Tamil Nadu CM / ଭୋଟ ପ୍ରଚାରରେ ବିଜୟଙ୍କ ନିଆରା ଅନ୍ଦାଜ, କାଦୁଅ କ୍ଷେତରେ ଟ୍ରାକ୍ଟର ଚଳାଇଲେ
·1 hour ago·2 min read

Key Points
ଟ୍ରାକ୍ଟର ଚଳାଇ ଚର୍ଚ୍ଚାରେ ବିଜୟ
ପ୍ରଚାର ମଝିରେ କୃଷକ ସାଜିଲେ ବିଜୟ
କାଦୁଅ କ୍ଷେତରେ ଟ୍ରାକ୍ଟର ଚଳାଇଲେ ବିଜୟ
ଭୋଟ ପ୍ରଚାରରେ ବିଜୟଙ୍କ ନିଆରା ଅନ୍ଦାଜ
ପ୍ରଚାର ମଝିରେ କୃଷକ ସାଜିଲେ ବିଜୟ
କାଦୁଅ କ୍ଷେତରେ ଟ୍ରାକ୍ଟର ଚଳାଇଲେ ବିଜୟ
ଭୋଟ ପ୍ରଚାରରେ ବିଜୟଙ୍କ ନିଆରା ଅନ୍ଦାଜ
ସିନେମା ପରଦାରେ ନୁହେଁ, ଏଥର କାଦୁଅ କ୍ଷେତରେ ବିଜୟଙ୍କ ନିଆରା ଅନ୍ଦାଜ । ଧଳା ସାର୍ଟ-ଧୋତି ପିନ୍ଧି ପ୍ରଚାର ମଝିରେ ହଠାତ୍ ଗାଡ଼ିରୁ ଓହ୍ଲାଇଲେ, କୃଷକଙ୍କ ସହ କଥା ହେଲେ, ଆଉ ପରେ ନିଜେ ଧରିଲେ ଟ୍ରାକ୍ଟରର ଷ୍ଟିୟରିଂ । କାଦୁଅ ଭର୍ତ୍ତି କ୍ଷେତରେ ଟ୍ରାକ୍ଟର ଚଳାଇବାଠାରୁ ରାସ୍ତାକଡ଼ ଦୋକାନରେ ଚା’ ପିଇବା ପର୍ଯ୍ୟନ୍ତ ମଦୁରନ୍ତକମ ଉପନିର୍ବାଚନ ପ୍ରଚାରରେ ଟିଭିକେ ଅଧ୍ୟକ୍ଷ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଏହି ଜନସମ୍ପର୍କ ଅଭିଯାନ ଏବେ ଚର୍ଚ୍ଚାରେ । ଅକ୍ଟୋବର ୬ ଉପନିର୍ବାଚନ ପୂର୍ବରୁ ସେ ୩୦ରୁ ଅଧିକ ଗାଁ ଦେଇ ପ୍ରଚାର କରିଥିବା ବେଳେ କ୍ଷେତରେ ଟ୍ରାକ୍ଟର ଚଳାଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି ।
ତାମିଲନାଡୁରେ ଅକ୍ଟୋବର ୬ରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରଚାର ସମୟରେ ଟିଭିକେ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଥଲପତି ବିଜୟଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ପ୍ରଚାର ମଧ୍ୟରେ ସେ ଜଣେ କୃଷକଙ୍କ ଟ୍ରାକ୍ଟର ଚଳାଇ ଚର୍ଚ୍ଚାରେ ଆସିଛନ୍ତି।
ମଦୁରନ୍ତକମ ବିଧାନସଭା ଅଞ୍ଚଳରେ ଦଳୀୟ ପ୍ରାର୍ଥୀ ମରଗାଥମ କୁମାରଭେଲଙ୍କ ପାଇଁ ଭୋଟ ମାଗିବା ସମୟରେ ବିଜୟଙ୍କ କାଫିଲା ଏକ ଗାଁ ନିକଟରେ ପହଞ୍ଚିଥିଲା । ସେଠାରେ ଜଣେ କୃଷକଙ୍କୁ କ୍ଷେତରେ ଟ୍ରାକ୍ଟର ଚଳାଉଥିବା ଦେଖି ବିଜୟ ନିଜ ଗାଡ଼ି ଅଟକାଇଥିଲେ । ଧଳା ସାର୍ଟ ଓ ଧୋତି ପିନ୍ଧି ସେ ଗାଡ଼ିରୁ ଓହ୍ଲାଇ ସିଧା କ୍ଷେତକୁ ଯାଇ କୃଷକଙ୍କ ସହ କଥା ହୋଇଥିଲେ ।
ଏଥି ସହ ପଢନ୍ତୁ : ମୁଖ୍ୟମନ୍ତ୍ରୀ ବିଜୟ ହଠାତ୍ ବସ୍ କଣ୍ଡକ୍ଟର ପରି ଟିକେଟ୍ ଦେବା ଆରମ୍ଭ କାହିଁକି କଲେ
ପରେ ବିଜୟ ନିଜେ ଟ୍ରାକ୍ଟରର ଡ୍ରାଇଭିଂ ସିଟ୍ରେ ବସିଥିଲେ । କାଦୁଅ ଭର୍ତ୍ତି କ୍ଷେତରେ ସେ କିଛି ସମୟ ଟ୍ରାକ୍ଟର ଚଳାଇଥିଲେ। ଏହାପରେ ସେ ଟ୍ରାକ୍ଟରକୁ ମୁଖ୍ୟ ରାସ୍ତାକୁ ନେଇ ଆସିଥିଲେ । ସେଠାରେ ଅପେକ୍ଷା କରୁଥିବା ଲୋକମାନେ ତାଙ୍କୁ ସ୍ୱାଗତ କରିଥିଲେ। ଟ୍ରାକ୍ଟର ଚଳାଇବାକୁ ଅନୁମତି ଦେଇଥିବାରୁ ବିଜୟ କୃଷକଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ତାଙ୍କ କାନ୍ଧରେ ହାତ ରଖି ସେଲ୍ଫି ମଧ୍ୟ ନେଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଚାର ସମୟରେ ବିଜୟ ବାରମ୍ବାର ନିଜ ଗାଡ଼ିରୁ ଓହ୍ଲାଇ ସ୍ଥାନୀୟ ଲୋକଙ୍କ ସହ ମିଶୁଥିଲେ । ସେ ଏକ ଗାଁରେ ଦିବ୍ୟାଙ୍ଗମାନଙ୍କୁ ଭେଟିବା ସହ କ୍ଷେତରେ କାମ କରୁଥିବା କୃଷି ଶ୍ରମିକଙ୍କ ସହ ମଧ୍ୟ କଥା ହୋଇଥିଲେ । ଏହାଛଡ଼ା ସ୍ଥାନୀୟ ଲୋକଙ୍କ ସହ ଏକ ଦୋକାନରେ ବସି ଚା’ ପିଇଥିଲେ ।
ଏକ ସ୍ଥାନରେ ଜଣେ ମହିଳା ଓ ତାଙ୍କ ଶିଶୁ ପାରମ୍ପରିକ ଆରତି କରୁଥିବା ଦେଖି ବିଜୟ ଗାଡ଼ିରୁ ଓହ୍ଲାଇ ସେମାନଙ୍କ ଆରତି କରିଥିଲେ ଏବଂ ଉଭୟଙ୍କ କପାଳରେ ତିଳକ ଲଗାଇଥିଲେ । ବିଜୟ ଆଗରୁ ମଧ୍ୟ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ କାର ସମେତ ଅନ୍ୟାନ୍ୟ ଯାନ ଚଳାଇଥିବା ଦେଖାଯାଇଛି ।

Related Topics
Explore more stories