Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କେନ୍ଦ୍ରସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ କରାଯିବ

Ritu Das
Browse all articles by Ritu Das
·2 years ago
କେନ୍ଦ୍ରସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ କରାଯିବ

ଅର୍ଗସ ବ୍ୟୁରୋ: ସୁବର୍ଣ୍ଣପୁର ମାରୱାଡ଼ି ଧର୍ମଶାଳା ଠାରେ ବଲାଙ୍ଗୀର ବିଜେପି ଲୋକସଭା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓଙ୍କ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ଆଗାମୀ ନିର୍ବାଚନକୁ ନେଇ ଦଳ କିଭଳି ପ୍ରସ୍ତୁତି କରିଛି ଏନେଇ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ ବୋଲି କହିଥିଲେ । 

ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଚାଲୁଥିବା ଯୋଜନା ଦ୍ଵାରା ସାଧାରଣ ଲୋକେ ବହୁ ଉପକାର ପାଉଛନ୍ତି ଓ ଏହି ନିର୍ବାଚନରେ ବିଜେପି ଲୋକଙ୍କୁ ଯୋଜନାକୁ ନେଇ ଭୋଟ ମାଗିବ ବୋଲି କହିଥିଲେ । ମୋଦୀଙ୍କ ବିକଶିତ ଭାରତର ସହଯୋଗୀ ହେବାପାଇଁ ସେ ଆହ୍ବାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Various people oriented | Argus News