Videos
|
National

Crocodile Bridge Gujarat / ଚିଡ଼ିଆଖାନା ନୁହେଁ, ନଦୀ ଭିତରେ କୁମ୍ଭୀର ଦେଖିବେ ଲୋକେ! ଭଦୋଦରାରେ ନୂଆ ପ୍ରକଳ୍ପ

Subhramjit Ray
Browse all articles by Subhramjit Ray
·14 mins ago·2 min read
ଚିଡ଼ିଆଖାନା ନୁହେଁ, ନଦୀ ଭିତରେ କୁମ୍ଭୀର ଦେଖିବେ ଲୋକେ! ଭଦୋଦରାରେ ନୂଆ ପ୍ରକଳ୍ପ
Photo Source: Social Media/AI

Key Points

ଗୁଜରାଟର ଭଦୋଦରା ସହରରେ ବିଶ୍ୱାମିତ୍ରୀ ନଦୀ ଉପରେ ନିର୍ମାଣ ହେବାକୁ ଯାଉଛି ଅନନ୍ୟ ମଗର ସେତୁ। ୧୨.୭୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ଏହି ପ୍ରକଳ୍ପ ଜରିଆରେ ପର୍ଯ୍ୟଟକମାନେ କୁମ୍ଭୀରଙ୍କୁ ସେମାନଙ୍କ ପ୍ରାକୃତିକ ବାସସ୍ଥାନରେ ସୁରକ୍ଷିତ ଭାବେ ଦେଖିପାରିବେ। ଏହା ସହରର ଇକୋ-ଟୁରିଜିମ୍‌କୁ ନୂଆ ପରିଚୟ ଦେବାର ଆଶା ରହିଛି।

ଭଦୋଦରା, ଗୁଜୁରାତ: ଗୁଜୁରାଟର ଭଦୋଦରା ସହରରେ ନିର୍ମିତ ହେବାକୁ ଯାଉଛି ଏକ ଅଭିନବ ପ୍ରକଳ୍ପ। ଯାହା ପର୍ଯ୍ୟଟନ, ପ୍ରକୃତି ଏବଂ ସହର ବିକାଶର ଏକ ଅନନ୍ୟ ମିଶ୍ରଣ ହେବ। ଭଦୋଦରା ସହରର ଐତିହାସିକ ସ୍ଥାନ ବିଶ୍ୱାମିତ୍ରୀ ନଦୀ ଉପରେ ଏକ ସ୍ୱତନ୍ତ୍ର "ମଗର ସେତୁ" (Crocodile Bridge) ନିର୍ମାଣ କରାଯିବାର ଯୋଜନା କରାଯାଇଛି। ଏହି ସେତୁରୁ ଲୋକେ, ନଦୀ ଭଳି ପ୍ରାକୃତିକ ବାସସ୍ଥାନରେ କୁମ୍ଭୀରଙ୍କୁ ସୁରକ୍ଷିତ ଭାବରେ ଦେଖିବାର ସୁଯୋଗ ପାଇବେ। ଭଦୋଦରା ନଗର ନିଗମ ଏହି ପ୍ରକଳ୍ପ ପାଇଁ ପ୍ରାରମ୍ଭିକ ଡିଜାଇନ୍ ପ୍ରସ୍ତୁତ କରିଛି। ପ୍ରାୟ ୧୨.୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁକୁ ସହରର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଅନ୍ୟତମ ଭାବରେ ବିବେଚନା କରାଯାଉଛି।

ବିଶ୍ୱାମିତ୍ରୀ ନଦୀର ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି କୁମ୍ଭୀର
ବିଶ୍ୱାମିତ୍ରୀ ନଦୀ ବହୁ ଦିନ ଧରି ଏହାର ବିଶାଳ କୁମ୍ଭୀର ସଂଖ୍ୟା ପାଇଁ ଜଣାଶୁଣା। ନଦୀର ଅନେକ ସ୍ଥାନରେ କୁମ୍ଭୀର ବାରମ୍ବାର ନଜର ଆସିଥାନ୍ତି। ଯାହା ଭଦୋଦରା ସହରର ଏକ ସ୍ୱତନ୍ତ୍ର ପ୍ରତୀକ ପାଲଟିଛି। ବର୍ତ୍ତମାନ ଭଦୋଦରା ନଗର ନିଗମ, ସହରର ଏହି ପ୍ରାକୃତିକ ବୈଶିଷ୍ଟ୍ୟକୁ ପର୍ଯ୍ୟଟନ ଏବଂ ଜନ ସଚେତନତା ସହିତ ସଂଯୋଗ କରିବାକୁ ଚାହୁଁଛି। ଏନେଇ ପ୍ରସ୍ତୁତ ହୋଇଥିବା ଯୋଜନା ଅନୁଯାୟୀ, ଏକ ପ୍ଲାଟଫର୍ମ ଏବଂ ପଦଯାତ୍ରା ରାସ୍ତା ନିର୍ମାଣ କରାଯିବ ଯେଉଁଠାରୁ ଲୋକମାନେ କୌଣସି ବିପଦ ବିନା କୁମ୍ଭୀର ଦେଖିପାରିବେ। ଏହା ବନ୍ୟପ୍ରାଣୀଙ୍କୁ କ୍ଷତି ପହଞ୍ଚାଇବ ନାହିଁ ଏବଂ ଜନସାଧାରଣଙ୍କ ପାଇଁ ଏକ ରୋମାଞ୍ଚକର ଅନୁଭୂତି ପ୍ରଦାନ କରିବ।

ଚିଡ଼ିଆଖାନା ନୁହେଁ ପ୍ରାକୃତିକ ପରିବେଶରେ କୁମ୍ଭୀର ଦେଖିବାର ମିଳିବ ସୁଯୋଗ
ଲୋକ ସାଧାରଣତଃ ଚିଡ଼ିଆଖାନା କିମ୍ବା ସଫାରୀ ପାର୍କ ଠାରେ କୁମ୍ଭୀର ଦେଖିବାର ସୁଯୋଗ ପାଇଥାନ୍ତି। ହେଲେ ଭଦୋଦରା ସହରରେ ନିର୍ମିତ ହେଉଥିବା ମଗର ସେତୁ ପ୍ରକଳ୍ପ ଭିନ୍ନ ହେବ। ଏଠାରେ କୁମ୍ଭୀର ଘେରାରେ ନୁହେଁ ବରଂ ନଦୀ ଭଳି ସେମାନଙ୍କ ପ୍ରାକୃତିକ ବାସସ୍ଥାନରେ ନଜର ଆସିବେ। ଏହି କାରଣରୁ ଏହି ସେତୁକୁ କେବଳ ଏକ ପର୍ଯ୍ୟଟନ ପ୍ରକଳ୍ପ ନୁହେଁ ବରଂ ସହରାଞ୍ଚଳ ଜୈବ ବିବିଧତାକୁ ନିକଟରୁ ବୁଝିବାର ସୁଯୋଗ ଭାବରେ ବିବେଚନା କରାଯାଉଛି। ଭଦୋଦର ନଗର ନିଗମ ଅନୁସାରେ ଏହି ପ୍ରକଳ୍ପ ଛାତ୍ରଛାତ୍ରୀ ଏବଂ ପ୍ରକୃତି ପ୍ରେମୀଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ବିଷୟରେ ଆବଶ୍ୟକୀୟ ସୂଚନା ପ୍ରଦାନ କରିବ।

ସୟାଜୀବାଗ ଅଞ୍ଚଳର ବଢିବ ଲୋକପ୍ରିୟତା
ପ୍ରସ୍ତାବିତ ମକର ସେତୁ ସହରର ପ୍ରସିଦ୍ଧ ସୟାଜୀବାଗ ଅଞ୍ଚଳରେ ନିର୍ମାଣ କରାଯିବ। ଏହି ଅଞ୍ଚଳ ପୂର୍ବରୁ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟ ରହିଛି। ଏହି ନୂତନ ଆକର୍ଷଣ ଯୋଡି ହେବା ଦ୍ୱାରା ପରିଦର୍ଶକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶା କରାଯାଉଛି। ନଗର ନିଗମ ଅନୁମାନ କରୁଛି ଯେ ଏହି ପ୍ରକଳ୍ପ ଭଦୋଦରା ସହରକୁ ଏହାର ଇକୋ-ଟୁରିଜିମ୍ ମଡେଲ (Eco Tourism Model) ରେ ଏକ ନୂତନ ପରିଚୟ ପ୍ରଦାନ କରିବ। ସହରକୁ ଦେଶର ସବୁଠାରୁ ଅନନ୍ୟ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ସ୍ଥାନିତ କରିବ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆସନ୍ତା ବର୍ଷ ଆରମ୍ଭ ହୋଇପାରେ ନିର୍ମାଣ କାର୍ଯ୍ୟ
ଅଧିକାରୀଙ୍କ କହିବା ଅନୁଯାୟୀ ଏହି ପ୍ରକଳ୍ରପ ଡିଜାଇନ୍ ଚୂଡ଼ାନ୍ତ ହୋଇସାରିଛି। ପ୍ରଶାସନିକ ପ୍ରକ୍ରିୟା ସମାପ୍ତ କରାଯିବା ପରେ ଯାଇ ଆସନ୍ତା ବର୍ଷ ପ୍ରାରମ୍ଭରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ବର୍ତ୍ତମାନ ଟେଣ୍ଡର ପ୍ରକ୍ରିୟା, ସୁରକ୍ଷା ବ୍ୟବସ୍ଥା, ପର୍ଯ୍ୟଟକଙ୍କ ସୁବିଧା ଏବଂ ପରିଚାଳନାର ଚୂଡ଼ାନ୍ତ ରୂପରେଖା ଉପରେ କାର୍ଯ୍ୟ ଚାଲିଛି। ଯଦି ସବୁକିଛି ଯୋଜନା ଅନୁଯାୟୀ ହୁଏ, ତାହେଲେ ଭବିଷ୍ୟତରେ ଭଦୋଦରା ବାସିନ୍ଦା ଏବଂ ପର୍ଯ୍ୟଟକ ନଦୀ ଉପରେ ଥିବା ଏହି ଅନନ୍ୟ ସେତୁରୁ କୁମ୍ଭୀରଙ୍କୁ ନିକଟରୁ ଦେଖିବାର ଏକ ରୋମାଞ୍ଚକର ଅଭିଜ୍ଞତା ହାସଲ କରିବେ।