Pan Masala Ban / ଏଣିକି ଆଉ ମିଳିବନି ଗୁଟ୍ଖା ଓ ପାନ ମସଲା, ୧ ବର୍ଷ ପାଇଁ ଲାଗିଲା କଟକଣା
·46 mins ago·1 min read

Key Points
ଉତ୍ତରାଖଣ୍ଡ ସରକାରଙ୍କ ବଡ଼ ନିଷ୍ପତ୍ତି
ଗୁଟ୍ଖା ବିକ୍ରିଠାରୁ ଉତ୍ପାଦନ ଯାଏଁ ବ୍ୟାନ୍
ଜାଣନ୍ତୁ କ’ଣ ରହିଛି ନିଷ୍ପତ୍ତି
ଗୁଟ୍ଖା ବିକ୍ରିଠାରୁ ଉତ୍ପାଦନ ଯାଏଁ ବ୍ୟାନ୍
ଜାଣନ୍ତୁ କ’ଣ ରହିଛି ନିଷ୍ପତ୍ତି
ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାରଙ୍କ ବଡ଼ ନିଷ୍ପତ୍ତି । ତମାଖୁ ଓ ନିକୋଟିନ୍ଯୁକ୍ତ ଗୁଟ୍ଖା, ପାନ ମସଲା ଏବଂ ଏହିଭଳି ଅନ୍ୟ ଉତ୍ପାଦ ଉପରେ ଏକ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯାଇଛି । ଖାଦ୍ୟ ସୁରକ୍ଷା ଓ ଔଷଧ ପ୍ରଶାସନର ଆୟୁକ୍ତ ବିନୟ ଶଙ୍କର ପାଣ୍ଡେୟ ୧୩ ଅକ୍ଟୋବର ୨୦୨୬ରେ ଏନେଇ ଆଦେଶ ଜାରି କରିଛନ୍ତି ।
ଏହି ନିଷ୍ପତ୍ତି ଅନୁଯାୟୀ, ତମାଖୁ ଓ ନିକୋଟିନ୍ଯୁକ୍ତ ଉକ୍ତ ଉତ୍ପାଦଗୁଡ଼ିକର ଉତ୍ପାଦନ, ଗଚ୍ଛିତ ରଖିବା, ବଣ୍ଟନ ଏବଂ ବିକ୍ରି ଉପରେ ରୋକ୍ ଲଗାଯାଇଛି । ଏହି ଆଦେଶ ଉତ୍ତରାଖଣ୍ଡର ସମସ୍ତ ଜିଲ୍ଲାରେ ଲାଗୁ ହେବ ।
ଜନସ୍ୱାସ୍ଥ୍ୟ ପାଇଁ ନିଆଗଲା ପଦକ୍ଷେପ
ସରକାରଙ୍କ ପକ୍ଷରୁ ଜାରି ଆଦେଶ ଅନୁସାରେ, ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬ ଏବଂ ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରୟ ନିଷେଧ ଓ ପ୍ରତିବନ୍ଧକ) ନିୟମାବଳୀ, ୨୦୧୧ର ବ୍ୟବସ୍ଥା ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି । ଆଦେଶ ଜାରି ହେବା ତାରିଖରୁ ଏହି ପ୍ରତିବନ୍ଧକ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ନିୟମ ଉଲ୍ଲଂଘନ ଉପରେ ରୋକ୍
ପ୍ରଶାସନର କହିବା ଅନୁଯାୟୀ, ଖାଦ୍ୟ ଉତ୍ପାଦରେ ତମାଖୁ ଓ ନିକୋଟିନ୍ର ବ୍ୟବହାର ନିଷିଦ୍ଧ ଥିଲେ ମଧ୍ୟ ଗୁଟ୍ଖା ଓ ପାନ ମସଲା ଭଳି ଉତ୍ପାଦରେ ଏହି ପଦାର୍ଥ ବ୍ୟବହାର କରାଯାଉଥିବା ଘଟଣା ସାମ୍ନାକୁ ଆସୁଛି । ଏହାକୁ ରୋକିବା ସହ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କୌଣସି ନାମରେ ବିକ୍ରି ହେଉଥିଲେ ମଧ୍ୟ ତମାଖୁ କିମ୍ବା ନିକୋଟିନ୍ଯୁକ୍ତ ସମ୍ପୃକ୍ତ ଖାଦ୍ୟ ଉତ୍ପାଦ ଉପରେ ଏହି ପ୍ରତିବନ୍ଧକ ଲାଗୁ ହେବ । ଏହା ଦ୍ୱାରା ଉତ୍ତରାଖଣ୍ଡରେ ଏଭଳି ଉତ୍ପାଦର ଉତ୍ପାଦନଠାରୁ ଆରମ୍ଭ କରି ବଜାରରେ ବିକ୍ରି ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ନିଷିଦ୍ଧ ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories