Chenab Rail Bridge / ବିଶ୍ୱର ସର୍ବୋଚ୍ଚ ରେଳ ଧାରଣାରେ 'ବୁଲେଟ୍' ଟ୍ରେନ୍ ବେଗରେ ଦୌଡ଼ିଲା ବନ୍ଦେ ଭାରତ
·49 mins ago·2 min read

Key Points
ଉତ୍ତର ରେଳବାଇ ଏକ X ପୋଷ୍ଟ ସେୟାର କରିଛି। ଯେଉଁଥିରେ ଚେନାବ ସେତୁ ଉପରେ ଏକ ବନ୍ଦେ ଭାରତ ଟ୍ରେନ୍ ଦୌଡୁଥିବାର ଦେଖିବାକୁ ମିଳିଛି।
Vande Bharat runs on Chenab Bridge: ବିଶ୍ୱର ସର୍ବୋଚ୍ଚ ଏବଂ ଦେଶର ସବୁଠାରୁ ଚ୍ୟାଲେଞ୍ଜିଂ ରେୱଲେ ଟ୍ରାକ ହେଉଛି ଚେନାବ ସେତୁ। ଏହି ରେଳ ଧାରଣାରେ ଦେଶର ଅନ୍ୟତମ ଦ୍ରୁତତମ ଟ୍ରେନ୍ ବନ୍ଦେ ଭାରତ ୧୦୦ କିଲୋମିଟର ବେଗରେ ଦୌଡ଼ିନାହିଁ। କେବଳ ବନ୍ଦେ ଭାରତ ନୁହେଁ ଅନ୍ୟ ଟ୍ରେନ୍ ମଧ୍ୟ ଏହି ରେଳ ଧାରଣାରେ ୧୦୦ କିମି ଠାରୁ ଅଧିକ ବେଗରେ ଚାଲିନାହିଁ। ହେଲେ ବର୍ତ୍ତମାନ ସମୟରେ ଏହି ରେଲ ବ୍ରିଜ୍ ରେ ୧୦୦ କିମି ବେଗରେ ଟ୍ରେନ୍ ଚଲାଇବାକୁ ଅନୁମତି ଦିଆଯାଇଥିବା ରେଳବାଇ କହିଛି।
ଆଇଫିଲ୍ ଟାୱାର ଠାରୁ ଉଚ୍ଚତାରେ ବଡ଼ ଚେନାବ ସେତୁ
ଚେନାବ ରେଳ ସେତୁ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ ସ୍ଥିତ ଆଇଫିଲ୍ ଟାୱାର ଠାରୁ ମଧ୍ୟ ଉଚ୍ଚ। ଏହି ରେଳ ସେତୁ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ୍ ର ଏକ ଅଂଶ। ଏତେ ଉଚ୍ଚ ରେଳ ଟ୍ରାକ୍ ରେ ବନ୍ଦେ ଭାରତ ଦୌଡ଼ିବା କୌଣସି ସ୍ୱପ୍ନ ଠାରୁ କମ୍ ନୁହେଁ। ଚେନାବ ସେତୁ ଚେନାବ ନଦୀ ଠାରୁ ପ୍ରାୟ ୩୫୯ ମିଟର ଉଚ୍ଚତାରେ ରହିଛି। ଏହା ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ତାଲିକାରେ ଶୀର୍ଷରେ ରହିଛି। ଏହାର ମୋଟ ଲମ୍ବ ହେଉଛି ୧୩୧୫ ମିଟର।
ଚେନାବ ସେତୁ
ଉତ୍ତର ରେଳବାଇର ଜମ୍ମୁ ଡିଭିଜନ ଅଧିନସ୍ଥ ଶ୍ରୀ ମାତା ବୈଷ୍ଣୋ ଦେବୀ କଟରା-ବାନିହାଲ ମଧ୍ୟରେ ନୂତନ ୧୧୧ କିଲୋମିଟର ଲମ୍ବ ବ୍ରଡଗେଜ୍ ରେଳ ସେକ୍ସନ ଅଧିନରେ ରେଳ ମନ୍ତ୍ରଣାଳୟ ଟ୍ରେନ୍ର ସର୍ବାଧିକ ଗତି ୧୦୦ କିମିକୁ ବୃଦ୍ଧି କରିବାକୁ ଅନୁମୋଦନ କରିଛି। ପୂର୍ବରୁ ଏହି ସେକ୍ସନ ଅଧିନରେ ଶ୍ରୀ ମାତା ବୈଷ୍ଣୋ ଦେବୀ କଟରା-ସଙ୍ଗଲଦାନ ସେକ୍ସନ ପାଇଁ ୮୫ କିଲୋମିଟର ଏବଂ ସାଙ୍ଗଲଦାନ-ବାନିହାଲ ସେକ୍ସନ ପାଇଁ ୭୫ କିଲୋମିଟର ବେଗରେ ଟ୍ରେନ୍ ଚଳାଇବାକୁ ଅନୁମତି ରହିଥିଲା।
ଉତ୍ତର ରେଳବାଇ କହିଲା 'ଭାରତର ଗର୍ବ'
ଉତ୍ତର ରେଳବାଇ ଏକ X ପୋଷ୍ଟ ସେୟାର କରିଛି। ଯେଉଁଥିରେ ଚେନାବ ବ୍ରିଜ୍ ଉପରେ ବନ୍ଦେ ଭାରତ ଏକ୍ସପ୍ରେସ ଦୌଡ଼ୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରି ରେଳବାଇ କ୍ୟାପସନ ଦେଇଛି ଯେ, "ଭାରତର ଗର୍ବ, ବିଶ୍ୱର ସର୍ବୋଚ୍ଚ ରେଳ ଆର୍ଚ୍ ସେଟ୍ ଚେନାବ ସେଟ୍ ଉପରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ।" ଚେନାବ ରେଳବାଇ ଟ୍ରାକ୍ରେ ଶେଷ ସଫଳ ପରୀକ୍ଷଣ ଗତ ବର୍ଷ ଜାନୁଆରୀ ମାସରେ କରାଯାଇଥିଲା। ପରବର୍ତ୍ତୀ ସମୟରେ, ଶ୍ରୀନଗର-କଟରା ବନ୍ଦେ ଭାରତ ଏକ୍ସପ୍ରେସ୍ ସେବା ଏହି ଟ୍ରାକ୍ରେ ଦୌଡ଼ିବା ଆରମ୍ଭ କରିଥିଲା। ଯାହାକୁ ଗତ ଅପ୍ରେଲରେ ଜାମୁ ତାୱି ପର୍ଯ୍ୟନ୍ତ ବିସ୍ତାର କରାଯାଇଥିଲା।
ଏହା ସହ ପଢନ୍ତୁ: ଟ୍ରେନ ଯାତ୍ରା ପାଇଁ କେବେ ଆସିଥାଏ ସର୍ବୋତ୍ତମ ସମୟ?
ଭୂମିକମ୍ପରେ ମଧ୍ୟ ଚେନାବ ବ୍ରିଜ ରହିବ ମଜବୁତ
ଚେନାବ ସେତୁ ଏପରି ଜ୍ଞାନକୌଶଳ ସହାୟତାରେ ନିର୍ମିତ ହୋଇଛି ଯେ ଭୂମିକମ୍ପ ମଧ୍ୟ ଏହାକୁ କ୍ଷତି ପହଞ୍ଚାଇ ପାରିବ ନାହିଁ। ଏହାକୁ ନିର୍ମାଣ କରିବା ରେଳବାଇ ପାଇଁ ସହଜସାଧ୍ୟ କାମ ନଥିଲା। ରେଳବାଇ ଏଥିପାଇଁ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିଥିଲା। ପରିବର୍ତ୍ତିତ ପାଗ, ସଂକୀର୍ଣ୍ଣ ରାସ୍ତା, ଉଚ୍ଚ ପାହାଡ଼ ଏବଂ ଅସ୍ଥିର ପଥର ଏହାର ନିର୍ମାଣରେ ବାଧକ ସାଜିଥିଲା। ଏସବୁ ନିର୍ମାଣ ପ୍ରକ୍ରିୟାକୁ ଆହୁରି ଚ୍ୟାଲେଞ୍ଜିଂ କରିଥିଲା। ଦୁର୍ଗମ ଅଞ୍ଚଳରେ ନିର୍ମାଣ ସାମଗ୍ରୀ ପରିବହନ କରିବା ଏକ କଷ୍ଟକର କାର୍ଯ୍ୟ ଥିଲା। ସମସ୍ତ ଅସୁବିଧା ସତ୍ତ୍ୱେ, ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା। ପ୍ରବଳ ଭୂମିକମ୍ପ, ପ୍ରବଳ ପବନ ଏବଂ ବିସ୍ଫୋରଣ ସମୟରପ ମଜବୁତ ଭାବରେ ଛିଡ଼ା ହୋଇ ରହିବା ପାଇଁ ଏହି ସେତୁକୁ ଡିଜାଇନ୍ କରାଯାଇଛି।

भारत का गौरव, विश्व के सबसे ऊँचे रेल आर्च पुल चिनाब ब्रिज पर दौड़ती वंदे भारत एक्सप्रेस 🚆#vandebharatexpress #chenabridge pic.twitter.com/haZt8SeWMm
— Northern Railway (@RailwayNorthern) August 18, 2026
ଉତ୍ତର ରେଳବାଇ କହିଲା 'ଭାରତର ଗର୍ବ'
ଉତ୍ତର ରେଳବାଇ ଏକ X ପୋଷ୍ଟ ସେୟାର କରିଛି। ଯେଉଁଥିରେ ଚେନାବ ବ୍ରିଜ୍ ଉପରେ ବନ୍ଦେ ଭାରତ ଏକ୍ସପ୍ରେସ ଦୌଡ଼ୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରି ରେଳବାଇ କ୍ୟାପସନ ଦେଇଛି ଯେ, "ଭାରତର ଗର୍ବ, ବିଶ୍ୱର ସର୍ବୋଚ୍ଚ ରେଳ ଆର୍ଚ୍ ସେଟ୍ ଚେନାବ ସେଟ୍ ଉପରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ।" ଚେନାବ ରେଳବାଇ ଟ୍ରାକ୍ରେ ଶେଷ ସଫଳ ପରୀକ୍ଷଣ ଗତ ବର୍ଷ ଜାନୁଆରୀ ମାସରେ କରାଯାଇଥିଲା। ପରବର୍ତ୍ତୀ ସମୟରେ, ଶ୍ରୀନଗର-କଟରା ବନ୍ଦେ ଭାରତ ଏକ୍ସପ୍ରେସ୍ ସେବା ଏହି ଟ୍ରାକ୍ରେ ଦୌଡ଼ିବା ଆରମ୍ଭ କରିଥିଲା। ଯାହାକୁ ଗତ ଅପ୍ରେଲରେ ଜାମୁ ତାୱି ପର୍ଯ୍ୟନ୍ତ ବିସ୍ତାର କରାଯାଇଥିଲା।
ଏହା ସହ ପଢନ୍ତୁ: ଟ୍ରେନ ଯାତ୍ରା ପାଇଁ କେବେ ଆସିଥାଏ ସର୍ବୋତ୍ତମ ସମୟ?
ଭୂମିକମ୍ପରେ ମଧ୍ୟ ଚେନାବ ବ୍ରିଜ ରହିବ ମଜବୁତ
ଚେନାବ ସେତୁ ଏପରି ଜ୍ଞାନକୌଶଳ ସହାୟତାରେ ନିର୍ମିତ ହୋଇଛି ଯେ ଭୂମିକମ୍ପ ମଧ୍ୟ ଏହାକୁ କ୍ଷତି ପହଞ୍ଚାଇ ପାରିବ ନାହିଁ। ଏହାକୁ ନିର୍ମାଣ କରିବା ରେଳବାଇ ପାଇଁ ସହଜସାଧ୍ୟ କାମ ନଥିଲା। ରେଳବାଇ ଏଥିପାଇଁ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିଥିଲା। ପରିବର୍ତ୍ତିତ ପାଗ, ସଂକୀର୍ଣ୍ଣ ରାସ୍ତା, ଉଚ୍ଚ ପାହାଡ଼ ଏବଂ ଅସ୍ଥିର ପଥର ଏହାର ନିର୍ମାଣରେ ବାଧକ ସାଜିଥିଲା। ଏସବୁ ନିର୍ମାଣ ପ୍ରକ୍ରିୟାକୁ ଆହୁରି ଚ୍ୟାଲେଞ୍ଜିଂ କରିଥିଲା। ଦୁର୍ଗମ ଅଞ୍ଚଳରେ ନିର୍ମାଣ ସାମଗ୍ରୀ ପରିବହନ କରିବା ଏକ କଷ୍ଟକର କାର୍ଯ୍ୟ ଥିଲା। ସମସ୍ତ ଅସୁବିଧା ସତ୍ତ୍ୱେ, ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା। ପ୍ରବଳ ଭୂମିକମ୍ପ, ପ୍ରବଳ ପବନ ଏବଂ ବିସ୍ଫୋରଣ ସମୟରପ ମଜବୁତ ଭାବରେ ଛିଡ଼ା ହୋଇ ରହିବା ପାଇଁ ଏହି ସେତୁକୁ ଡିଜାଇନ୍ କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories