Videos
|
National

Vijay Apologises / ଗୃହରେ ମନ୍ତ୍ରୀ କରିଦେଲେ ଏମିତି ଭୁଲ୍; ସଙ୍ଗେ ସଙ୍ଗେ ହାତ ଯୋଡ଼ି ଭୁଲ୍ ମାଗିଲେ ମୁଖ୍ୟମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ଗୃହରେ ମନ୍ତ୍ରୀ କରିଦେଲେ ଏମିତି ଭୁଲ୍; ସଙ୍ଗେ ସଙ୍ଗେ ହାତ ଯୋଡ଼ି ଭୁଲ୍ ମାଗିଲେ ମୁଖ୍ୟମନ୍ତ୍ରୀ
Thalapathy Vijay Says Sorry in Assembly After Minister’s Remark

Key Points

ଗୃହରେ ଟିଭିକେ ସରକାରଙ୍କ ଜଣେ ମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧିଙ୍କ ନାଁ ସିଧା ସଳଖ ନେଇ ନେଇଥିଲେ । ଯାହା ପରେ ତତ୍‌କ୍ଷଣାତ୍ ମୁଖ୍ୟମନ୍ତ୍ରୀ ବିଜୟ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରିଥିଲେ ।
ଚେନ୍ନାଇ: ବିଧାନସଭାରେ କ୍ଷମା ମାଗିଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଥଲାପତି ବିଜୟ । ଗୃହରେ ଟିଭିକେ ସରକାରଙ୍କ ଜଣେ ମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧିଙ୍କ ନାଁ ସିଧା ସଳଖ ନେଇ ନେଇଥିଲେ । ଯାହା ପରେ ତତ୍‌କ୍ଷଣାତ୍ ମୁଖ୍ୟମନ୍ତ୍ରୀ ବିଜୟ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରିଥିଲେ ।

ମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଧାନସଭାରେ ଡିଏମ୍‌କେ ବିଧାୟକ ବିରୋଧ କରିଥିଲେ । କହିଥିଲେ, "ଏଭଳି ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମ ନିଆଯାଇ ନଥାଏ । ତାଙ୍କ ନାଁ ଆଗରେ ସମ୍ମାନସୂଚକ ଶବ୍ଦ ଲଗାଇବା ଜରୁରୀ ଅଟେ ।"

ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ ଥଲାପତି ବିଜୟ ଛିଡ଼ା ହୋଇ ପଡ଼ିଥିଲେ ଏବଂ କହିଥିଲେ, "ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ ଯେଭଳି ନିଆଗଲା ତାହା ପ୍ରକୃତରେ ଭୁଲ୍ ଅଟେ । ତାଙ୍କ ତରଫରୁ ମୁଁ କ୍ଷମା ପ୍ରାର୍ଥନା କରୁଛି ।"

ଏଥିସହ ପଢ଼ନ୍ତୁ: ହସ୍ପିଟାଲରେ ପ୍ରସବ ବଦଳରେ ଘରେ ପ୍ରସବ କଲେ ମିଳିବ ଦଣ୍ଡ, ସରକାରଙ୍କ ନୂଆ ନିୟମ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତାମିଲନାଡ଼ୁର ଜଙ୍ଗଲ ମନ୍ତ୍ରୀ ଆରବୀ ରଞ୍ଜିତ, କରୁଣାନିଧିଙ୍କ ନାଁ କୌଣସି ସମ୍ମାନସୂଚକ ଶବ୍ଦ ନ ଲଗାଇ କହିଥିଲେ । ସେତେବଳେ ଗୃହରେ ଚର୍ଚ୍ଚା ବେଳେ ସ୍ଵାସ୍ଥ୍ୟ ସେବା ଅନୁଦାନକୁ ନେଇ ଚାଲିଥିଲା । ରଞ୍ଜିତ କୁମାର ଭୋଟ୍ ପାଇଁ ଟଙ୍କା ଦେବାକୁ ନିନ୍ଦା କରି କହିଥିଲେ, "ଗତ ନିର୍ବାଚନରେ କାଚିପୁରମରେ ପ୍ରତି ଭୋଟରଙ୍କୁ ୧୫୦୦ ଟଙ୍କା ବଣ୍ଟାଯାଇଛି । ଆମ ସରକାର ଟଙ୍କା ନ ବାଣ୍ଟି ଭୋଟ୍ ପାଇଛି ।"

ମନ୍ତ୍ରୀଙ୍କ ପାଇଁ ମାଗିଲେ କ୍ଷମା

ନିର୍ବାଚନ ସମୟରେ ଆପଣା ଯାଉଥିବା ରଣନୀତି ନେଇ ମନ୍ତ୍ରୀ ରଞ୍ଜିତ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୁଣାନିଧି ବୋଲି ସମ୍ବୋଧନ କରିଥିଲେ । ଯାହାକୁ ଡିଏମ୍‌କେ ବିରୋଧ କରିବା ଆରମ୍ଭ କରିଥିଲା । ଡିଏମ୍‌କେ କହିଥିଲା, ସମ୍ମାନୀୟ ନେତାଙ୍କୁ ଏଭଳି କହିବା ଉଚିତ୍ ନୁହେଁ ।

ହଙ୍ଗାମା ବଢ଼ୁଥିବା ଦେଖି ମୁଖ୍ୟମନ୍ତ୍ରୀ ବିଜୟ ଛିଡ଼ା ହୋଇଥିଲେ । ମନ୍ତ୍ରୀଙ୍କ ବିବୃତି ମଝିରେ ମୁଖ୍ୟମନ୍ତ୍ରୀ କହିଥିଲେ, "ମୁଁ ମାନୁଛି ଯେଭଳି ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମ ନିଆଗଲା, ତାହା ଭୁଲ୍ ଅଟେ ତାଙ୍କ ତରଫରୁ ମୁଁ କ୍ଷମା ମାଗୁଛି ।" ଯାହା ପରେ ସ୍ଥିତି ଶାନ୍ତ ପଡ଼ିଥିଲା ।
Vijay Apologises in Assembly Over Minister’s Remark on Karunanidhi | Argus News | Argus News