Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସ୍ଥିର ହେଲା ତିଥି, ଏହି ଦିନ ଖୋଲିବ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମର କବାଟ

National

ସ୍ଥିର ହେଲା ତିଥି, ଏହି ଦିନ ଖୋଲିବ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମର କବାଟ

Jitendra Dash
Browse all articles by Jitendra Dash
·1 year ago·1 min read
ସ୍ଥିର ହେଲା ତିଥି, ଏହି ଦିନ ଖୋଲିବ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମର କବାଟ

ଅର୍ଗସ ବ୍ୟୁରୋ : ଚାରି ଧାମ ଯାତ୍ରା ପାଇଁ ଆସିଲା ବଡ଼ ଖବର । ତ୍ତରାଖଣ୍ଡର ଅର୍ଥାତ୍ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମର ଯାତ୍ରାର ଦ୍ୱାର ଖୋଲିବାର ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ୧୦ ତାରିଖରୁ ତୀର୍ଥ ଯାତ୍ରା ଆରମ୍ଭ ହେଉଥିବାବେଳେ ଆଜିଠାରୁ ଶ୍ରଦ୍ଧାଳୁ ଅଫଲାଇନ ଓ ଅନଲାଇନ ପଞ୍ଜିକରଣ କରିପାରିବେ । ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଜମୁନୋତ୍ରୀ ତୀର୍ଥ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁସମସ୍ତ ବ୍ୟବସ୍ଥା କରାଯାଇଛି । 

ଅଧିକ ପଢନ୍ତୁ : ୧୨ରେ ଖୋଲିବ ବଦ୍ରିନାଥ ଧାମ ଦ୍ୱାର

ଶ୍ରଦ୍ଧାଳୁଙ୍କ ସୁରକ୍ଷା ସହ ପାଣିପାଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଯେପରି କୌଣସି ସମସ୍ୟା ନହୁଏ ସେଥିପାଇଁ ଡେରାଡୁନ ଓ ହରିଦ୍ବାରରେ ସିଙ୍ଗଲ ୱିଣ୍ଡୋ ସଲ୍ୟୁସନ୍ସ କେନ୍ଦ୍ର ସ୍ଥାପନ ହୋଇଛି । କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ତରୀ ୧୦ ତାରିଖରୁ ଖୋଲୁଥିବାବେଳେ ଆସନ୍ତା ୧୨ ତାରିଖରେ ଖୋଲିବ ବଦ୍ରିନାଥ କବାଟ ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Uttarakhand Preparations underway in Rudraprayag ahead of opening of Kedarnath Temple | Argus News