Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ତାମିଲନାଡ଼ୁର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ବିଜୟ ଥାଲାପତି

National

Thalapathy Vijay / ତାମିଲନାଡ଼ୁର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ବିଜୟ ଥାଲାପତି

Rashmita Mishra
Browse all articles by Rashmita Mishra
·1 hour ago·2 min read
ତାମିଲନାଡ଼ୁର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ବିଜୟ ଥାଲାପତି
Thalapathy Vijay

Key Points

କାହାକୁ ଭୟ କରିବିନି ଶୁଦ୍ଧ ଅନ୍ତଃକରଣ ସହ କାମ କରିବି...
କାହାକୁ ଭୟ କରିବିନି ଶୁଦ୍ଧ ଅନ୍ତଃକରଣ ସହ କାମ କରିବି
କାହା ପ୍ରତି ପକ୍ଷପାତ, ଅନୁରାଗ ବା ବିଦ୍ଵେଷ ରଖିବି ନାହିଁ
ତାମିଲନାଡ଼ୁର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ବିଜୟ ଥାଲାପତି

ଦୀର୍ଘ ୬୦ ବର୍ଷ ପରେ ତାମିଲନାଡ଼ୁକୁ ମିଳିଛି ନୂଆ ସରକାର। ବଡ଼ ବଡ଼ ଦଳକୁ ହରାଇ ନୂଆ ମୂଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଭିଜୟ ଥାଲାପତି । ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ବହୁତ ସାରା ଅସୁବିଧା ଆସିଥିଲେ ମଧ୍ୟ ମୂଖ୍ୟମନ୍ତ୍ରୀ ହୋଇଛନ୍ତି ଭିଜୟ । ଶପଥ ଗ୍ରହଣରେ ଏମିତି କହି ଶପଥ ନେଇଛନ୍ତି ବିଜୟ ।

"ମୁଁ, ବିଜୟ ଜୋସେଫ, ଈଶ୍ୱରଙ୍କ ନାମରେ ସତ୍ୟନିଷ୍ଠାର ସହ ପ୍ରତିଜ୍ଞା କରୁଛି ଯେ, ମୁଁ ବିଧିଦ୍ୱାରା ସ୍ଥାପିତ ଭାରତର ସମ୍ବିଧାନ ପ୍ରତି ପ୍ରକୃତ ଶ୍ରଦ୍ଧା ଓ ନିଷ୍ଠା ରଖିବି । ମୁଁ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ବଜାୟ ରଖିବି । ମୁଁ ତାମିଲନାଡ଼ୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ମୋର କର୍ତ୍ତବ୍ୟ ଶ୍ରଦ୍ଧାପୂର୍ବକ ଓ ଶୁଦ୍ଧ ଅନ୍ତଃକରଣ ସହିତ ନିର୍ବାହ କରିବି ଏବଂ ମୁଁ ଭୟ ବା ପକ୍ଷପାତ, ଅନୁରାଗ ବା ବିଦ୍ୱେଷ ନରଖି ସବୁପ୍ରକାର ବ୍ୟକ୍ତିଙ୍କ ପ୍ରତି ସମ୍ବିଧାନ ଓ ବିଧି ଅନୁସାରେ ନ୍ୟାୟ କରିବି ।"

ହଜାର ହଜାର ଲୋକଙ୍କ ଗହଳି କହି ଦେଉଛି ବିଜୟଙ୍କ ପ୍ରତି ଥିବା ଭଲପାଇବା । ତାମିଲନାଡ଼ୁର ଇତିହାସ ଆଜି ବଦଳି ଯାଇଛି । ସୁପରଷ୍ଟାରରୁ ସିଦ୍ଧା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବିଜୟ । ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଗହଣରେ ରାଜ୍ୟପାଳ ଆର.ଭି. ଆର୍ଲେକର ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପ୍ରାୟ ୬୦ ବର୍ଷ ପରେ ରାଜ୍ୟରେ DMK ଏବଂ AIADMK ବ୍ୟତୀତ କୌଣସି ତୃତୀୟ ଦଳ କ୍ଷମତାକୁ ଆସିଛି ।

ତେବେ ଏହି ଶପଥ ଗ୍ରହଣ ଏତେ ସହଜ ନଥିଲା । ନିର୍ବାଚନରେ ବିଜୟଙ୍କ ଦଳ ‘ତାମିଲଗା ଭେଟ୍ଟ୍ରି କାଜାଗାମ’ ୧୦୮ଟି ଆସନ ଜିତି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ମଧ୍ୟ ସଂଖ୍ୟା ଗରିଷ୍ଠତା ପାଇଁ ୧୧୮ଟି ସିଟ୍ ଦରକାର ଥିଲା । ଗତ ୫ ଦିନ ଧରି ଚାଲିଥିବା ରାଜନୈତିକ ଟଣାଓଟରା । ରାଜ୍ୟପାଳଙ୍କ ସହ ବାରମ୍ବାର ବୈଠକ ଏବଂ ବିରୋଧୀଙ୍କ ଚକ୍ରବ୍ୟୁହ ଭିତରେ ବିଜୟଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । କିନ୍ତୁ ଶେଷରେ କଂଗ୍ରେସ, ବାମଦଳ ଏବଂ VCK ର ସମର୍ଥନ ପରେ ୧୨୦ ଜଣ ବିଧାୟକଙ୍କ ସହ ବିଜୟ ସରକାର ଗଠନ କରିବାକୁ ସକ୍ଷମ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Thalapathy Vijay | Vijay Thalapathy Takes Oath as Tamil Nadu Chief Minister | Argus News