Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ମୋଦୀ ଆଣିଦେଲେ ଖୁସିଖବର

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ମୋଦୀ ଆଣିଦେଲେ ଖୁସିଖବର

ଅର୍ଗସ ବ୍ୟୁରୋ : ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ମୋଦୀ ଆଣିଦେଲେ ଖୁସିଖବର । ଏବେ ଆର୍ଥିକ ଦୃଷ୍ଟିରୁ ସେମାନେ ବି ହୋଇପାରିବେ ସଶକ୍ତ । ୨୦୧୪ ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିଲେ । ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବା ପରେ କେମିତି ଦେଶର ବିକାଶ ହୋଇପାରିବ ସେନେଇ ଆରମ୍ଭ କରିଥିଲେ ମାଷ୍ଟର ପ୍ଲାନ । ଖାସ୍‌ କରି ଆଦିବାସୀ ସମ୍ପ୍ରଦାୟ ପାଇଁ ଅନେକ ଯୋଜନା କରିଛନ୍ତି । ସେଥିମଧ୍ୟରୁ ମୁଖ୍ୟ ଯୋଜନା ହେଉଛି ବନ୍ ଧନ୍ ଯୋଜନା । ଯାହାର ଲକ୍ଷ ହେଉଛି ଆଦିବାସୀ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ।

ଆଦିବାସୀ ସମ୍ପ୍ରଦାୟ କିପରି କୌଣସି ମୌଳିକ ସୁବିଧାରୁ ବଞ୍ଚିତ ନହେବେ ଏବଂ ସେମାନଙ୍କ ଜୀବିକା ନିର୍ବାହ  ସୁବିଧା ଓ ସହଜ ହେବ ସେନେଇ ଆରମ୍ଭ ହୋଇଥିଲା ଏହି ଯୋଜନା। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ଆରମ୍ଭ ହୋଇଥିଲା ଏହି ଯୋଜନା । ଯୋଜନାର ମୁଖ୍ୟ ଲକ୍ଷ ଥିଲା ଜଙ୍ଗଲ ଭିତ୍ତିକ ସାମଗ୍ରୀ ଗୁଡ଼ିକର ମୂଲ୍ୟ ବୃଦ୍ଧି କରିବା , ଆଦିବାସୀଙ୍କୁ ତାଲିମ ଦେଇ ସେମାନଙ୍କର ଦକ୍ଷତା ବିକାଶ କରି କିପରି ଆୟ ବୃଦ୍ଧି କରିହେବ ସେନେଇ ଚିନ୍ତା କରିଥିଲେ ମୋଦି ସରକାର ।

ଖାଲି ଏତିକି ନୁହେଁ ବରଂ ଆଦିବାସୀମାନେ କ୍ଲଷ୍ଟର ତିଆରି କରିବା ଏବଂ ତାହାର ମୂଲ୍ୟ କିପରି ବୃଦ୍ଧି କରାଯାଇପାରିବ ସେଥିପାଇଁ ଜଙ୍ଗଲଜାତ ଦ୍ରବ୍ୟର ପ୍ରକ୍ରିୟାକରଣ କରିବାକୁ ପ୍ରୋତ୍ସାହିତ ବି କରାଯାଇଥିଲା । ଆଉ ଯୋଜନାକୁ ସଫଳ ରୂପାୟନ କରିବାକୁ ଅତ୍ୟାଧୁନିକ ଉପକରଣ ବି ଯୋଗାଇ ଦିଆଯାଇଥିଲା। ଯୋଜନା କାର୍ଯ୍ୟକାରୀ ହେବା ପରେ ଅନଲାଇନ୍ ପ୍ଲାଟଫର୍ମ ସହିତ ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ବଜାର ସହିତ ମଧ୍ୟ ସଂଯୋଗ କରାଯାଇଥିଲା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ । ତେବେ  ଯୋଜନାର ମୁଖ୍ୟ ଲକ୍ଷ ହେଉଛି ଦେଶରେ ୫୦,୦୦୦ ବନ୍ ଧନ୍ ବିକାଶ କେନ୍ଦ୍ର ସ୍ଥାପନ କରିବା। ଯାହା ପ୍ରାୟ ୧୦ ଲକ୍ଷ ଆଦିବାସୀ ଉଦ୍ୟୋଗୀଙ୍କୁ ଉପକୃତ କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବନ୍ ଧନ୍ ବିକାଶ ଯୋଜନା ଭାରତରେ ଆଦିବାସୀ ସମ୍ପ୍ରଦାୟଙ୍କୁ ସେମାନଙ୍କ ବିକଳ୍ପ ଜୀବିକାର ସୁଯୋଗ ଯୋଗାଇ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିଥାଏ। ଏହି ଯୋଜନା କେବଳ ଉଦ୍ୟୋଗକୁ ପ୍ରୋତ୍ସାହିତ କରେ ନାହିଁ ବରଂ ଜଙ୍ଗଲ ସଂରକ୍ଷଣ ତଥା ଜେୈବ ବିବିଧତାର ସୁରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରେ |

ଅଧିକ ପଢନ୍ତୁ ଭାରତ ଖବର...

Sponsored
Van Dhan Scheme | Argus News