Videos
|
National

ଜ୍ଞାନବାପୀର ବ୍ୟାସ ଭଣ୍ଡାର ଘରେ ମିଳିଲା ହିନ୍ଦୁଙ୍କୁ ପୂଜା ଅଧିକାର

Jitendra Dash
Browse all articles by Jitendra Dash
·2 years ago·2 min read
ଜ୍ଞାନବାପୀର ବ୍ୟାସ ଭଣ୍ଡାର ଘରେ ମିଳିଲା ହିନ୍ଦୁଙ୍କୁ ପୂଜା ଅଧିକାର

ଅର୍ଗସ ବ୍ୟୁରୋ : କାଶୀରେ ହିନ୍ଦୁଙ୍କ ଶତାବ୍ଦୀ ଶତାବ୍ଦୀର ଲଢେଇକୁ ପ୍ରାରମ୍ବିକ ସଫଳତା । ୩୧ ବର୍ଷ ଧରି ନନ୍ଦିଙ୍କ ଅପେକ୍ଷାର ଘଟିବାକୁ ଯାଉଛି ଅନ୍ତ । ବାରଣାସୀ ଜିଲ୍ଲା କୋର୍ଟ ହିନ୍ଦୁଙ୍କ ସପକ୍ଷରେ ଦେଇଛନ୍ତି ବଡ଼ ଫୈସଲା । ଜ୍ଞାନବାପୀ ବ୍ୟାସ ଭଣ୍ଡାର ଘରେ ପୂଜା ପାଇଁ ହିନ୍ଦୁଙ୍କୁ ମିଳିଲା ଅଧିକାର । ୭ ଦିନ ଭିତରେ ପୂଜା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । 

ବ୍ୟାସ ଭଣ୍ଡାର ଘର ବିବାଦୀୟ ଜ୍ଞାନବାପୀ ମସଜିଦର ତଳ ମହଲାରେ ରହିଛି । ୧୯୯୩ ମସିହା ନଭେମ୍ବର ମାସ ଯାଏ ଏଠାରେ ହିନ୍ଦୁମାନେ ପୂଜା କରୁଥିଲେ କିନ୍ତୁ ତତକାଳୀନ ମୁଲାୟମ ସିଂ ଯାଦବ ସରକାର ହିନ୍ଦୁଙ୍କଠାରୁ ପୂଜା ଅଧିକାର ଛଡାଇନେଇଥିଲେ । ଏବେ ୩୧ ବର୍ଷ ପରେ ପୁଣିଥରେ ନିୟମିତ ପୂଜା କରିପାରିବେ ହିନ୍ଦୁ ସମାଜ । କାଶୀ ବିଶ୍ବନାଥ ଟ୍ରଷ୍ଟ ବୋର୍ଡ ପକ୍ଷରୁ ପୂଜା ଅର୍ଚ୍ଚନା କରାଯିବ । ତେବେ କୋର୍ଟଙ୍କ ଏହି ରାୟକୁ ନେଇ ଖପ୍ପା ମୁସଲିମ ସମାଜ ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି ମୁସଲିମ ପକ୍ଷ ଓକିଲା । 

୧୭ ଜାନୁଆରୀରେ ବ୍ୟାସ ଭଣ୍ଡାର ଘରକୁ କୋର୍ଟଙ୍କ ଆଦେଶ କ୍ରମେ ନିଜ ନିୟନ୍ତ୍ରଣକୁ ନେଇଥିଲା ଜିଲ୍ଲା ପ୍ରଶାସନ । ଏଏସଆଇ ସର୍ଭେ ସମୟରେ ଦୀର୍ଘ ବର୍ଷ ଧରି ବନ୍ଦ ଥିବା ଭଣ୍ଡର ଘର ସଫା ସୁତୁରା କରାଯାଇଥିଲା । ଏବେ କୋର୍ଟ କାଶୀ ବିଶ୍ବନାଥ ମନ୍ଦିରର ପୂଜକଙ୍କ ଦ୍ବାରା ଏଠାରେ ପୂଜାର୍ଚ୍ଚନା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୭ ଦିନ ମଧ୍ୟରେ ସେଠାରେ ଲାଗିଥିବା ବ୍ୟାରିକେଡ ହଟାଇବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବାରଣାସୀ କୋର୍ଟଙ୍କ ରାୟକୁ ସ୍ବାଗତ କରିବା ସହ ଏହାକୁ ବଡ଼ ବିଜୟ ବୋଲି କହିଛନ୍ତି ସାଧୁ ସନ୍ଥ ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଐତିହାସିକ ତଥ୍ୟ ଅନୁଯାୟୀ ମୋଗଲ ଶାସନ କାଳରେ ପ୍ରସିଦ୍ଧ କାଶୀ ବିଶ୍ବନାଥ ମନ୍ଦିର ପରିସରରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଥିଲା । ସେବେଠାରୁ ସେଠାରେ ନିଜ ଅଧିକାର ଫେରିପାଇବା ପାଇଁ ସଂଘର୍ଷ ଜାରି ରଖିଛି ହିନ୍ଦୁ ସମାଜ । ନିକଟରେ ଜ୍ଞାନବାପୀ ମସଜିଦ ପରିସରରେ ଏଏସଆଇ ପକ୍ଷରୁ କରାଯଇଥିବା ସର୍ଭେରେ ବହୁ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ମିଳିଥିଲା । ଏଥିସହ ସେଠାରେ ପୂର୍ବରୁ ମନ୍ଦିର ଥିବା ନେଇ ଅନେକ ପ୍ରମାଣ ମିଳିଛି ।