Liquor Shops Closed / ଏହି ଜିଲ୍ଲାରେ ୩ ଦିନ ବନ୍ଦ ରହିବ ମଦ ଦୋକାନ, ଜାଣନ୍ତୁ କାରଣ...
·1 hour ago·2 min read

Key Points
ମଦ ଦୋକାନ ବନ୍ଦ ନେଇ ବଡ଼ ଘୋଷଣା
UPର ଏହି ଜିଲ୍ଲାରେ ୩ ଦିନ ଡ୍ରାଏ ଡେ'
କାହିଁକି ନେଲେ ଏହି ବଡ଼ ନିଷ୍ପତ୍ତି ?
UPର ଏହି ଜିଲ୍ଲାରେ ୩ ଦିନ ଡ୍ରାଏ ଡେ'
କାହିଁକି ନେଲେ ଏହି ବଡ଼ ନିଷ୍ପତ୍ତି ?
MLC ନିର୍ବାଚନକୁ ନେଇ ପ୍ରଶାସନର କଡ଼ା ପଦକ୍ଷେପ । ଭୋଟ୍ ପୂର୍ବରୁ ମଦ ବିକ୍ରି ଉପରେ ଲାଗିଲା କଟକଣା । ଅକ୍ଟୋବର ୨୧ ତାରିଖ ଅପରାହ୍ଣ ୪ଟାରୁ ୨୩ ତାରିଖ ମତଦାନ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ମଦ ଦୋକାନ । କେବଳ ସେତିକି ନୁହେଁ, ଅକ୍ଟୋବର ୨୭ ତାରିଖ ଭୋଟ୍ ଗଣତି ଦିନ ମଧ୍ୟ ମଦ ବିକ୍ରି ଉପରେ ରହିବ ସମ୍ପୂର୍ଣ୍ଣ ରୋକ୍ । ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ ଏବେ ଚର୍ଚ୍ଚାରେ ।
ଉତ୍ତରପ୍ରଦେଶର ବାରାଣସୀ ଜିଲ୍ଲାରେ ଏମ୍ଏଲ୍ସି ଶିକ୍ଷକ ଓ ସ୍ନାତକ ନିର୍ବାଚନକୁ ଦୃଷ୍ଟିରେ ରଖି ମଦ ବିକ୍ରି ଉପରେ କଟକଣା ଲାଗୁ କରାଯାଇଛି । ଏନେଇ ଜିଲ୍ଲାପାଳ ସତ୍ୟେନ୍ଦ୍ର କୁମାର ନିର୍ଦ୍ଦେଶ ଜାରି କରିଛନ୍ତି । ଅକ୍ଟୋବର ୨୧ ତାରିଖ ଅପରାହ୍ଣ ୪ଟାରୁ ୨୩ ତାରିଖ ଭୋଟ୍ଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ମଦ ଦୋକାନ ବନ୍ଦ ରହିବ । ସେହିପରି ଅକ୍ଟୋବର ୨୭ ତାରିଖ ଭୋଟ୍ ଗଣତି ଦିନ ମଧ୍ୟ ଦିନତମାମ ମଦ ବିକ୍ରି ବନ୍ଦ ରହିବ ।
ଅଧିକ ପଢ଼ନ୍ତୁ: ପିଲାଙ୍କୁ ଇଣ୍ଟରନେଟ୍ରୁ ଦୂରେଇ ରଖିବା ଠିକ୍ ନୁହେଁ, ଜାଣନ୍ତୁ କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ ?
ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ଏହି ନିର୍ଦ୍ଦେଶର ଉଦ୍ଦେଶ୍ୟ ହେଉଛି ନିର୍ବାଚନ ସମୟରେ ଆଇନଶୃଙ୍ଖଳା ଓ ସାଧାରଣ ଶାନ୍ତି ବଜାୟ ରଖିବା । ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି ।
୨୩ରେ ମତଦାନ, ୨୭ରେ ଭୋଟ୍ ଗଣତି
ବାରାଣସୀ ଶିକ୍ଷକ ଓ ସ୍ନାତକ ଏମ୍ଏଲ୍ସି ନିର୍ବାଚନ ପାଇଁ ଅକ୍ଟୋବର ୨୩ ତାରିଖରେ ମତଦାନ ହେବ । ଏହାର ଭୋଟ୍ ଗଣତି ଅକ୍ଟୋବର ୨୭ ତାରିଖରେ କରାଯିବ । ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି । ଏହି ନିର୍ବାଚନକୁ ନେଇ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଏବେ ନିର୍ବାଚନରେ କେଉଁ ପ୍ରାର୍ଥୀ ବାଜିମାତ୍ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ଅକ୍ଟୋବର ୨୧ ତାରିଖ ଅପରାହ୍ଣ ୪ଟାରୁ ୨୩ ତାରିଖ ମତଦାନ ଶେଷ ପର୍ଯ୍ୟନ୍ତ ଏବଂ ୨୭ ତାରିଖ ଗଣତି ଦିନ ସମଗ୍ର ଦିନ ମଦ ଦୋକାନ ବନ୍ଦ ରହିବ ।
Related Topics
Explore more stories