ଦିଲ୍ଲୀ ଓଡ଼ିଆ ଛାତ୍ର ସଙ୍ଗଠନ ପକ୍ଷରୁ ଉତ୍କଳ ଦିବସ ପାଳନ
·2 years ago·1 min read

ନୂଆଦିଲ୍ଲୀ/ଭୁବନେଶ୍ୱର: ଦିଲ୍ଲୀ ଓଡ଼ିଆ ଛାତ୍ର ସଙ୍ଗଠନ ପକ୍ଷରୁ ଉତ୍କଳ ଦିବସ ପାଳନ ହୋଇଯାଇଛି। ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ନର୍ଥ କ୍ୟାମ୍ପସ ସ୍ଥିତ ସତ୍ୟକାମ ଭବନ ଠାରେ ଆଡମ୍ବର ସହିତ ପାଳନ ହୋଇଛି ଉତ୍କଳ ଦିବସ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଳରାମ ପାଣି ଯୋଗ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଜୟଦେବ ଷଡ଼ଙ୍ଗୀ, ଡ. ଦେବୀ ପ୍ରସାଦ ଦାସ, ଅବନୀ କୁମାର ସାହୁ, ବିଜୟଲକ୍ଷ୍ମୀ ନନ୍ଦା, ଶୋଭା ବଗାଇ, ଶ୍ରୀ ଜେ. ବି. ମହାପାତ୍ର, ଡ. ଯଦୁମଣି ଜେନା, ପ୍ରଫେସର ବିଭୁ ବିଶ୍ଵାଳ, ମେଜର ଜେନେରାଲ ଆର୍ ସି ପାଣ୍ଡେ, ସମର ପ୍ରତାପ ନାୟକ ଏବଂ ଅନ୍ୟାନ୍ୟ ଅତିଥିଗଣ ଙ୍କ ଗହଣରେ ସଜ୍ଜିତ ହୋଇଥିଲା ଦୁଇଟି ପ୍ୟାନେଲ ଏବଂ ଏକ ଟକ୍। ଏହା ସଙ୍ଗେ କୁଇଜ୍ ପ୍ରତିଯୋଗିତା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସୁସ୍ୱାଦୁ ବ୍ୟଞ୍ଜନ ଯଥା କାକରା, ଦାନ୍ତିକିଲି, ଦହିବରା ଆଲୁଦମ୍, ଚାଉଳ ବରା ଏବଂ ରାତ୍ରି ଭୋଜନ ମଧ୍ୟ ଆୟୋଜିତ କରଯାଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: