Videos
|
National

ଶୀଘ୍ର ଟ୍ରାକ୍‌ରେ  ଦୌଡିବ ବନ୍ଦେଭାରତ ସ୍ଲିପର୍ ଟ୍ରେନ୍

Manini Pattanayak
Browse all articles by Manini Pattanayak
·1 year ago·1 min read
ଶୀଘ୍ର ଟ୍ରାକ୍‌ରେ  ଦୌଡିବ ବନ୍ଦେଭାରତ ସ୍ଲିପର୍ ଟ୍ରେନ୍

 ନୂଆଦିଲ୍ଲୀ:  ଆରାମ ଦାୟକ ଯାତ୍ରା ସାଙ୍ଗକୁ ଦ୍ରୁତ ଗତିର ମଜା। ଖୁବ୍ ଶୀଘ୍ର ଟ୍ରାକରେ ଦୌଡିବ ବନ୍ଦେଭାରତ ସ୍ଲିପର୍ ଟ୍ରେନ୍। ଟ୍ରାଭେଲର୍ସ ସାଟିସଫେକ୍ସନକୁ ନଜରରେ ରଖି ଉନ୍ନତମାନର ଟେକ୍ନୋଲୋଜିରେ ପ୍ରସ୍ତୁତ ହେଉଛି ଏହି ଟ୍ରେନ୍। ଆରାମ ଦାୟକ ଯାତ୍ରା ପାଇଁ କୋଚ ନିର୍ମାଣ ରେ ବ୍ୟବହାର ହୋଇଛି ଉନ୍ନତ ମାନର ଟେକନୋଲୋଜି  । ଏହି ଟ୍ରେନ୍ ଘଣ୍ଟା ପ୍ରତି 160 ରୁ ସର୍ବାଧିକ କିଲୋମିଟର ବେଗରେ ଚାଲିବ। ଟ୍ରେନରେ ଯାତ୍ରୀ ବିଶ୍ବ ସ୍ତରୀୟ ସୁବିଧା ପାଇ ପାରିବେ ।

ହାଇକ୍ଲାସ ଇଣ୍ଟେରିଅର, ୟୁ ଏସ ବି ଚାର୍ଜର, ସେନ୍ସର ବେସଡ଼ ଡୋର, ରିମୋଟ କଣ୍ଟ୍ରୋଲ ଫାୟାର ସେପ୍ଟିଉଇଣ୍ଡୋ ସହ ଫାଷ୍ଟ କ୍ଲାସ ଏ ସି ରେ ହଟ ୱାଟର ସାୱାର ର ସୁବିଧା ରହିଛି । ଦିବ୍ୟାଙ୍ଗ ଯାତ୍ରୀ ଙ୍କ ପାଇଁ ସ୍ବତନ୍ତ୍ର କୋଚ ସହ ସ୍ବତନ୍ତ୍ର ଟଏଲେଟ ବ୍ୟବସ୍ଥା ରହିଛି । ଆଜି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାଙ୍ଗାଲୋରର ବନ୍ଦେ ଭାରତ ୱାଗନ ଫେକ୍ଟ୍ରି ବୁଲିବା ସହ କୋଚ ନିର୍ମାଣ ଅଗ୍ରଗତି ର ସମୀକ୍ଷା କରିଥିଲେ। ଏହି ଅବସର ରେ ନିର୍ମାଣ କାର୍ଯ୍ୟ ରେ ଲାଗିଥିବା ଅଧିକାରୀ ଓ ଇଞ୍ଜିନିୟର ଙ୍କ ସହ ଆଲୋଚନା କରିଥିଲେ ରେଳ ମନ୍ତ୍ର। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Vande Bharat sleeper train will run on the track soon | Argus News