Videos
|
National

IRCTC Fine / ବନ୍ଦେ ଭାରତ ଟ୍ରେନ୍‌ ଖାଦ୍ୟରେ ପୋକ, ୧୦ ଲକ୍ଷ ଜରିମାନା ଲଗାଇଲା IRCTC

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ବନ୍ଦେ ଭାରତ ଟ୍ରେନ୍‌ ଖାଦ୍ୟରେ ପୋକ, ୧୦ ଲକ୍ଷ ଜରିମାନା ଲଗାଇଲା IRCTC
Vande Bharat

Key Points

ବନ୍ଦେ ଭାରତ ଟ୍ରେନରେ ଖାଦ୍ୟରେ ପୋକ
ଯାତ୍ରୀଙ୍କ ଅଭିଯୋଗ ପରେ ୧୦ ଲକ୍ଷ ଜରିମାନା
ଭେଣ୍ଡର ବ୍ଲାକଲିଷ୍ଟ
ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ବିଶେଷ ଯତ୍ନ ନେଇଥାଏ ଭାରତୀୟ ରେଳବାଇ । ପୂର୍ବରୁ ଯେତେବେଳେ କେହି ଟ୍ରେନରେ ନିମ୍ନମାନର ଖାଦ୍ୟ ପ୍ରସଙ୍ଗ ଉଠାଇଥିଲେ, ରେଳବାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଥର ଅହମ୍ମଦାବାଦ ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ଖାଦ୍ୟରେ ପୋକ ଥିବା ଅଭିଯୋଗ ହୋଇଥିଲା । ଆଉ ଏହା ପରେ IRCTC ବିକ୍ରେତା କମ୍ପାନୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଗତ କିଛି ଦିନ ଧରି IRCTC ଏବଂ ରେଳବାଇ ଖାଦ୍ୟରେ ପୋକ ଏବଂ ଅନ୍ୟାନ୍ୟ ସମସ୍ୟା ପ୍ରତି ବହୁତ ସମ୍ବେଦନଶୀଳତା ଦେଖାଇଛି । ଏଥର ଜଣେ ଯାତ୍ରୀଙ୍କ ଅଭିଯୋଗ ପରେ IRCTC ଟ୍ରେନରେ ଖାଦ୍ୟ ପରିଚାଳନା କରୁଥିବା ଭେଣ୍ଡରଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି ।

ଏହି ଘଟଣାକୁ ଲୋକଲୋଚନକୁ ଆଣିଥିଲେ ଆଦିତ୍ୟ ଡିଡ଼ୱାନିଆ ନାମକ ଜଣେ ଯାତ୍ରୀ । ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'X'ରେ ତିନୋଟି ଫଟୋ ଓ ଗୋଟିଏ ଭିଡି ସେୟାର କରି ଡାଲିରେ ପୋକ ଥିବା ଦେଖାଇଥିଲେ । ସେ କହିଥିଲେ ଯେ ତାଙ୍କ କୋଚ୍‌ରେ ଦୁଇଥର ଏହି ସମସ୍ୟା ଦେଖିବାକୁ ମିଳିଥିଲା । ଯାହାପରେ ଯାତ୍ରୀମାନେ ଖାଦ୍ୟ ଖାଇବା ବନ୍ଦ କରିଦେଇଥିଲେ ।



ସେ ଭେଣ୍ଡର କମ୍ପାନୀ ‘M/S ବୃନ୍ଦାବନ ଫୁଡ୍ ପ୍ରୋଡକ୍ଟସ୍‌’ (ଆର୍‌କେ ଗ୍ରୁପ୍‌ର ଅଂଶ) ନାମ ଉଲ୍ଲେଖ କରି ଏବଂ FSSAI, ରେଳମନ୍ତ୍ରୀ ଓ IRCTCକୁ ଟ୍ୟାଗ୍ କରି କଠୋର କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଥିଲେ ।

ଏହାପରେ IRCTC ତୁରନ୍ତ ପ୍ରତିକ୍ରିୟା ଦେଇ ଯାତ୍ରୀଙ୍କୁ ତାଙ୍କର PNR ଓ ମୋବାଇଲ୍ ନମ୍ବର ମାଗିଥିଲା ଏବଂ ମାମଲାକୁ ତଦନ୍ତ ପାଇଁ ପଠାଇଥିଲା । ପରେ ସଂସ୍ଥା ଜଣାଇଥିଲା ଯେ, ଏହି ଘଟଣାକୁ ଗୁରୁତ୍ୱ ସହ ନେଇ ଭେଣ୍ଡର ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି ।

ଏହା ସହ ସେହି ଭେଣ୍ଡରର ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଛି । କିଚେନ୍‌କୁ ସିଲ୍ କରାଯାଇ ଡିପ୍ କ୍ଲିନିଂ ଓ ପେଷ୍ଟ କଣ୍ଟ୍ରୋଲ୍‌ କାମ ଆରମ୍ଭ ହୋଇଛି । IRCTC ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛି, କହିଛି ଯେ ସ୍ୱଚ୍ଛତା ଏବଂ ଯାତ୍ରୀ ସୁରକ୍ଷା ଏହାର ସର୍ବୋଚ୍ଚ ପ୍ରାଥମିକତା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Worms Found in Vande Bharat Food, IRCTC Fines Vendor ₹10 Lakh | Argus News