Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଲିଗଡରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରଣହୁଙ୍କାର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଲିଗଡରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରଣହୁଙ୍କାର

ଅର୍ଗସ ବ୍ୟୁରୋ : ଆଲିଗଡରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରଣହୁଙ୍କାର । ଖେର୍ ବିଧାନସଭା ଅଂଚଳରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ ବଣ୍ଟେଗେ ତୋ କଟେଙ୍ଗେର ନାରା ଦେଇଛନ୍ତି । ଯେଉଁ ନାରାକୁ ନେଇ ଲଗାତାର ଚର୍ଚ୍ଚାରେ ରହି ଆସିଛନ୍ତି ଯୋଗୀ ।  ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାରା “ ଏକ ରହେଙ୍ଗେ ତୋ ସେଫ୍ ରହେଙ୍ଗେ “ କୁ ଦୋହରାଇଛନ୍ତି ଯୋଗୀ ।

 କହିଛନ୍ତି, ଇତିହାସ ସାକ୍ଷୀ ଅଛି ଯେଉଁ ସମୟରେ ଆମେ ଭାଗ ଭାଗ ହୋଇଛୁ , ସେ ସମୟରେ ଆମର କ୍ଷତି ହୋଇଛି  ।  ତେଣୁ ଦେଶର ସମସ୍ତ ହିନ୍ଦୁ ଏକଠା  ରହିବାକୁ ଆହ୍ବାନ ଦେଇଛନ୍ତି ଯୋଗୀ ।  କଂଗ୍ରେସ ଯେତେବେଳେ ବି ସଫଳ ହୋଇଛି , ବିଭାଜିତ କରି ହିଁ ସଫଳ ହୋଇଛି ।  ଉତ୍ତରପ୍ରଦେଶରେ ୨୦ ନଭେମ୍ବରରେ ୯ ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଯେଉଁଥିରେ ଖର୍ ବିଧାନସଭା ଆସନ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Uttar Pradesh Chief Minister Yogi Adityanath in Aligarh | Argus News