Flying Car India / ଏଣିକି ରାସ୍ତା ନୁହେଁ, ଆକାଶରେ ଚାଲିବ କାର୍ ! ଭାଇରାଲ୍ ହେଲା ଫ୍ଲାଇଂ କାର୍ର ଭିଡିଓ
·1 hour ago·2 min read

Key Points
ସିନେମା ନୁହେଁ, ସତରେ ଉଡ଼ିଲା କାର୍
ଅଲ୍ମୋଡ଼ାର ରବି ଟମ୍ଟାଙ୍କ ନୂଆ କାରନାମା
ଡ୍ରୋନ୍ ଟେକ୍ନୋଲୋଜିରେ ତିଆରି ହେଲା ଫ୍ଲାଇଂ କାର୍

ଦିନେ ଆକାଶରେ କାର୍ ଉଡ଼ିବ । ଏକଥା ଶୁଣିଲେ ହୁଏତ ଆପଣ ବି କହିବେ, ଏହା ତ କେବଳ ସିନେମା କିମ୍ବା କାହାଣୀରେ ସମ୍ଭବ । କିନ୍ତୁ ଆଜି ସେହି କଳ୍ପନାକୁ ବାସ୍ତବର ରୂପ ଦେବା ଦିଗରେ ପାଦ ବଢ଼ାଇଛନ୍ତି ଉତ୍ତରାଖଣ୍ଡର ଅଲ୍ମୋଡ଼ାର ଜଣେ ଯୁବକ । ଛୋଟ ସହରରୁ ବଡ଼ ସ୍ୱପ୍ନ ଦେଖିଥିବା ରବି ଟମ୍ଟା ତିଆରି କରିଛନ୍ତି ସିଙ୍ଗଲ୍ ସିଟର୍ ଫ୍ଲାଇଂ କାର୍ର ପ୍ରୋଟୋଟାଇପ୍ । ଆଉ ଯେତେବେଳେ ଏହି ଗାଡ଼ି ମାଟି ଛାଡ଼ି ଆକାଶକୁ ଉଡ଼ିଲା, ସେହି ଦୃଶ୍ୟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ।
ଉତ୍ତରାଖଣ୍ଡର ଅଲ୍ମୋଡ଼ା ଜିଲ୍ଲାର ଜଣେ ଯୁବକ ନିଜର ଅଭିନବ ଆବିଷ୍କାରକୁ ନେଇ ଏବେ ଚର୍ଚ୍ଚାରେ । ଅଲ୍ମୋଡ଼ାର ବାସିନ୍ଦା ରବି ଟମ୍ଟା ସିଙ୍ଗଲ୍ ସିଟର୍ ଫ୍ଲାଇଂ କାର୍ର ଏକ ପ୍ରୋଟୋଟାଇପ୍ ବିକଶିତ କରିଥିବା ଦାବି କରିଛନ୍ତି । ନିଜ ଷ୍ଟାର୍ଟଅପ୍ HAPIDA SKY Private Limited ଅଧୀନରେ ସେ ଏହି ପ୍ରୋଟୋଟାଇପ୍ ପ୍ରସ୍ତୁତ କରିଛନ୍ତି । ଯାହାର ନାଁ ରଖାଯାଇଛି HAPIDA SKYNEX Prototype । ଏହି ଫ୍ଲାଇଂ ଭେହିକଲ୍ର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି ।
ରବିଙ୍କ କହିବା ଅନୁସାରେ, ଏହି ଫ୍ଲାଇଂ କାର୍ ପ୍ରସ୍ତୁତ କରିବାକୁ ତାଙ୍କୁ ପ୍ରାୟ ଏକ ବର୍ଷ ସମୟ ଲାଗିଛି । ଡ୍ରୋନ୍ ଟେକ୍ନୋଲୋଜିରେ ଆହୁରି ସୁଧାର ଆଣି ସେ ସିଙ୍ଗଲ୍ ସିଟର୍ ଫ୍ଲାଇଂ ଭେହିକଲ୍ ବିକଶିତ କରିଥିବା କହିଛନ୍ତି । ପରେ ଅଲ୍ମୋଡ଼ାର ଏକ ପଡ଼ିଆରେ ଏହାର ପରୀକ୍ଷଣ କରାଯାଇଥିଲା। ବିଶେଷ କଥା ହେଉଛି, ରବି ନିଜେ ଏହି ଫ୍ଲାଇଂ ଭେହିକଲ୍କୁ ଉଡ଼ାଇଛନ୍ତି ।
ନିଜର ଏହି ସଫଳତାକୁ ରବି ସୋସିଆଲ୍ ମିଡିଆ ଜରିଆରେ ମଧ୍ୟ ସେୟାର କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଜୀବନର ଏହା ହେଉଛି ସବୁଠାରୁ ବଡ଼ ଦିନ । HAPIDA SKYNEXର ପ୍ରଥମ ସଫଳ ଉଡ଼ାଣ ବର୍ଷ ବର୍ଷର ଗବେଷଣା, ସଂଘର୍ଷ, ପରୀକ୍ଷଣ ଓ ନିରନ୍ତର ପ୍ରୟାସର ଫଳ ବୋଲି ସେ କହିଛନ୍ତି । ଅଲ୍ମୋଡ଼ା ଭଳି ଏକ ଛୋଟ ସହରରୁ ଆସିଥିବା ରବିଙ୍କ ଏହି ଉପଲବ୍ଧି ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ରବିଙ୍କ ଏହି ଉପଲବ୍ଧିକୁ ନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। HAPIDA SKYNEX ପ୍ରୋଟୋଟାଇପ୍ର ସଫଳ ଉଡ଼ାଣ ପରୀକ୍ଷଣ ପାଇଁ ରବିଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସଫଳତା ପ୍ରମାଣ କରୁଛି ଯେ ଦେଶର ଯୁବପିଢ଼ିଙ୍କ ମଧ୍ୟରେ ପ୍ରତିଭା, ନବସୃଜନ ଓ ବୈଜ୍ଞାନିକ ଚିନ୍ତାଧାରାର କୌଣସି ଅଭାବ ନାହିଁ ।
ତେବେ ରବି ଟମ୍ଟାଙ୍କ ପାଇଁ ଏହା ପ୍ରଥମ ଆବିଷ୍କାର ନୁହେଁ । ୨୦୧୯ ମସିହାରେ ସେ ଏକ ଇଲେକ୍ଟ୍ରୋଲାଇଟ୍ ପମ୍ପ ମେସିନ୍ ବିକଶିତ କରିଥିବା ଦାବି କରିଥିଲେ । ଏହି ଟେକ୍ନୋଲୋଜି ଜରିଆରେ ଇଲେକ୍ଟ୍ରିକ୍ ଗାଡ଼ିକୁ ଖୁବ୍ କମ୍ ସମୟ ମଧ୍ୟରେ ଚାର୍ଜ କରାଯାଇପାରିବ ବୋଲି ସେ କହିଥିଲେ ।

उत्तराखंड के अल्मोड़ा के युवा इनोवेटर रवि टम्टा जी को ड्रोन तकनीक में नवाचार करते हुए HAPIDA SKYNEX प्रोटोटाइप के सफल उड़ान परीक्षण पर हार्दिक बधाई।
— Pushkar Singh Dhami (@pushkardhami) August 7, 2026
आपकी यह उपलब्धि सिद्ध करती है कि हमारे युवाओं में प्रतिभा, नवाचार और वैज्ञानिक सोच की कोई कमी नहीं है। आपका यह अभिनव प्रयास… pic.twitter.com/sR7KZ8AWoO
ତେବେ ରବି ଟମ୍ଟାଙ୍କ ପାଇଁ ଏହା ପ୍ରଥମ ଆବିଷ୍କାର ନୁହେଁ । ୨୦୧୯ ମସିହାରେ ସେ ଏକ ଇଲେକ୍ଟ୍ରୋଲାଇଟ୍ ପମ୍ପ ମେସିନ୍ ବିକଶିତ କରିଥିବା ଦାବି କରିଥିଲେ । ଏହି ଟେକ୍ନୋଲୋଜି ଜରିଆରେ ଇଲେକ୍ଟ୍ରିକ୍ ଗାଡ଼ିକୁ ଖୁବ୍ କମ୍ ସମୟ ମଧ୍ୟରେ ଚାର୍ଜ କରାଯାଇପାରିବ ବୋଲି ସେ କହିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories