Vijay OSD Controversy / ବିଜୟଙ୍କୁ CM ହେବେ ବୋଲି କରିଥିଲେ ଭବିଷ୍ୟବାଣୀ, ଏବେ ମିଳିଲା ବଡ଼ ପଦ
·2 hours ago·2 min read

Key Points
ଯିଏ କହିଥିଲେ ବିଜୟ ହେବେ ମୁଖ୍ୟମନ୍ତ୍ରୀ
ସେହି ଜ୍ୟୋତିଷଙ୍କୁ ମିଳିଲା ବଡ଼ ଉପହାର
ଭବିଷ୍ୟବାଣୀରୁ ସରକାରୀ ପଦ
ସେହି ଜ୍ୟୋତିଷଙ୍କୁ ମିଳିଲା ବଡ଼ ଉପହାର
ଭବିଷ୍ୟବାଣୀରୁ ସରକାରୀ ପଦ
ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ TVK ମୁଖ୍ୟ ଥାଲାପତି ବିଜୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯାହା ଏବେ ଖାଲି ତାମିଲ ରାଜନୀତିରେ ନୁହେଁ, ବରଂ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟର ଜନତାଙ୍କୁ ସ୍ବଚ୍ଛ ଶାସନ ଏବଂ ଆହୁରି ଅନେକ ପ୍ରତିଶ୍ରୁତି ଦେଇ ଶାସନକୁ ଆସିଥିବା ଟିଭିକେ ମୁଖ୍ୟ ବିଜୟଙ୍କ କାର୍ଯ୍ୟଶୈଳୀ ଆରମ୍ଭରୁ ହିଁ ବିତର୍କ ସୃଷ୍ଟି କରିଛି । କାରଣ ନିଜର ବ୍ୟକ୍ତିଗତ ଜ୍ୟୋତିଷଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦବୀରେ ନିଯୁକ୍ତି ଦେଇଛନ୍ତି ବିଜୟ ।
ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ TVK ର ଚମତ୍କାର ବିଜୟ ପରେ ସେ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ଆଉ ନିଜ ଜ୍ୟୋତିଷ ରାଧନ ପଣ୍ଡିତ ଭେଟ୍ରିଭେଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କାର୍ଯ୍ୟ ଅଧିକାରୀ ଅର୍ଥାତ୍ Officer on Special Duty (OSD) ଭାବରେ ନିଯୁକ୍ତ କରାଯାଇଛି । ମଙ୍ଗଳବାର ଦିନ ସରକାରଙ୍କ ପକ୍ଷରୁ ଏହି ନିଯୁକ୍ତି ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରାଯାଇଛି ।
ରିପୋର୍ଟ ଅନୁଯାୟୀ, ବିଜୟଙ୍କ ରାଜନୈତିକ ସଫଳତା ପଛରେ ଭେଟ୍ରିଭେଲଙ୍କ ଗଣନା ଏବଂ ମାର୍ଗଦର୍ଶନର ବଡ଼ ହାତ ରହିଥିବା କୁହାଯାଉଛି । ଏପରିକି ବିଜୟ ନିଜର ଶପଥ ଗ୍ରହଣ ସମୟ ପାଇଁ ପ୍ରଥମେ ମେ' ୧୦ ତାରିଖ ଅପରାହ୍ନ ୩ଟା ୪୫ ମିନିଟ୍ ସମୟ ସ୍ଥିର କରିଥିଲେ। କିନ୍ତୁ ଭେଟ୍ରିଭେଲଙ୍କ ପରାମର୍ଶ କ୍ରମେ 'ଶୁଭ ମୁହୂର୍ତ୍ତ'କୁ ଧ୍ୟାନରେ ରଖି ଏହାକୁ ସକାଳ ୧୦ଟାକୁ ଘୁଞ୍ଚାଇ ଦିଆଯାଇଥିଲା ।
ଏବେ ଆସନ୍ତୁ ଜାଣିବା, କିଏ ଏହି ରାଧନ ପଣ୍ଡିତ ଭେଟ୍ରିଭେଲ ? କାହିଁକି ତାଙ୍କୁ ସରକାରୀ ପଦବୀରେ ନିଯୁକ୍ତି ଦେଲେ ବିଜୟ ?
ଏହି ଜ୍ୟୋତିଷଙ୍କ ପ୍ରକୃତ ନାଁ ହେଉଛି ପଣ୍ଡିତ ଭେଟ୍ରିଭେଲ । ପ୍ରାୟ ୪୦ ବର୍ଷ ଧରି ସେ ଜ୍ୟୋତିଷ ଶାସ୍ତ୍ର କ୍ଷେତ୍ରରେ ସକ୍ରିୟ ଅଛନ୍ତି । ୨୦୦୮ ମସିହାରେ ଦିଲ୍ଲୀ ଯିବା ପରେ ସେ ନିଜ ନାଁ 'ପଣ୍ଡିତ ଭେଟ୍ରିଭେଲ'ରୁ ବଦଳାଇ 'ରାଧନ ପଣ୍ଡିତ' ରଖିଥିଲେ। ସେ କେବଳ ବିଜୟ ନୁହଁନ୍ତି, ବରଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କର ମଧ୍ୟ ଜଣେ ବିଶ୍ୱସ୍ତ ପରାମର୍ଶଦାତା ଥିଲେ। ଦିଲ୍ଲୀରେ ରହିବା ସମୟରେ ବିଜେପି, କଂଗ୍ରେସ, ଡିଏମକେ ଏବଂ ଏଆଇଏଡିଏମକେ ଭଳି ବଡ଼ ବଡ଼ ଦଳର ନେତାମାନେ ମଧ୍ୟ ତାଙ୍କ ପାଖକୁ ପରାମର୍ଶ ପାଇଁ ଆସୁଥିଲେ ।
କୁହାଯାଏ କି ନିର୍ବାଚନ ପୂର୍ବାନୁମାନ ଓ ଫଳାଫଳ ଭବିଷ୍ୟବାଣୀରେ ରାଧନ ପଣ୍ଡିତ ବେଶ୍ ସିଦ୍ଧହସ୍ତ । ନିର୍ବାଚନ ପୂର୍ବରୁ ହିଁ ସେ ବିଜୟଙ୍କ କୁଣ୍ଡଳୀ ଦେଖି ଭବିଷ୍ୟବାଣୀ କରିଥିଲେ ଯେ, ରାଜନୀତିରେ ତାଙ୍କର ଏକ "ସୁନାମୀ" ଭଳି ବିଜୟ ହେବ । ଏହି ପୂର୍ବାନୁମାନ ପ୍ରାୟ ସଠିକ୍ ସାବ୍ୟସ୍ତ ହୋଇଛି । TVK ନିର୍ବାଚନରେ ୨୩୪ଟି ଆସନରୁ ୧୦୮ଟି ଆସନ ଜିତିବାରେ ସଫଳ ହୋଇଛି। ଯଦିଓ ସଂଖ୍ୟାଗରିଷ୍ଠତା ପାଇଁ ଦଳ କିଛି ଆସନ ପଛରେ ରହିଥିଲା, ତଥାପି କଂଗ୍ରେସ ଏବଂ VCK ଭଳି ଦଳର ସମର୍ଥନରେ ବିଜୟ ସରକାର ଗଠନ କରିବାରେ ସକ୍ଷମ ହୋଇଛନ୍ତି ।
ତେବେ ରାଧନ ପଣ୍ଡିତଙ୍କୁ ଜଣେ ସରକାରୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବା ଘଟଣା ତାମିଲନାଡୁ ରାଜନୀତିରେ ଏକ ନୂଆ ବିତର୍କ ସୃଷ୍ଟି କରିଛି । ଜଣେ ଜ୍ୟୋତିଷଙ୍କୁ ସରକାରୀ ପ୍ରଶାସନିକ ପଦବୀରେ ବସାଇବା ପଛରେ ବିଜୟଙ୍କର ନିଜର ବିଶ୍ୱାସ ଏବଂ ଭେଟ୍ରିଭେଲଙ୍କ ପ୍ରତି ଥିବା ଗଭୀର ସମ୍ମାନ ହିଁ ମୁଖ୍ୟ କାରଣ ବୋଲି ସମୀକ୍ଷକମାନେ ମତ ଦେଉଛନ୍ତି । କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହିସାବରେ ବିଜୟଙ୍କ ଏଭଳି କାର୍ଯ୍ୟକୁ ଅନେକ ନାପସନ୍ଦ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories