Argus News - Home page: Odisha Latest News, Breaking News, Trending News, Live TV and more

English | ଓଡ଼ିଆ
Loading...
logoLive
Loading...

Argus News - ଭିଭିଏସ୍ ଲକ୍ଷ୍ମଣ ହେବେ ଭାରତୀୟ କ୍ରିକେଟର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ

ଭିଭିଏସ୍ ଲକ୍ଷ୍ମଣ ହେବେ ଭାରତୀୟ କ୍ରିକେଟର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ

By: Jitendra Dash

National, Sports| Fri, Nov 24 | 4:44 am

ଭିଭିଏସ୍ ଲକ୍ଷ୍ମଣ ହେବେ ଭାରତୀୟ କ୍ରିକେଟର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ

ଅର୍ଗସ ବ୍ୟୁରୋ : ଅଷ୍ଟ୍ରେଲିଆଠାରୁ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ ଭାରତର ପରାଜୟ ପରେ ହୋଇଛି । ପରାଜୟ ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି । ଦ୍ରାବିଡ ତାଙ୍କ ଚୁକ୍ତିର ନବୀକରଣ ପାଇଁ ମଧ୍ୟ ଆଗ୍ରହ ଦେଖାଉନାହାନ୍ତି । 

ଅଧିକ ପଢନ୍ତୁ : ଭାରତ-ଅଷ୍ଟ୍ରେଲିଆ ଟି-୨୦ ମୁକାବିଲା, ଜିତିଲା ଭାରତ

ଦ୍ବିତୀୟ ଶ୍ରେଣୀୟ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବରେ ଥିବା ଭିଭିଏସ୍ ଲକ୍ଷ୍ମଣ ଏବେ ଭାରତୀୟ ଦଳର ପୂର୍ଣ୍ଣକାଳୀନ ପ୍ରଶିକ୍ଷକ ହୋଇପାରନ୍ତି ହେବା ପଥ ମଧ୍ୟ ପରିସ୍କାର ହୋଇଛି । ଲକ୍ଷ୍ମଣ ମଧ୍ୟ ଏହି ପଦ ନେବାକୁ ଆଗ୍ରହ ପ୍ରକାଶ କରିସାରିଛନ୍ତି ଏବଂ ଏ ସମ୍ପର୍କରେ ବିସିସିଆଇ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଗୁରୁବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ମଧ୍ୟ ଲକ୍ଷ୍ମଣ ରହିଛନ୍ତି ।  

୨୦୨୧ରେ ରାହୁଲ ଦ୍ରାବିଡ଼ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିବା ବେଳେ ଲକ୍ଷ୍ମଣଙ୍କୁ ଏନ୍‌ସିଏର ମୁଖ୍ୟ ନିଯୁକ୍ତ କରାଯାଇଥିଲା । ପ୍ରାୟ ଦୁଇ ଦଶନ୍ଧି ଧରି ଭାରତୀୟ ଦଳର ଗସ୍ତ କରିଥିବା ଦ୍ରାବିଡ଼ଙ୍କ ପ୍ରଶିକ୍ଷଣ କାର୍ଯ୍ୟକାଳ ମଧ୍ୟରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ରୁ ବିଦାୟ, ଏସିଆ କପ୍‌ ବିଜୟ, ଦିନିକିଆ ବିଶ୍ବକପ୍‌ ଉପବିଜେତା ଏବଂ ବିଶ୍ବ ଟେଷ୍ଟ୍‌ ଚାମ୍ପିୟନସିପ୍‌ ଉପବିଜେତା ହୋଇଛନ୍ତି । 

Sponsored By!

Related Articles :