Thalapathy Vijay / ବିଜୟଙ୍କ ୫ ମାଷ୍ଟର ପ୍ଲାନ: ତାମିଲନାଡୁରେ ବଡ଼ ପରିବର୍ତ୍ତନ

Key Points
ଥାଲାପତି ବିଜୟଙ୍କ ରାଜନୀତିରେ ବଡ଼ ଧମାକା, DMK କୁ ପଛେଇଲେ
ବିଜୟ ଥାଲାପତି ତାମିଲ ସିନେମାର ଏକ ଜଣାଶୁଣା ନାମ । ମାତ୍ର ୬୯ଟି ଚଳଚ୍ଚିତ୍ରର ଚଳଚ୍ଚିତ୍ର ତାଲିକା ସହିତ ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ସୁପରଷ୍ଟାରମାନଙ୍କ ମଧ୍ୟରେ ନିଜକୁ ପ୍ରତିଷ୍ଠିତ ପାରିଛନ୍ତି । ଅଭିନୟ ବ୍ୟତୀତ, ସେ ଗୀତ ଗାଇବାରେ ଧୂରନ୍ଧର ।
ଅଭିନେତାରୁ ରାଜନେତା ପାଲଟି ଥିବା ବିଜୟ ତାଙ୍କ ରାଜନୈତିକ ଦଳ ‘ତାମିଲାଗା ଭେଟ୍ଟ୍ରି କାଜାଗମ (ଟିଭିକେ) ବ୍ୟାନର ତଳେ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି । ସେ ରାଜନୀତିରେ ତାଙ୍କ ଚଳଚ୍ଚିତ୍ର ସଫଳତାକୁ ଦୋହରାଇବାକୁ ପ୍ରସ୍ତୁତ ଥିବା ପରି ମନେହୁଏ । ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ପ୍ରାରମ୍ଭିକ ଧାରା ତାଙ୍କ ଦଳ ପାଇଁ ଏକ ବଡ଼ ବିଜୟ ସୂଚାଇଥାଏ ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ୨ ବର୍ଷ ପୂର୍ବରୁ ଗଢ଼ାଯାଇଥିବା ଟିଭିକେ ୭୭ବର୍ଷର ଡିଏମ୍କେକୁ ହରାଇବାକୁ ଯାଉଛି । ମତଗଣନା ଜାରି ଥିବା ବେଳେ ଟିଭିକେ ୧୦୯ ଏବଂ ଡିଏମ୍କେ ୬୦ଟି ଆସନରେ ଆଗୁଆ ରହିଛି । ଆଉ ଏହାରି ଭିତରେ ବିଜୟଙ୍କ ୫ଟି ବଡ଼ ପ୍ରତିଶ୍ରୁତି କାମ ଦେଇଛି ।
ଏଥିସହ ପଢ଼ନ୍ତୁ: ସିନେମାରୁ ସିଧା ରାଜନୀତି: ଥାଲାପତି ବିଜୟଙ୍କ ଦମଦାର ଏଣ୍ଟ୍ରି
ଯୁବକଙ୍କ ପାଇଁ ନିଯୁକ୍ତି ଓ ବେକାରୀ ଭତ୍ତା
ଯୁବକମାନଙ୍କୁ ଖୁସି କରିବା ପାଇଁ ବିଜୟ ସ୍ନାତକ ପାସ୍ କରିଥିବା ଯୁବକଯୁବତୀଙ୍କୁ ୪୦୦୦ ଟଙ୍କା ବେକାରୀ ଭତ୍ତା ଦେବାକୁ ଦଳ ଘୋଷଣା କରିଥିଲା । ଆଗାମୀ ୫ ବର୍ଷରେ ୫ ଲକ୍ଷ ସରକାରୀ ଚାକିରି ଏବଂ ୫ ଲକ୍ଷ ଇଣ୍ଟର୍ନଶିପ୍ ଯୋଗାଇ ଦେବାକୁ ବିଜୟଙ୍କ ଦଳ ପ୍ରତିଶ୍ରୁତି ଦେଇଛି ।
ମହିଳା ଓ ବୃଦ୍ଧଙ୍କ ପାଇଁ ଆର୍ଥିକ ସହାୟତା
ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମାସିକ ୨୫୦୦ ଟଙ୍କାର ଆର୍ଥିକ ସହାୟତା ଦେବାକୁ ସେ ଘୋଷଣା କରିଥିଲେ । ଏହା ସହିତ ବୃଦ୍ଧ ଓ ଦିବ୍ୟାଙ୍ଗମାନଙ୍କ ପେନସନ୍କୁ ୩୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଟିଭିକେ ପ୍ରତିଶ୍ରୁତି ଦେଇଥିଲା ।
କନ୍ୟା ରତ୍ନଙ୍କ ପାଇଁ ସୁନା ଓ ଶାଢ଼ୀ
ବିଜୟ ପ୍ରତିଶ୍ରୁତି ଦେଇଥିଲେ ଯେ, ଯଦି ତାଙ୍କ ଦଳ କ୍ଷମତାକୁ ଆସେ, ତେବେ ତାମିଲନାଡ଼ୁର ପ୍ରତ୍ୟେକ ଯୁବତୀଙ୍କୁ ବିବାହ ସମୟରେ ସରକାରଙ୍କ ପକ୍ଷରୁ ୮ ଗ୍ରାମ ସୁନା ଏବଂ ଏକ ରେଶମ ଶାଢ଼ୀ ଉପହାର ସ୍ୱରୂପ ପ୍ରଦାନ କରାଯିବ । ଏହି ଘୋଷଣା ଗରିବ ଓ ମଧ୍ୟବିତ୍ତ ପରିବାର ମଧ୍ୟରେ ବେଶ୍ ଆଦୃତ ହୋଇଥିଲା ।
ମାଗଣା ବିଦ୍ୟୁତ୍, ସିଲିଣ୍ଡର ଓ ବିନା ସୁଧରେ ଋଣ
ପ୍ରତ୍ୟେକ ପରିବାରକୁ ମାସିକ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଏବଂ ବର୍ଷକୁ ୬ଟି ଗ୍ୟାସ୍ ସିଲିଣ୍ଡର ମାଗଣାରେ ଦେବାକୁ ବିଜୟ କହିଥିଲେ । ଏହା ବ୍ୟତୀତ ମହିଳାମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରିବାର ପ୍ରତିଶ୍ରୁତି ମଧ୍ୟ ମହିଳା ଭୋଟରଙ୍କୁ ଆକୃଷ୍ଟ କରିଛି ।
ଭୂମିହୀନଙ୍କୁ ମାଗଣା ଜମି ପଟ୍ଟା
ରାଜ୍ୟର ଭୂମିହୀନ ଗରିବ ଲୋକଙ୍କୁ ସରକାରୀ ଜମିର ପଟ୍ଟା ମାଗଣାରେ ଯୋଗାଇ ଦେବାକୁ ବିଜୟ ପ୍ରତିଶ୍ରୁତି ଦେଇଛନ୍ତି । ଯେଉଁମାନଙ୍କର ନିଜସ୍ୱ ଜମି ନାହିଁ, ସେମାନଙ୍କୁ ସରକାରୀ ଜମିରେ ଅଧିକାର ଦେବା ତାଙ୍କର ଏକ ପ୍ରମୁଖ ଲକ୍ଷ୍ୟ ଥିଲା ।
📱 Get Argus News App
✨Related Topics
Explore more stories