Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଟଙ୍କା ପାଇଁ ଦିଲ୍ଲୀ ମେଟ୍ରୋରେ ପ୍ରବଳ ଝଗଡା, ଭାଇରାଲ ହେଲା ଭିଡିଓ

National

ଟଙ୍କା ପାଇଁ ଦିଲ୍ଲୀ ମେଟ୍ରୋରେ ପ୍ରବଳ ଝଗଡା, ଭାଇରାଲ ହେଲା ଭିଡିଓ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଟଙ୍କା ପାଇଁ ଦିଲ୍ଲୀ ମେଟ୍ରୋରେ ପ୍ରବଳ ଝଗଡା, ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ଝଗଡାର ପ୍ରମୁଖ ସ୍ଥାନ ହେଉଛି ଦିଲ୍ଲୀ ମେଟ୍ରୋ । ଯିବା ଆସିବା ସମୟରେ ଅନେକ ଯାତ୍ରୀଙ୍କର ଏଠାରେ ମାଡଗୋଳ ଝଗଡା ହେଉଥିବା ଦେଖିବାକୁ ମିଳିଥାଏ । ଏପରି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ । ଝଗଡା ସହ ଅନେକ ସମୟରେ ଦିଲ୍ଲୀ ମେଟ୍ରୋରେ ଡ୍ୟାନ୍ସ, ରିଲ୍ସ ବିଭିନ୍ନ ପ୍ରକାରର ଭିଡିଓ ନଜର ଆଶିଥାଏ । ଗତ କିଛିଦିନ ତଳେ ଏକ ଭିଡିଓ ସେହିପରି ଭଆଇରାଲ ହେବାରେ ଲାଗିଛି, ଯେଉଁଠି ଦୁଇଜଣ ବ୍ୟକ୍ତି ଖୁବ ଜୋରରେ ମାରପିଟ କରୁଛନ୍ତି । ସୂଚନା ମୁତାବକ ଏହି କିଠି ଟଙ୍କା ପାଇଁ ସେମାନେ ଉଭୟ ପରସ୍ପର ଭିତରେ ମାଡଗୋଳ ହେଉଥିବା ଦେଖିବାକୁ ମିଳିଥିଲା ।

ଅଧିକ ପଢନ୍ତୁ : ଦିଲ୍ଲୀ ମେଟ୍ରୋରେ ଭୟାନକ ଝଗଡା, ଭାଇରାଲ ହେଲା ଭିଡିଓ

ଏହି ସମୟରେ ପାଖରେ ଛିଡା ହୋଇଥିବା ତୃତୀୟ ବ୍ୟକ୍ତି ଜଣକ ଉଭୟଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ସେମାନେ ନ ଅଟକି ସେହି ତୃତୀୟ ବ୍ୟକ୍ତିଙ୍କୁ ମାଡ ମାରିବାକୁ ଲାଗିଥିଲେ । ଏହି ଭିଡିଓକୁ ସୋସିଆଲ ମିଡିଆରେ " ଘର କେ କଲେଶ" ନାମକ ଏକ  ଟ୍ବିଟର ହ୍ୟାଣ୍ଡେଲ ଏକ୍ସରେ ଶେୟାର କରିଛି । ଏହି ଭିଡିଓକୁ ୧ ମିଲିଅନରୁ ଅଧିକ ଲୋକ ଦେଖି ସାରିଛନ୍ତି । ଏହାକୁ ନେଇ କିଛିଜଣ କମେଣ୍ଟ ଦେଇଛନ୍ତି, ପ୍ରକୃତରେ ଦୁଇଜଣ ମାଡଗୋଳ ଲାଗୁଥିବା ସମୟରେ ତୃତୀୟ ଜଣକ ଅଟକାଇବା ଆଦୌ ଉଚିତ ନୁହେଁ । ନହେଲେ ଏପରି ଅବସ୍ଥା ଭୋଗିବାକୁ ପଡିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Violent fight in Delhi Metro for money, video went viral | Argus News