Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସଂଖ୍ୟା ବଳ ନ ମିଳିଲେ 'ବିଜୟ' କେମିତି ଗଢ଼ିବ ସରକାର ? ବହୁମତ ସାବ୍ୟସ୍ତ କରିବାକୁ TVKର ସଂଘର୍ଷ

National

TVK Majority Crisis / ସଂଖ୍ୟା ବଳ ନ ମିଳିଲେ 'ବିଜୟ' କେମିତି ଗଢ଼ିବ ସରକାର ? ବହୁମତ ସାବ୍ୟସ୍ତ କରିବାକୁ TVKର ସଂଘର୍ଷ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ସଂଖ୍ୟା ବଳ ନ ମିଳିଲେ 'ବିଜୟ' କେମିତି ଗଢ଼ିବ ସରକାର ? ବହୁମତ ସାବ୍ୟସ୍ତ କରିବାକୁ TVKର ସଂଘର୍ଷ
TVK Majority Crisis

Key Points

ସଂଖ୍ୟା ସଂକଟରେ ବିଜୟ
ମ୍ୟାଜିକ୍ ନମ୍ବର ଯୋଗାଡ଼ କରିବାକୁ ଥାଲାପତିଙ୍କୁ ରାଜ୍ୟପାଳଙ୍କ ଆହ୍ବାନ
DMK - AIADMK ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ
ବିକଳ୍ପ ଖୋଜୁଛନ୍ତି ବିଜୟ । ଦ୍ବିତୀୟ ଥର ପାଇ ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି ଜଣାଇଥିଲେ ବି ଏଯାଏ ମ୍ୟାଜିକ ନମ୍ବର ଠାରୁ ଦୂରରେ ଅଛନ୍ତି TVK ସୁପ୍ରିମୋ । ଗୋଟିଏ ପଟେ ସିଂହାସନ ଦଖଲ ପାଇଁ ଆତୁରତା, ଅନ୍ୟପଟେ ସଂଖ୍ୟା ଗଣିତରେ ପେଞ୍ଚରେ ଫସିଯାଇଛନ୍ତି ବିଜୟ । ସରକାର ଗଠନ ପାଇଁ ଗ୍ରୀନ ସିଗନାଲ୍ ମିଳିସାରିଛି । ଏପରିକି ଦ୍ରାବିଡ଼ ଦଳ ଚେକମେଟ୍ ଦେଇ ସମସ୍ୟା ବଢ଼ାଇବା ଆଶଙ୍କା ମଧ୍ୟ ଦୂର ହୋଇଛି । କଂଗ୍ରେସର ୫ ବିଧାୟକଙ୍କ ସମର୍ଥନ ସତ୍ତ୍ଵେ ବିଜୟ ବହୁମତଠାରୁ ୬ଟି ଆସନ ଦୂରରେ ଅଛନ୍ତି । ସଂଖ୍ୟା ଯୋଗାଡ଼ ଓ ସହଯୋଗୀଙ୍କୁ ସନ୍ତୁଷ୍ଟ କରିବାକୁ ବିଜୟଙ୍କୁ ଲାଗିପାରେ ସମୟ ।

ମହାବିଜୟ ପରେ ବି ଅଟକିଛି ବିଜୟଙ୍କ ବିଜୟ ରଥ । ମ୍ୟାଜିକ ନମ୍ବର ହାତେଇବାକୁ ବିକଳ୍ପ ଖୋଜୁଛନ୍ତି ଥାଲାପତି । ରାଜନୀତିର ଜଟିଳ ଅଙ୍କକଷା ଭିତରେ ଫସିଯାଇଛି TVK । ଆଜି ପୁଣିଥରେ ବିଜୟ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କୁ ଭେଟିଥିଲେ ବି କୌଣସି ସୁଫଳ ମିଳିପାରିନାହିଁ । ଗୋଟିଏ ପଟେ ବିଜୟ ସରକାର ଗଠନ ପାଇଁ ଦାବି କରିଥିବା ବେଳେ ନମ୍ବର ଗେମ୍‌ ଦଳ ସଂକଟ ବଢ଼ାଉଛି । ପୂର୍ବରୁ ବିଜୟଙ୍କୁ ରୋକିବା ପାଇଁ ଏକାଠି ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରୁ ଓହରି ଯାଇଛନ୍ତି ପାରମ୍ପରିକ ଦ୍ରାବିଡ଼ ଦଳ ।

ଅଧିକ ପଢ଼ନ୍ତୁ: ତାମିଲନାଡ଼ୁରେ ଶେଷ ହେଲା ସସ୍‌ପେନ୍ସ ! ସରକାର କରିବାକୁ ବିଜୟଙ୍କୁ ମିଳିଲା ଗ୍ରୀନ୍‌ ସିଗନାଲ୍‌


ବୁଧବାର କଂଗ୍ରେସର ୫ ବିଧାୟକଙ୍କ ସମର୍ଥନ ସତ୍ତ୍ଵେ ବିଜୟ ବହୁମତଠାରୁ ୬ଟି ଆସନ ଦୂରରେ ଅଛନ୍ତି । ବିଜୟ ଦୁଇଟି ଆସନରେ ଜିତିଥିବାରୁ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ । TVKର ୧୦୭ ଆସନ ସହ କଂଗ୍ରେସର ୫ଟି ଆସନକୁ ମିଶାଇ ବିଜୟଙ୍କ ନିକଟରେ ରହିଛି ମୋଟ ୧୧୨ ବିଧାୟକଙ୍କ ସମର୍ଥନ । ମ୍ୟାଜିକ୍‌ ନମ୍ବର ପାଇଁ ଲୋଡ଼ା ଆଉ ମାତ୍ର ୬ ବିଧାୟକଙ୍କ ସମର୍ଥନ । ସଂଖ୍ୟାର ଖେଳରେ ପାସ୍ କରିବାକୁ TVK ନିକଟରେ ରହିଛି ଦୁଇଟି ବିକଳ୍ପ । VCK, IUML, CPI, CPIMର ସମର୍ଥନ କିମ୍ବା PMK, CPI, CPIM ଓ IUMLର ସାଥ୍ । ଛୋଟ ଦଳ ଗୁଡ଼ିକ ସରକାର ଗଠନ ପାଇଁ ଦେଇପାରନ୍ତି ସର୍ତ୍ତମୂଳକ ସମର୍ଥନ । ଦୁଇଟି ଆସନରେ ଜିତିଥିବା VCK ସମର୍ଥନ TVKକୁ ସମର୍ଥନ ଦେବାକୁ ପ୍ରସ୍ତୁତ ହେଉଥିବା ସୂଚନା ଦେଇଥିବାବେଳେ ଅନ୍ୟ ଛୋଟ ଦଳ ଗୁଡ଼ିକ ଖୁବଶୀଘ୍ର ନେଇପାରନ୍ତି ନିଷ୍ପତ୍ତି । ୧୦୮ ଆସନରେ ବିଜୟୀ TVK ଖୁବ ସହଜରେ ସରକାର ଗଠନ କରିବ ବୋଲି ସଂକେତ ମିଳୁଥିଲା । କିନ୍ତୁ ବିଜୟଙ୍କ ପରୀକ୍ଷା ଏଯାଏ ସରିନି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vijay Struggles for Majority Despite Green Signal to Form Government | Argus News