉପରେ କଠୋର ଆଭିମୁଖ୍ୟ ରଖୁଥିବା ବେଳେ ଆମେରିକା ଚାହୁଁଛି ଭାରତ ତା’ର ଏକ ପ୍ରମୁଖ ରଣନୈତିକ ଭାଗିଦାର ହେଉ । ଏହି ବୈଠକ ଦୁଇ ଦେଶର ଭବିଷ୍ୟତର ସାମରିକ ଓ ବାଣିଜ୍ୟିକ ସମ୍ପର୍କର ନକ୍ସା ପ୍ରସ୍ତୁତ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US Secretary Marco Rubio Meets PM Modi In Delhi | Argus News