Missing girl mystery / ସାପ ପାଲଟିଗଲା ଝିଅ! ଭାଲେଣ୍ଟାଇନ ଡେ'ରେ ଗାୟବ ରୀନାଙ୍କର ହେଲା ପର୍ଦ୍ଦାଫାସ
·5 months ago·2 min read

Key Points
ଆଜି ହେଉଛି ଭାଲେଣ୍ଟାଇନ ଡେ'। ନିକ ପ୍ରେମକୁ ପାଇବାକୁ ଜଣେ ଝିଅ ସାପ ପାଲଟିଯାଇଛି। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚିତ।
ଆଜି ହେଉଛି ଭାଲେଣ୍ଟାଇନ ଡେ'। ନିକ ପ୍ରେମକୁ ପାଇବାକୁ ଜଣେ ଝିଅ ସାପ ପାଲଟିଯାଇଛି। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚିତ। ତେବେ ଏହାମଧ୍ୟରେ ରହସ୍ୟ କଣ ଚାଲନ୍ତୁ ଜାଣିବା। ରବିବାର ପାହାନ୍ତାରେ ଗାଁରେ ଚହଳ ପଡ଼ିଗଲା । ସମସ୍ତେ ଦୌଡ଼ାଦୈଡି ହୋଇ ଧାଉଁଥାନ୍ତି ଗାଁର ରାକେଶ ଘର ଆଡକୁ । ସେ ଶୋଇଥିବା ଘରର ଖଟକୁ ଦେଖି କିଛି ଲୋକ ଅଚେତା ହୋଇଯାଇନ୍ତି । କିଛି ଲୋକ ଭୟରେ ଥରୁଥାନ୍ତି । କାରଣ ଖଟିଆ ଉପରେ ଶୋଇଥିବା ରାନୀ, ସକାଳକୁ ନାଗସାପ ପାଲଟିଯାଇଥିଲା । ଆଉ ଖଟ ଉପରେ ପଡିରହିଥିଲା କାତି...
ସତ ସକାଳର ଅଦ୍ଭୁତ ଦୃଶ୍ୟ ସମସ୍ତଙ୍କୁ ହତବାକ୍ କରିଥିଲା । ଘର ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ ଯେ, ରାତିରେ ଘୋଡି ଘାଡି ହୋଇ ଶୋଇଥିବା ରୀନା କେମିତି ସାପ ପାଲଟିଗଲା ? ଯଦି ବି ସାପ ପାଲଟିଲା କୁଆଡେ ଗଲା ସେ ? ଉତ୍ତରପ୍ରଦେଶର ଔରିୟା ଜିଲ୍ଲାର ସିଂହନପୁର ଗାଁରେ ଘଟଣା । ଗାଁର ରାକେଶ ବାଲ୍ମିକୀ ନାମକ ବ୍ୟକ୍ତିଙ୍କ ବଢ଼ିଲା ଝିଅ ରୀନା ରାତିରେ ଶୋଇଥିଲେ। ସକାଳୁ ଦେଖିଲା ବେଳକୁ ସେ ସାପ ପାଲଟି ଯାଇଛନ୍ତି। ରୀନା ତାଙ୍କ ବିଛଣାରେ ନଥିଲେ। ବିଛଣାରେ କେବଳ ପଡ଼ିରହିଥିଲା ଏକ ବଡ଼ ସାପର କେତୋଟି କାତି...। ଗାଁ ଲୋକେ ପାଖାପାଖି ଖୋଜାଖୋଜି କଲେ। କିନ୍ତୁ ନା ଝିଅକୁ ପାଇଲେ ନା ସାପକୁ ପାଇଲେ। କିଏ କିଏ ଏହା ଅନ୍ଧ ବିଶ୍ୱାସ କହି ଏଡ଼େଇ ଗଲେ। ଅଧିକାଂଶ ଲୋକ କିନ୍ତୁ ପୂଜାର୍ଚ୍ଚନା ପାଇଁ ଯୋଜନା କଲେ। ସକାଳୁ ସକାଳୁ ରୀନାଙ୍କ ବିଛଣାରୁ ମିଳିଥିବା ସାପ କାତିର ଲମ୍ବ ପ୍ରାୟ ୫ ଫୁଟ୍। ଝିଅର ଗହଣା ଓ ଡ୍ରେସ୍ ବିଛଣାରେ ପଡ଼ିଥିଲା। ଏହା ଦେଖି ଗାଁ ଲୋକମାନଙ୍କ ଧାରଣା ସ୍ପଷ୍ଟ ହୋଇଗଲା ଯେ, ଝିଅଟି ରାତାରାତି ସାପ ପାଲଟି ଯାଇଛି...
ଖବର ପ୍ରସାରିତ ହୋଇଯିବା ପରେ ପାଖାପାଖି ଅଞ୍ଚଳରୁ ଲୋକେ ଘଟଣାସ୍ଥଳରେ ଭିଡ଼ ଜମାଇଲେ। କିଛି ଲୋକ ପୁରା ଘଟଣା ଶୁଣି ଭୟ କଲେ, କିଏ କିଏ ଏହାକୁ ଅଲୌକିକ ପରିବର୍ତ୍ତନ ବୋଲି ଦାବି କଲେ। ଝିଅକୁ ନପାଇ ପରିବାର ଲୋକ ପୋଲିସକୁ ଖବର ଦେଲେ। ଗାଁରେ ପୋଲିସ ପହଞ୍ଚିଲା। ପରିବାର ଲୋକଙ୍କୁ ଭେଟି ଦୀର୍ଘ ସମୟ ଆଲୋଚନା କଲା ପୋଲିସ। ଶେଷରେ ନିଷ୍କର୍ଷରେ ପହଞ୍ଚିଲା ଓ ଅସଲ କାହାଣୀ ପଦାକୁ ଆସିଲା...
ଆଉ ତାପରେ ଏତେବଡ଼ ସିନେମା ଭଳି କାହାଣୀର ପର୍ଦ୍ଦାଫାସ ହୋଇଥିଲା । ପୋଲିସ ପଚରାଉଚରା ପରେ,ଏହା କୌଣସି ଅଲୌକିକ ଘଟଣା ନୁହେଁ ବୋଲି ପ୍ରଥମେ ସ୍ପଷ୍ଟ କଲା। ତା’ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ମିଳିଥିବା ସୂଚନା ଅନୁଯାୟୀ ରୀନାଙ୍କର ଜଣେ ସ୍ଥାନୀୟ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସେ ସେହି ଯୁବକଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ପରିବାର ଲୋକ ଏଥିରେ ରାଜି ନଥିଲେ। ରୀନାଙ୍କୁ ପରିବାର ଲୋକ ଅନ୍ୟଜାଗାରେ ବିବାହ ଦେବାକୁ ଠିକ୍ କରିଥିଲେ। ବାହାଘର ଚାପରୁ ମୁକୁଳିବା ପାଇଁ ରୀନା ଏକ ନୂଆ ଉପାୟ ପାଞ୍ଚିଥିଲେ। ଦିନରୁ କିଛି ସାପକାତି ଆଣି ଲୁଚାଇ ରଖିଥିଲେ। ରାତିରେ ତାକୁ ନିଜ ଗହଣା ଓ ଡ୍ରେସ୍ ସହିତ ବିଛଣାରେ ଏମିତି ପକାଇ ପ୍ରେମିକ ସହ ଛୁ ମାରିଥିଲେ, ଯାହା ଥିଲା ପୂରା ନାଟକୀୟ ଦୃଶ୍ୟ।
ଗାଁରେ ସାପ ପାଲଟିଯାଇଥିବା ରୀନାର ମୋବାଇଲକୁ ଟ୍ରାକ୍ ପରେ ଠିକଣାରେ ପହଞ୍ଚିଥିଲା ପୋଲିସ । ଆଉ ଜଣା ପଡିଥିଲା କେମିତି ପ୍ରେମ ପାଇଁ ସାପ ପାଲଟିଗଲା ଝିଅ।
ପଢନ୍ତୁ ଏହି ଖବର: ସ୍ତ୍ରୀ କହିଲା-‘ଦେଢ କୋଟି ଦରକାର...’, ପ୍ରେମିକା କହିଲା ଟଙ୍କା ନିଅ ସ୍ୱାମୀ ଦିଅ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories