Videos
|
National

Shocking Marriage Twist / ସ୍ତ୍ରୀ କହିଲା-‘ଦେଢ କୋଟି ଦରକାର...’, ପ୍ରେମିକା କହିଲା ଟଙ୍କା ନିଅ ସ୍ୱାମୀ ଦିଅ

Ritu Das
Browse all articles by Ritu Das
·7 months ago·2 min read
ସ୍ତ୍ରୀ କହିଲା-‘ଦେଢ କୋଟି ଦରକାର...’, ପ୍ରେମିକା କହିଲା ଟଙ୍କା ନିଅ ସ୍ୱାମୀ ଦିଅ
India

Key Points

"ମୋ ସ୍ବାମୀକୁ କିଏ ନିଅ ଆଉ ମୋତେ ଟଙ୍କା ଦିଅ" ମୋତେ ଟଙ୍କା ଦରକାର
ଜୁଦାଇ ଷ୍ଟାଇଲରେ ହେଲା ସ୍ବାମୀ ବିକ୍ରି

"ମୋ ସ୍ବାମୀକୁ କିଏ ନିଅ ଆଉ ମୋତେ ଟଙ୍କା ଦିଅ" ମୋତେ ଟଙ୍କା ଦରକାର। ଏତେ ଧନୀ ହେବି ଯେମିତି ଶୋଇଲେ ବସିଲେ କେବଳ ଟଙ୍କା ମୋ ଚାରିଆଡେ ଥିବ। କାରଣ ତୁମେ ମୋ ସହ ରହିବାକୁ ଚାହୁଁନ ତେବେ ଠିକ ଅଛି। ମୋତେ ଛାଡ଼ିବାକୁ ହେଲେ ମୋର ସର୍ତ ତୁମକୁ ମାନିବାକୁ ପଡ଼ିବ। ଏମିତି କିଛି ଥିଳଶ ଜଣେ ସ୍ତ୍ରୀଙ୍କ ଇଚ୍ଛା। ଆଉ ଶେଷରେ ପୂରଣ ବି ହେଲା। ଦେଢ କୋଟି ଟଙ୍କା ଦେଇ ପ୍ରେମିକା ଜଣେ ସ୍ତ୍ରୀର ସ୍ବାମୀକୁ କିଣି ନେଇଗଲା। କଥାଟା ଚାରିଆଡ଼େ ଏବେ ଚହଳ ପକାଇଛି। ପ୍ରେମିକା ଆଉ ସ୍ତ୍ରୀ ଝଗଡ଼ାରେ ପ୍ରେମିକା ଜିତିଯାଇଛି। ଆଉ ଏଭଳି ଘଟଣା ମଧ୍ୟପ୍ରଦେଶର ଭୋପାଳର ଫ୍ୟାମିଲି କୋର୍ଟରେ।

ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା କରାଯାଉଛି । । ଏଠାରେ ଜଣେ ପ୍ରେମିକା ତାଙ୍କ ବିବାହିତ ପ୍ରେମିକଙ୍କୁ ପାଇବା ପାଇଁ ୧.୫ କୋଟି ଟଙ୍କା ଦେବାକୁ ରାଜି ହୋଇଛନ୍ତି । ଏହି ପୂରା ଘଟଣାଟି ୯୦ ଦଶକର ଲୋକପ୍ରିୟ ଚଳଚ୍ଚିତ୍ର "ଜୁଦାଇ"ର କାହାଣୀକୁ ରିପିଟ୍ କରୁଛି, କିନ୍ତୁ ଏହା ପରଦାର ନୁହେଁ ବରଂ ବାସ୍ତବ।

ଏହାସହ ପଢ଼ନ୍ତୁ: ୪ଟି ଅଲଗା ଅଲଗା କାର୍‌ରେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ଭିଡିଓ ଭାଇରାଲ

ଭୋପାଳର ଜଣେ ୪୨ ବର୍ଷୀୟ ସରକାରୀ କର୍ମଚାରୀ ତାଙ୍କ ନିଜ ବିଭାଗର ଜଣେ ମହିଳା ଅଧିକାରୀଙ୍କ ପ୍ରେମରେ ପଡ଼ିଥିଲେ । ମହିଳା ଜଣକ ପ୍ରେମିକଠାରୁ ୧୦ ବର୍ଷ ସାନ । ସମୟ ସହିତ ଦୁହେଁ ନିକଟତର ହେଲେ ଏବଂ ସେମାନଙ୍କ ଘରେ ଦୂରତା ମଧ୍ୟ ବଢ଼ିଥିଲା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହେଲା । ଦୁହିଁଙ୍କ ୧୬ ଏବଂ ୧୨ ବର୍ଷର ଦୁଇ ଝିଅ ମଧ୍ୟ ଅଛନ୍ତି । ପରିସ୍ଥିତି ଏତେ ଜଟିଳ ହୋଇଗଲା ଯେ ବଡ଼ ଝିଅ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହେଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୋର୍ଟରେ କାଉନସିଲିଂ ଆରମ୍ଭ ହେଲା । କୋର୍ଟରେ ସ୍ୱାମୀ ସ୍ପଷ୍ଟ ଭାବରେ କହିଥିଲେ ଯେ ସେ ତାଙ୍କ ପ୍ରେମିକା ସହିତ ରହିବାକୁ ଚାହାନ୍ତି ଏବଂ ଛାଡପତ୍ର ପାଇଁ ପ୍ରସ୍ତୁତ ଅଛନ୍ତି । ସେ ଏହା ମଧ୍ୟ ସ୍ୱୀକାର କରିଥିଲେ ଯେ ଘରୋଇ ଚାପରେ ସେ ଅସହ୍ୟ ହୋଇଯାଇଥିଲେ । ପ୍ରାୟ ପାଞ୍ଚ ବର୍ଷ ଧରି ଚାଲିଥିବା ଏହି ବିବାଦ ଶେଷରେ ଏକ ଆପୋଷ ସମାଧାନରେ ପହଞ୍ଚିଲା ।

ନିଜର ଏବଂ ତାଙ୍କ ଝିଅମାନଙ୍କର ଆର୍ଥିକ ସୁରକ୍ଷାକୁ ପ୍ରାଥମିକତା ଦେଇ ପତ୍ନୀ ଏକ ସ୍ପଷ୍ଟ ସର୍ତ୍ତ ରଖିଥିଲେ । ସେ ଏକ ଡୁପ୍ଲେକ୍ସ ଘର ଏବଂ ନଗଦ ୨୭ ଲକ୍ଷ ଟଙ୍କା ଦାବି କରିଥିଲେ । ଆଶ୍ଚର୍ଯ୍ୟଜନକ ଭାବରେ, ସ୍ୱାମୀଙ୍କ ପ୍ରେମିକା ତୁରନ୍ତ ପ୍ରସ୍ତାବକୁ ଗ୍ରହଣ କରିଥିଲେ । ସେ ଘର ଏବଂ ନଗଦ ସମେତ ୧.୫ କୋଟି ଟଙ୍କା ଦେବାକୁ ରାଜି ହୋଇଥିଲେ । ସେ କହିଥିଲେ ଯେ ସେ ତାଙ୍କ ପ୍ରେମିକଙ୍କ ପରିବାର ଅସୁରକ୍ଷିତ ହେଉ ବୋଲି ଚାହାନ୍ତି ନାହିଁ । ଏହା ହୁଏତ ଏକ ପ୍ରଥମ ଏବଂ ବରିଳ ଘଟଣା ଯେଉଁଠାରେ ଜଣେ ପ୍ରେମିକା ତାଙ୍କ ପ୍ରେମିକଙ୍କୁ ଜିତିବା ପାଇଁ ଏତେ ବଡ଼ ପରିମାଣର ଟଙ୍କା ଦେଇଛନ୍ତି। 
ପଢନ୍ତୁ ଏହି ଖବର: ତ୍ରିକୋଣୀୟ ପ୍ରେମର କରୁଣ ପରିଣତି; ପ୍ରେମିକର ପ୍ରେମିକାକୁ ହତ୍ୟା