Videos
|
National

ବଢୁଛି ଅନ୍ତର୍ଜାତୀୟ ସ୍ତରରେ ମୋଦିଙ୍କ ସମ୍ମାନ, ପ୍ରଧାନମନ୍ତ୍ରୀଙ୍କ ଶାସନରେ ହୋଇଛି ମହିଳାଙ୍କ ବିକାଶ

Jitendra Dash
Browse all articles by Jitendra Dash
·2 years ago·2 min read
ବଢୁଛି ଅନ୍ତର୍ଜାତୀୟ ସ୍ତରରେ ମୋଦିଙ୍କ ସମ୍ମାନ, ପ୍ରଧାନମନ୍ତ୍ରୀଙ୍କ ଶାସନରେ ହୋଇଛି ମହିଳାଙ୍କ ବିକାଶ

ଅର୍ଗସ ବ୍ୟୁରୋ : ଅନ୍ତର୍ଜାତୀୟ ସ୍ତରରେ ଦିନକୁ ଦିନ ବଢି ଚାଲିଛି ମୋଦିଙ୍କ ନେତୃତ୍ବର ସମ୍ମାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ବଢି ଚାନିଛି ମହିଳାଙ୍କ ବିକାଶ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି ଲୋକପ୍ରିୟ ଆଫ୍ରିକାନ-ଆମେରିକୀୟ ଗାୟିକା ମ୍ୟାରୀ ମିଲବେନ । 

ଗାୟିକା ମ୍ୟାରୀ ମିଲବେନ କହିଛନ୍ତି, ମୁଁ ଭାରତକୁ ଭଲପାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ ଭାରତକୁ ବୈଶ୍ବିକ ସ୍ତରରେ ମିଳିଛି ଦୃଢ ନେତୃତ୍ବ । ଯାହା ଭାରତୀୟଙ୍କ ସାମୁହିକ ଉନ୍ନତିର ବାଟ ଫିଟାଇଛି । ଏହା ବ୍ୟତୀତ ମୋଦିଙ୍କ କାର୍ଯ୍ୟକାଳରେ ମହିଳାଙ୍କୁ ମିଳୁଥିବା ଗୁରୁତ୍ବ ଏବଂ ନେତୃତ୍ବ ଯୋଗୁ ମହିଳା ବିକାଶ କ୍ଷେତ୍ରରେ ଭାରତ ବିଶ୍ବ ଦରବାରରେ ଉଦାହରଣ ସାଜିଛି । 

 

ସେପଟେ, ନଭେମ୍ବର ୬ ତାରିଖରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ମହିଳାଙ୍କୁ ନେଇ ଅପମାନଜନକ ଶବ୍ଦ କହିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଦେଶ ତଥା ଦେଶ ବାହାରେ ନୀତୀଶଙ୍କୁ ସମାଲୋଚନା ମଧ୍ୟ କରାଯାଉଛି । ଏହି ଘଟଣାକୁ ନେଇ ଆଫ୍ରିକା-ଆମେରିକା ଅଭିନେତ୍ରୀ ତଥା ସିଙ୍ଗର୍‌ ମ୍ୟାରି ମିଲବେନ ମଧ୍ୟ ନୀତୀଶ କୁମାରଙ୍କ ବୟାନକୁ ସମାଲୋଚନା କରିଛନ୍ତି । ନୀତୀଶଙ୍କ ସମାଲୋଚନା କରି ମ୍ୟାରି କହିଛନ୍ତି, ମୁଁ ଯଦି ଭାରତର ନାଗରିକ ହୋଇଥାଆନ୍ତି  ତେବେ ନୀତୀଶଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିଥାଆନ୍ତି । ଏଥିପାଇଁ ବିହାର ନିଶ୍ଚୟ ଯାଇଥାଆନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋ ମତରେ ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ମହିଳାଙ୍କୁ ନେଇ ଅପମାନଜନକ ଶବ୍ଦ ପ୍ରୟୋଗ କରିବା ଘଟଣାକୁ କେନ୍ଦ୍ର କରି ବିହାର ମହିଳାଙ୍କୁ ନୀତୀଶ କୁମାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ଉଚିତ । କେବଳ ଏତିକି ନୁହେଁ ଏଭଳି ସମୟରେ ଜଣେ ସାହସୀ ମହିଳା ଆଗକୁ ଆସିବା ଦରକାର । ଏମିତିକି ନିଜ ଟ୍ବିଟରେ ଶାହରୁଖଙ୍କ ସିନେମା ଜୱାନର ଏକ ଦୃଶ୍ୟର ଉଦାହରଣ ଦେଇ ଏଭଳି ନେତାଙ୍କୁ ଭୋଟିଂର କ୍ଷମତା ଦେଖାଇବାକୁ ସେ ସମସ୍ତ ଭାରତୀୟ ଏବଂ ବିହାରବାସୀଙ୍କୁ ଅପିଲ୍ କରିଛନ୍ତି ।