Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦୁଇ ବୋହୂଙ୍କ ଭିତରେ ଗୋଟିଏ ସିଟକୁ ନେଇ ଲଢ଼େଇ

Jitendra Dash
Browse all articles by Jitendra Dash
·2 years ago·1 min read
ଦୁଇ ବୋହୂଙ୍କ ଭିତରେ ଗୋଟିଏ ସିଟକୁ ନେଇ ଲଢ଼େଇ

ଅର୍ଗସ ବ୍ୟୁରୋ : ଆଗକୁ ଲୋକସଭା ନିର୍ବାଚନ। ଏବେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଘରକଳି ପଦାରେ ପଡ଼ିବାକୁ ଯାଉଛି । ୨୦୨୨ ବିଧାନସଭା ନିର୍ବାଚନ ପରି ଅବସ୍ଥା ଏବେ ସୃଷ୍ଟି ହୋଉଛି । ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି ଅଖିଳେଶଙ୍କ ସ୍ତ୍ରୀ ଡିମ୍ପଲ ଯାଦବଙ୍କ ଗଡ଼ କୁହାଯାଉଥିବା ମୈନପୁରୀ ଲୋକସଭା ଆସନରେ ମୁଲାୟମ ସିଂ ଯାଦବଙ୍କ ଛୋଟ ବୋହୂ ଅପର୍ଣ୍ଣା ଯାଦବଙ୍କୁ ବିଜେପି ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଛି । ଏପରି ହେଲେ ବଡ଼ ବୋହୂ ଏବଂ ସାନ ବୋହୂ ମୁହାଁମୁହିଁ ହେବେ ।

ଅଧିକ ପଢନ୍ତୁ ଭାରତ ଖବର

ଅପର୍ଣ୍ଣା ଗତ କିଛି ଦିନ ଧରି ବିଜେପିର ବଡ଼ ବଡ଼ ନେତାଙ୍କୁ ଭେଟିବାରେ ଲାଗିଛନ୍ତି । ସେ ପ୍ରଥମେ ବିଜେପିର ରାଷ୍ଟ୍ରୀୟ ମହାସଚିବ ସୁନୀଲ ବଂଶଲଙ୍କୁ ଭେଟିବାକୁ ଦିଲ୍ଲୀରେ ପହଞ୍ଚିଥିଲେ । ଏହାପରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଦେଶ ଅଧ୍ୟକ୍ଷ ଭୂପେନ୍ଦ୍ର ଚୌଧୁରୀଙ୍କୁ ମଧ୍ୟ ସାକ୍ଷାତ୍ କରିଥିଲେ । ତେବେ ଚର୍ଚ୍ଚା ହେଉଛି ଯେ, ବିଜେପି ଡିମ୍ପଲ ଏବଂ ଅଖିଳେଶଙ୍କୁ ଅସୁବିଧାରେ ପକାଇବା ପାଇଁ ଅପର୍ଣ୍ଣାଙ୍କୁ ପ୍ରାର୍ଥୀ କରିପାରେ । ମୁଲାୟମଙ୍କ ମୃତ୍ୟୁ ପରେ ବଡ଼ ବୋହୂ ଡିମ୍ପଲ ମୈନପୁରୀ ଆସନରୁ ସାଂସଦ ଅଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଡିମ୍ପଲ ମୈନପୁରୀରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
uttar pradesh elections issue | Argus News