Uttarakhand flash flood 2026 / ଅଚାନକ ମାଡ଼ି ଆସିଲା ବନ୍ୟା ଜଳ; ଦେଖୁ ଦେଖୁ ଭାସିଗଲା ପୋଲ, ଭିଡ଼ିଓ ଭାଇରାଲ
·2 hours ago·2 min read

Key Points
ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ, ପ୍ରବଳ ବର୍ଷା ପରେ ନଦୀର ଜଳସ୍ତର ବୃଦ୍ଧି ପାଇବା ସହିତ ଏକ ଲୁହା ନିର୍ମିତ ପୋଲ ପ୍ରଖର ସ୍ରୋତରେ ଭାସି ଯାଇଛି। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
Tamak nala bridge swept away Uttarakhand: ସଦ୍ୟ ଉତ୍ତରାଖଣ୍ଡରେ ଏବେ ଜାରି ରହିଛି ପ୍ରବଳ ବର୍ଷାର ତାଣ୍ଡବ। ଯାହାର ଫଳ ସ୍ବରୂପ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଅନେକ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ରାସ୍ତାଘାଟ ସହ ପୋଲ ମଧ୍ୟ ପ୍ରଭାବିତ ହୋଇଛି। ରାଜ୍ୟର ଚମୋଲି ଜିଲ୍ଲାରେ ନଦୀରେ ଜଳସ୍ତର ବୃଦ୍ଧି ଏବଂ ପ୍ରବଳ ସ୍ରୋତ ଯୋଗୁଁ ଏକ ଲୁହା ନିର୍ମିତ ପୋଲ ଭାସି ଯାଇଛି। ଏହି ଘଟଣାର ଭିଡି଼ଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ପାଣିର ପ୍ରବଳ ସ୍ରୋତ ଦ୍ରୁତ ଗତିରେ ତଳମୁଣ୍ଡ ଆଡ଼କୁ ପ୍ରବାହିତ ହେଉଛି। ଯାହା ସ୍ଥାନୀୟ ଉପତ୍ୟକାରେ ନିର୍ମିତ ହୋଇଥିବା ଏକ ଲୁହା ନିର୍ମିତ ପୋଲରେ ଆସି ପିଟି ହେଉଛି। କିଛି ସେକେଣ୍ଡ ମଧ୍ୟରେ, ଦ୍ରୁତ ଗତିରେ ମାଡ଼ି ଆସୁଥିବା ଜଳ ସ୍ରୋତର ଅତ୍ୟଧିକ ଚାପ ସେହି ଲୁହା ପୋଲକୁ ଉପାଡ଼ି ନଦୀ କୂଳକୁ ଠେଲି ଦେଇଛି।
ଘଟଣାସ୍ଥଳ ଅଭିମୁଖେ ବାହାରିଲା ଉଦ୍ଧାରକାରୀ ଦଳ
ପ୍ରବଳ ବର୍ଷା କାରଣରୁ ରାଜ୍ୟରେ ଚମୋଲି ଜିଲ୍ଲାରେ ଏକ ଲୁହା ନିର୍ମିତ ପୋଲ ଭାସିଯିବାର ଭିଡ଼ିଓ ସେୟାର କରିଛି ଉତ୍ତରାଖଣ୍ଡର ସୂଚନା ଏବଂ ଲୋକସମ୍ପର୍କ ବିଭାଗ। ଏହି ଭିଡିଓ ସେୟାର କରି ବିଭାଗ କହିଛି ଯେ ଚାମୋଲି ଜିଲ୍ଲାର ନୀତି ଉପତ୍ୟକାରେ ପ୍ରବାହିତ ତମକ ନାଳରେ ଜଳସ୍ତର ବଢିବା ଯୋଗୁଁ ଏହି ଲୁହା ନିର୍ମିତ ପୋଲ କ୍ଷତିଗ୍ରସ୍ତ ହୋଇଛି। ମାଲାରି ଗାଁ ବାହାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇଥିବାର ରିପୋର୍ଟ ଆସିନାହିଁ। ଜିଲ୍ଲା ପ୍ରଶାସନ, SDRF ଏବଂ NDRF ଦଳ ଘଟଣାସ୍ଥଳ ଅଭିମୁଖେ ବାହାରି ସାରିଛନ୍ତି।
ଏହା ସହ ପଢନ୍ତୁ: ଭୁଶୁଡ଼ିଲା ଲୁହା ପୋଲ; ଅଳ୍ପକେ ବର୍ତ୍ତିଲେ ଟିପର ଚାଳକ
ଜଣେ ବ୍ୟକ୍ତି ଏବଂ ଗୋଟିଏ ଗାଡ଼ି ଭାସି ଯାଇଥିବାର ଆସିଛି ଖବର
ଚାମୋଲି ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦର କହିବା ଅନୁଯାୟୀ, ନାଳରେ ପ୍ରବଳ ପାଣି ପ୍ରବାହିତ ହେବା ଯୋଗୁଁ ୧୨୩ BRTF, ସୁରାଇଥୋଟା ଦ୍ୱାରା ନିର୍ମିତ ଉପତ୍ୟକା ସେତୁ (Valley Bridge) କ୍ଷତିଗ୍ରସ୍ତ ହେବା ଭାସିଯାଇଛି। ଏହି ଘଟଣାରେ ଜଣେ ବ୍ୟକ୍ତି ଏବଂ ଗୋଟିଏ ଗାଡ଼ି ଭାସି ଯାଇଥିବାର ଜଣାପଡ଼ିଛି। ସୂଚନା ପାଇବା ପରେ, ଜିଲ୍ଲା ପ୍ରଶାସନ ସ୍ଥାନୀୟ ପ୍ରଶାସନ ସହିତ SDRF ଏବଂ NDRF ଦଳକୁ ଘଟଣାସ୍ଥଳକୁ ପଠାଇଛି। ସୁରକ୍ଷାଗତ ଦୃଷ୍ଟିକୋଣରୁ, ମାଲାରୀରୁ ଗାଡ଼ି ଚଳାଚଳକୁ ସ୍ଥଗିତ ରଖାଯାଇଛି। ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ମୂଲ୍ୟାଙ୍କନ କରୁଛନ୍ତି। ଏହା ସହିତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତି କରୁଛନ୍ତି।
ତମକ ନାଳରେ ଜଳ ପ୍ରବାହ ବୃଦ୍ଧି ପାଇବା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି, ପ୍ରଶାସନ ତଳିଆ ଅଞ୍ଚଳରେ ନଦୀ କୂଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ପୋଲିସ ପ୍ରଶାସନ ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ଏବଂ ନଦୀ ନାଳ ଠାରୁ ଦୂରେଇ ରହିବା ପାଇଁ କହିଛି। ଖରାପ ପାଗ ସମୟରେ ଅନାବଶ୍ୟକ ଯାତ୍ରା ଏଡାଇବାକୁ ଏବଂ ପ୍ରଶାସନ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ପାଳନ କରିବାକୁ ପ୍ରଶାସନ ଜନସାଧାରଣଙ୍କୁ ନିବେଦନ କରିଛି।

चमोली जिले की नीति घाटी में तमक नाले के उफनाने से नाले पर निर्मित पुल क्षतिग्रस्त। मलारी गांव से आगे आवाजाही हुई बाधित। किसी व्यक्ति के हताहत होने की नहीं है अभी तक कोई सूचना। जिला प्रशासन, एसडीआरएफ और एनडीआरएफ की टीम मौके के लिए रवाना।#NitiGhati#Chamoli #Uttarakhand… pic.twitter.com/j2WHcTSuIM
— Uttarakhand DIPR (@DIPR_UK) August 10, 202
ଏହା ସହ ପଢନ୍ତୁ: ଭୁଶୁଡ଼ିଲା ଲୁହା ପୋଲ; ଅଳ୍ପକେ ବର୍ତ୍ତିଲେ ଟିପର ଚାଳକ
ଜଣେ ବ୍ୟକ୍ତି ଏବଂ ଗୋଟିଏ ଗାଡ଼ି ଭାସି ଯାଇଥିବାର ଆସିଛି ଖବର
ଚାମୋଲି ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦର କହିବା ଅନୁଯାୟୀ, ନାଳରେ ପ୍ରବଳ ପାଣି ପ୍ରବାହିତ ହେବା ଯୋଗୁଁ ୧୨୩ BRTF, ସୁରାଇଥୋଟା ଦ୍ୱାରା ନିର୍ମିତ ଉପତ୍ୟକା ସେତୁ (Valley Bridge) କ୍ଷତିଗ୍ରସ୍ତ ହେବା ଭାସିଯାଇଛି। ଏହି ଘଟଣାରେ ଜଣେ ବ୍ୟକ୍ତି ଏବଂ ଗୋଟିଏ ଗାଡ଼ି ଭାସି ଯାଇଥିବାର ଜଣାପଡ଼ିଛି। ସୂଚନା ପାଇବା ପରେ, ଜିଲ୍ଲା ପ୍ରଶାସନ ସ୍ଥାନୀୟ ପ୍ରଶାସନ ସହିତ SDRF ଏବଂ NDRF ଦଳକୁ ଘଟଣାସ୍ଥଳକୁ ପଠାଇଛି। ସୁରକ୍ଷାଗତ ଦୃଷ୍ଟିକୋଣରୁ, ମାଲାରୀରୁ ଗାଡ଼ି ଚଳାଚଳକୁ ସ୍ଥଗିତ ରଖାଯାଇଛି। ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ମୂଲ୍ୟାଙ୍କନ କରୁଛନ୍ତି। ଏହା ସହିତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତି କରୁଛନ୍ତି।
ତମକ ନାଳରେ ଜଳ ପ୍ରବାହ ବୃଦ୍ଧି ପାଇବା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି, ପ୍ରଶାସନ ତଳିଆ ଅଞ୍ଚଳରେ ନଦୀ କୂଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ପୋଲିସ ପ୍ରଶାସନ ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ଏବଂ ନଦୀ ନାଳ ଠାରୁ ଦୂରେଇ ରହିବା ପାଇଁ କହିଛି। ଖରାପ ପାଗ ସମୟରେ ଅନାବଶ୍ୟକ ଯାତ୍ରା ଏଡାଇବାକୁ ଏବଂ ପ୍ରଶାସନ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ପାଳନ କରିବାକୁ ପ୍ରଶାସନ ଜନସାଧାରଣଙ୍କୁ ନିବେଦନ କରିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Uttarakhand flash floods bridge washed awayChamoli Niti valley bridge collapse videoTamak nala bridge swept away UttarakhandHeavy rain flash flood Uttarakhand viral videoUttarakhand monsoon flood news liveMetal bridge swept away by swollen river ChamoliUttarakhand cloudburst flash flood viral video 'Border Roads Organisation bridge washed away ChamoliNiti valley Malari route traffic disrupted floodHeavy monsoon rain alert in Uttarakhand '