Varanasi Airport Firing / ବାରାଣସୀ ବିମାନବନ୍ଦରରେ ଗୁଳି ଫୁଟିଲା ! ଚେକିଂ ବେଳେ ୨ କର୍ମଚାରୀ ଗୁରୁତର
·1 hour ago·2 min read

Key Points
ଏୟାରପୋର୍ଟରେ ଅଘଟଣ !
ଚେକିଂ ସମୟରେ ଫୁଟିଲା ଗୁଳି
୨ କର୍ମଚାରୀ ଆହତ
ଚେକିଂ ସମୟରେ ଫୁଟିଲା ଗୁଳି
୨ କର୍ମଚାରୀ ଆହତ
ବିମାନ ବନ୍ଦରରେ ହଠାତ୍ ଫୁଟିଲା ଗୁଳି । ଉତ୍ତରପ୍ରଦେଶର ବାରାଣସୀସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ରବିବାର ସକାଳେ ଘଟିଛି ଏହି ଅଘଟଣ । ରୁଟିନ୍ ସିକ୍ୟୁରିଟି ଚେକିଂ ସମୟରେ ଜଣେ ଯାତ୍ରୀଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲରୁ ଅଚାନକ ଗୁଳି ଫୁଟିବାରୁ ଦୁଇଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ଘଟଣା ପରେ ଏୟାରପୋର୍ଟ ପରିସରରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା ।
ସୂଚନା ଅନୁସାରେ, ରବିବାର ସକାଳ ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ଏହି ଘଟଣା ଘଟିଥିଲା। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ଫ୍ଲାଇଟ୍ IX-1810 ଯୋଗେ ମୁମ୍ବାଇ ଯିବା ପାଇଁ ଜଣେ ଯାତ୍ରୀ ତାଙ୍କ ପତ୍ନୀଙ୍କ ସହ ଏୟାରପୋର୍ଟରେ ପହଞ୍ଚିଥିଲେ । ଯାତ୍ରୀଜଣକ ଆଜମଗଡ଼ର ବାସିନ୍ଦା କମଲେଶ ରାୟ ବୋଲି ଜଣାପଡ଼ିଛି । ଯାତ୍ରା ପୂର୍ବରୁ ସେ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକ ସମ୍ପର୍କରେ ନିୟମ ଅନୁସାରେ ଜଣାଇଥିଲେ ।
ବନ୍ଧୁକ ଯାଞ୍ଚ ଏବଂ କାରତୁସ ଗଣନା କରାଯାଉଥିବା ବେଳେ ହଠାତ୍ ପିସ୍ତଲରୁ ଗୋଟିଏ ଗୁଳି ଫୁଟିଥିଲା । ଏଥିରେ AAICLASର ଦୁଇଜଣ ସ୍କ୍ରିନିଂ କର୍ମଚାରୀ ଆହତ ହୋଇଥିଲେ । ଜଣେ କର୍ମଚାରୀଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ନିକଟରେ ଥିବା ଅନ୍ୟ ଜଣେ କର୍ମଚାରୀଙ୍କ ଆଙ୍ଗୁଠିରେ ଗୁଳି ଲାଗିଥିବା ସୂଚନା ମିଳିଛି ।
ଘଟଣା ପରେ ଉଭୟ ଆହତଙ୍କୁ ତୁରନ୍ତ ନିକଟସ୍ଥ ନ୍ୟୁ ଲକ୍ଷ୍ମୀ ଟ୍ରମା ସେଣ୍ଟରକୁ ନିଆଯାଇଥିଲା । ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି । ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତତ୍କାଳ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି ।
ଗୁଳି ଫୁଟିବା ଘଟଣା ସମ୍ପର୍କରେ ଏୟାରପୋର୍ଟ କର୍ତ୍ତୃପକ୍ଷ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଟିମ୍ ଏୟାରପୋର୍ଟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଗୋମତୀ ଜୋନର ଡେପୁଟି କମିଶନର ଅଫ୍ ପୋଲିସ ଏବଂ ପିଣ୍ଡ୍ରାର ଆସିଷ୍ଟାଣ୍ଟ କମିଶନର ଅଫ୍ ପୋଲିସଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ ।
ବନ୍ଧୁକ ଯାଞ୍ଚ ଓ କାରତୁସ ଗଣନା ସମୟରେ କିପରି ଗୁଳି ଫୁଟିଲା, ତାହା ଜାଣିବା ପାଇଁ ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି । ତଦନ୍ତରେ ମିଳୁଥିବା ତଥ୍ୟ ଆଧାରରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଅଧିକାରୀମାନେ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories