US Tariff on India / ଭାରତ ଉପରେ ୨୫%, ଚୀନ୍ ଉପରେ ୪୦% ଟାରିଫ୍! ପୁଣି ଶୁଳ୍କ ବଢ଼ାଇବାକୁ ଆମେରିକାର ପ୍ରସ୍ତାବ
·1 hour ago·2 min read

Key Points
ଆମେରିକା ପୁଣି ଥରେ ଭାରତ, ଚୀନ୍ ଓ ୟୁରୋପୀୟ ସଂଘ ସମେତ ଅନେକ ପ୍ରମୁଖ ବାଣିଜ୍ୟିକ ଅଂଶୀଦାରଙ୍କ ଉପରେ ନୂଆ ଶୁଳ୍କ ଲଗାଇବାକୁ ପ୍ରସ୍ତାବ ଦେଇଛି। ପ୍ରସ୍ତାବ ଅନୁସାରେ, ଭାରତ ଉପରେ ୨୫%, ଚୀନ୍ ଉପରେ ୪୦% ଏବଂ ଭିଏତନାମ ଉପରେ ୩୫% ପର୍ଯ୍ୟନ୍ତ ଟାରିଫ୍ ଲାଗିପାରେ। ୨୦୨୭ ଜାନୁଆରୀ ପୂର୍ବରୁ ଏହା ଲାଗୁ ହେବାର ସମ୍ଭାବନା କମ୍ ରହିଛି।
ୱାଶିଂଟନ୍, ଆମେରିକା: ପୁଣି ଥରେ ଭାରତ, ଚୀନ୍ ଏବଂ ୟୁରୋପୀୟ ସଂଘ (EU) ସମେତ ଏହାର ଅନେକ ପ୍ରମୁଖ ବାଣିଜ୍ୟିକ ଅଂଶୀଦାରଙ୍କ ଉପରେ ନୂତନ ଶୁଳ୍କ (Tariff) ଲାଗୁ କରିବାକୁ ପ୍ରସ୍ତାବ ଦେଇଛି ଆମେରିକା। ରିପୋର୍ଟ ଅନୁଯାୟୀ, ଆମେରିକା ବାଣିଜ୍ୟ ପ୍ରତିନିଧି (USTR) ୮ ମାସର ତଦନ୍ତ ପରେ ଏପରି ପଦକ୍ଷେପ ନେଇଛନ୍ତି। ଆମେରିକୀୟ ପ୍ରଶାସନ ଦାବି କରୁଛି ଯେ ଅନେକ ଦେଶରେ ଅତ୍ୟଧିକ ଉତ୍ପାଦନ କ୍ଷମତା ଏବଂ ସରକାରୀ ସବସିଡି଼ ପ୍ରଦାନ ଯୋଗୁଁ ଆମେରିକୀୟ ଶିଳ୍ପ ପ୍ରତିଷ୍ଠାନକୁ କ୍ଷତି ପହଞ୍ଚାଉଛି। ଏହି ପ୍ରସ୍ତାବ ଅନୁଯାୟୀ, ଭାରତ ଉପରେ ୨୫% ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ଯୋଜନା କରାଯାଇଛି। ଅନ୍ୟପଟେ ଚୀନ୍ ଉପରେ ୪୦% ଶୁଳ୍କ ଲଗାଇପାରେ ଆମେରିକା।
କାହା ଉପରେ କେତେ ଶୁଳ୍କ ଲଗାଇବ ଆମେରିକା?
USTR ପ୍ରସ୍ତାବ ଅନୁସାରେ ଭାରତ, କାମ୍ବୋଡିଆ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ମାଲେସିଆ, ତାଇୱାନ, ଥାଇଲ୍ୟାଣ୍ଡ ଉପରେ ପ୍ରାୟ ୨୫% ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହୋଇପାରେ। ହେଲେ ତଥାପି, ଭାରତ ସମେତ ଏହି ଦେଶ ପାଇଁ ସର୍ବାଧିକ ପ୍ରଭାବଶାଳୀ ହାରକୁ ସୀମିତ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଅନ୍ୟପଟେ ବାଂଲାଦେଶ, ୟୁରୋପୀୟ ସଂଘ, ଜାପାନ, ସ୍ୱୀଜରଲ୍ୟାଣ୍ଡ ଏବଂ ସିଙ୍ଗାପୁର ଉପରେ ୨୦% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବାର ଯୋଜନା ରହିଛି। ସେହିପରି ଭିଏତନାମ ଉପରେ ୩୫% ଏବଂ ଚୀନ୍ ଉପରେ ୪୦% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବାକୁ ସୁପାରିଶ କରାଯାଇଛି।
ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଚୀନ୍ ଉପରେ ପ୍ରସ୍ତାବିତ ଶୁଳ୍କ ଅନେକ କ୍ଷେତ୍ରରେ, ବର୍ତ୍ତମାନର ଶୁଳ୍କ ସହିତ ଅତିରିକ୍ତ ହେବ। ଯାହା କିଛି ଉତ୍ପାଦ ଉପରେ ମୋଟ ଶୁଳ୍କ ପରିମାଣ ୪୦ ପ୍ରତିଶତରୁ ଅଧିକ କରିବ। ଭିଏତନାମ ଉପରେ ମଧ୍ୟ ଅଧିକ ଶୁଳ୍କ ଲଗାଇବାକୁ ସୁପାରିଶ କରାଯାଇଛି। ଯଦିଓ ବର୍ତ୍ତମାନ ଚାଲିଥିବା ଆଲୋଚନା ଯୋଗୁଁ ଶୁଳ୍କ ହାର କମ କରିବାକୁ ପ୍ରସ୍ତାବିତ ରହିଛି।
କେବେ ଠାରୁ ଲାଗୁ ହେବ ନୂତନ ଶୁଳ୍କ?
USTR କହିଛି ଯେ ଏହି ନୂତନ ଶୁଳ୍କ ତୁରନ୍ତ ଲାଗୁ ହେବ ନାହିଁ। ଅଧିକାରୀ କହିଛନ୍ତି ଯେ ୨୦୨୭ ଜାନୁଆରୀ ପୂର୍ବରୁ ଏହା କାର୍ଯ୍ୟକାରୀ ହେବାର ସମ୍ଭାବନା କମ୍ ରହିଛି। ଚୀନ୍ ସହିତ ବର୍ତ୍ତମାନର ବାଣିଜ୍ୟ ଚୁକ୍ତିନାମା ଜାନୁଆରୀ ୧୦ ତାରିଖରେ ଶେଷ ହେବାକୁ ଯାଉଛି। ଏହି ପ୍ରସଙ୍ଗରେ ଆହୁରି ଆଲୋଚନା ମଧ୍ୟ ହୋଇପାରେ। ଶୁଳ୍କ ଲାଗୁ କରିବା ପ୍ରସ୍ତାବରେ କିଛି ପ୍ରମୁଖ କ୍ଷେତ୍ର ଯେପରିକି ସେମିକଣ୍ଡକ୍ଟର, ଅଟୋମୋବାଇଲ୍, ଇସ୍ପାତ ଏବଂ ଆଲୁମିନିୟମ୍ ଆଦି କ୍ଷେତ୍ରକୁ ବାଦ ଦିଆଯାଇଛି। କାରଣ ଏହି କ୍ଷେତ୍ର ଏକ ଭିନ୍ନ ଶୁଳ୍କ ନିର୍ଣ୍ଣୟ ପ୍ରକ୍ରିୟା ଏବଂ ଆଇନଗତ ଢାଞ୍ଚା ଅଧିନରେ ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟ୍ରମ୍ପ ପ୍ରଶାସନ ଯୁକ୍ତି ଦର୍ଶାଉଛି ଯେ ଏହି ନୂତନ ଶୁଳ୍କ ବିଦେଶୀ ରାଷ୍ଟ୍ର ଦ୍ୱାରା ପ୍ରଦାନ କରାଯାଇଥିବା ଅନୁଚିତ ସବସିଡି଼ ଏବଂ ଅତିରିକ୍ତ ଉତ୍ପାଦନ କ୍ଷମତା ଯୋଗୁଁ ଆମେରିକୀୟ ଶିଳ୍ପ ଦ୍ୱାରା ହୋଇଥିବା କ୍ଷତିର କ୍ଷତିପୂରଣ ପାଇଁ ଉଦ୍ଦିଷ୍ଟ। ହେଲେ ତଥାପି ବିଶେଷଜ୍ଞ ଏହାକୁ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥା ପାଇଁ ଏକ ବଡ଼ ଆଘାତ ବୋଲି ବିବେଚନା କରୁଛନ୍ତି। କାରଣ ଏହା ଆମେରିକା ଏବଂ ଏହାର ପ୍ରମୁଖ ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିପାରେ।
Related Topics
Explore more stories